ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀମନ୍ଦିର ଚାରିଦ୍ବାର ନ ଖୋଲିଲେ ଆନ୍ଦୋଳନ: ମୁହଁ ଖୋଲିଲେ ବିଧାୟକ, ଦେଲେ ୭ ଦିନର କଣ୍ଟ

ରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଚାରିଦ୍ବାର ତୁରନ୍ତ ଖୋଲିବାକୁ ଦାବି କରିଛନ୍ତି ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ। ବିଶେଷକରି ପୁରୀବାସୀଙ୍କୁ ଦର୍ଶନ ପାଇଁ ଚାରିଦ୍ବାରରୁ ପ୍ରବେଶ ଅନୁମତି ଦେବାକୁ ଶ୍ରୀ ଷଡ଼ଙ୍ଗୀ ଦାବି କରିଛନ୍ତି। ୭ ଦିନ ଭିତରେ ଦାବି ପୂରଣ ନ ହେଲେ, ସେ ଓ ଭାରତୀୟ ଜନତା ପାର୍ଟିର ସମସ୍ତ କାର୍ଯ୍ୟକର୍ତ୍ତା ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ବିଧାୟକ। ଶ୍ରୀ ଷଡ଼ଙ୍ଗୀଙ୍କ ସହିତ ଭାରତୀୟ ଜନତା ପାର୍ଟିର ବହୁ ବରିଷ୍ଠ ନେତା ଆଜି ଜିଲ୍ଲାପାଳଙ୍କୁ ଭେଟି ଏ ସଂପର୍କିତ ଦାବିପତ୍ର ପ୍ରଦାନ କରିବା ସହ ଚାରିଦ୍ବାର ଖୋଲିବା ଉପରେ ଆଲୋଚନା କରିଥିଲେ। ଏଥସହିତ ଏହି ପ୍ରସଙ୍ଗଟି ଆଜି ନାଟକୀୟ ମୋଡ଼ ନେଇଛି।

ବୁଧବାର ଦିନ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ଷଡ଼ଙ୍ଗୀ କହିଥିଲେ, ଶ୍ରୀମନ୍ଦିର ପୁରୀବାସୀଙ୍କ ସ୍ବାଭିମାନ। ଗର୍ବ, ଗୌରବ ଓ ଆସ୍ଥାର ପ୍ରତୀକ। କେଉଁ ଆଦିମ କାଳରୁ ପୁରୀବାସୀ ବିନା ବାଧାରେ ଶ୍ରୀମନ୍ଦିର ଚାରିଦ୍ବାରରୁ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରି ଆସୁଥିଲେ। ଶ୍ରୀମନ୍ଦିର ନୀତିକାନ୍ତି ପୁରୀ ସହରବାସୀଙ୍କ ପାରମ୍ପରିକ ରୀତିନୀତି ଓ ସାହି ପର୍ବପର୍ବାଣୀ ସହ ଜଡ଼ିତ। ଅଗଣିତ ହିନ୍ଦୁ ଭକ୍ତଙ୍କ ପାଇଁ ପରିକ୍ରମା ପକଳ୍ପ ବ୍ୟବସ୍ଥା ଯଦିଓ ସ୍ବାଗତଯୋଗ୍ୟ ପଦକ୍ଷେପ। ମାତ୍ର ଦିନକୁ ଦିନ ଦର୍ଶନ ବ୍ୟବସ୍ଥାରେ ବିଶୃଙ୍ଖଳା ଦେଖାଦେବା ବିଡ଼ମ୍ବନା। ପୁରୀବାସୀଙ୍କ ଅଭିଯୋଗ ଓ ପରାମର୍ଶ ଆଧାରରେ ତୁରନ୍ତ ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ବାର ଖୋଲାଯାଉ ବୋଲି ସେ ଦାବି କରିଛନ୍ତି। ନଚେତ୍‌ ଆନ୍ଦୋଳନ ସୁନିଶ୍ଚିତ ବୋଲି ଶ୍ରୀ ଷଡ଼ଙ୍ଗୀ ରୋକ୍ ଠୋକ୍ ଶୁଣାଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।