କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ପୁରୀରେ ସ୍ଥିତି ଅନୁଧ୍ୟାନ କଲେ ୫-ଟି ସଚିବ

ପୁରୀ: ପୁରୀର ବିଶ୍ବପ୍ରସିଦ୍ଧ ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ଆଜି ପୁରୀ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି ୫- ଟି ସଚିବ ଭିକେ ପାଣ୍ଡିଆନ। ଆସନ୍ତା ୨୩ ତାରିଖରୁ ପୁରୀ ଜଗନ୍ନାଥ ମନ୍ଦିର ଖୋଲୁଥିବା ବେଳେ ଭକ୍ତଙ୍କ ଦର୍ଶନ ପାଇଁ କେଉଁ ସବୁ ବ୍ୟବସ୍ଥା କରାଯାଇଛି ସେନେଇ ଜିଲ୍ଲାପାଳ ଓ ଏସପିଙ୍କ ସହିତ ଆଲୋଚନା କରିଛନ୍ତି ୫-ଟି ସଚିବ। ତାଙ୍କ ସହ ଉନ୍ନୟନ କମିସନର୍ ଏବଂ ଶ୍ରୀମନ୍ଦିର ପ୍ରଶାସକ ମଧ୍ୟ ଉପସ୍ଥିତ ଥିଲେ।

ସେପଟେ, ୨୩ରୁ ଖୋଲିବ ଶ୍ରୀମନ୍ଦିର। ଶ୍ରୀମନ୍ଦିର ସମେତ ଜିଲ୍ଲାର ସମସ୍ତ ର୍ଧମାନୁଷ୍ଠାନ ଖୋଲିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଆସନ୍ତା ୨୩ ତାରିଖରୁ ଶ୍ରୀମନ୍ଦିର ଖୋଲିବ ବୋଲି ପୁରୀ ଜିଲ୍ଲାପାଳ ସୂଚନା ଦେଇଥିଲେ। ଶ୍ରୀମନ୍ଦିର ସହ ପୁରୀ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ ବୋଲି ସେ କହିଥିଲେ। କୋଭିଡ୍ କଟକଣା ମାନି ଶ୍ରଦ୍ଧାଳୁ ଦର୍ଶନ କରିବେ।

ପ୍ରଥମ ଦୁଇ ଦିନ ଅର୍ଥାତ ୨୩ ଓ ୨୪ ତାରିଖ ଦୁଇ ଦିନ ସେବାୟତଙ୍କ ପରିବାରକୁ ମହାପ୍ରଭୁଙ୍କୁ ଦର୍ଶନ ଅନୁମତି ମିଳିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ଏହି ଦୁଇ ଦିନ ପରେ ପୁରୀ ସହରବାସୀଙ୍କୁ ଦର୍ଶନ ସୁବିଧା ମିଳିବ। ସକାଳୁ ସନ୍ଧ୍ୟାଯାଏ ବିଭିନ୍ନ ୱାର୍ଡ ବାସିନ୍ଦାଙ୍କୁ ପର୍ଯ୍ୟାୟକ୍ରମେ ମହାପ୍ରଭୁଙ୍କ ଦର୍ଶନ ଲାଗି ଅନୁମତି ମିଳିବ ବୋଲି ଜିଲ୍ଲାପାଳ କହିଥିଲେ।

ପ୍ରଥମେ ୫ ହଜାର ଭକ୍ତଙ୍କୁ ଦର୍ଶନ ଅନୁମତି ଦିଆଯିବ। ପରେ ସ୍ଥିତି ଦେଖି ସଂଖ୍ୟା ବୃଦ୍ଧି କରାଯିବ। କେବଳ ସେତିକି ନୁହେଁ, ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ କୋଭିଡ୍‌ ନେଗେଟିଭ୍ ଦେଖାଇବାକୁ ପଡ଼ିବ ବୋଲି ସର୍ତ୍ତ ରଖାଯାଇଛି । ନୂଆବର୍ଷରେ ଭିଡ଼ ବଢ଼ିବା ଆଶଙ୍କା ଥିବାରୁ ଜାନୁଆରି ୧ ଓ ୨ ତାରିଖରେ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ବନ୍ଦ ରଖାଯିବ। ଜାନୁଆରି ୩ରୁ ପୁରୀ ସହ ଜିଲ୍ଲା ତଥା ରାଜ୍ୟ ବାହାର ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଦୈନିକ ୫ ହଜାର ଭକ୍ତଙ୍କୁ ଦର୍ଶନ ସୁଯୋଗ ମିଳିବ। ସପ୍ତାହେ ଧରି ଅର୍ଥାତ୍‌ ଜାନୁଆରି ୩ରୁ ୧୦ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷାମୂଳକ ଦର୍ଶନ ଚାଲିବ। ସ୍ଥିତି ଭଲ ରହିଲେ, ଦ୍ବିତୀୟ ସପ୍ତାହରୁ ଭକ୍ତଙ୍କ ସଂଖ୍ୟା ବୃଦ୍ଧି କରାଯିବ ବୋଲି ଜଣାଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,