ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀମନ୍ଦିର ଉତ୍ତରଦ୍ବାରରେ ଅବ୍ୟବସ୍ଥା: ବଡ଼ଦାଣ୍ଡକୁ ବାହାରି ପାରୁନାହାନ୍ତି ଭକ୍ତ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ

ପୁରୀ : ଶ୍ରୀମନ୍ଦିର ଉତ୍ତରଦ୍ବାରରେ ଭକ୍ତଙ୍କୁ ଅସହ୍ୟ ଯନ୍ତ୍ରଣା। ଭିଡ଼ ଭିତରେ ଫସି ହେଉଛନ୍ତି କଲବଲ। ବଡ଼ଦାଣ୍ଡକୁ ବାହାରିବାକୁ ପାଉନାହାନ୍ତି ବାଟ। ଶ୍ରୀମନ୍ଦିର ଚତୁଃପାର୍ଶ୍ବ ବିକାଶ ଆଳରେ ରାସ୍ତାଘାଟକୁ ଏଭଳି ବିଗାଡ଼ି ଦିଆଯାଇଛି ଯେ ଭକ୍ତମାନେ ପ୍ରତିଦିନ ଭିଡ଼ ଭିତରେ ଫସୁଛନ୍ତି। କେବଳ ଭକ୍ତମାନେ ନୁହେଁ, ମନ୍ଦିର ଚତୁଃପାର୍ଶ୍ବ ସାହିବାସିନ୍ଦା ଓ ପୁରୀବାସୀ ବି ଏହାଦ୍ବାରା କଲବଲ ହେଉଛନ୍ତି। ଏହି ଯନ୍ତ୍ରଣାକୁ ଦ୍ବିଗୁଣିତ କରି ଦେଉଛି ଠିକା ସଂସ୍ଥାଙ୍କ ବଡ଼ ବଡ଼ ଗାଡ଼ି। ପ୍ରତି ମୁହୂର୍ତ୍ତରେ କିଛି ଅଘଟଣର ଆଶଙ୍କା ରହୁଛି। ତା ସାଙ୍ଗକୁ ଉଠା ଦୋକାନୀ ବି ରାସ୍ତାର ଦୁଇପାର୍ଶ୍ବକୁ ମାଡ଼ି ବସି ସଂକୁଚିତ ରାସ୍ତାକୁ ଆହୁରି ସଂକୁଚିତ କରି ବାଟ ଓଗାଳୁଛନ୍ତି।

ଶ୍ରୀମନ୍ଦିର ପ୍ରଶାସନ ଦର୍ଶନ ବ୍ୟବସ୍ଥା ଅନୁଯାୟୀ, ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସିଂହଦ୍ବାର ଦେଇ ପ୍ରବେଶ କରୁଛନ୍ତି ଓ ଉତ୍ତରଦ୍ବାର ଦେଇ ପ୍ରସ୍ଥାନ କରୁଛନ୍ତି। ଏଣୁ ସିଂହଦ୍ବାରରେ ଯେଭଳି ଭକ୍ତଙ୍କ ଭିଡ଼ ରହୁଛି, ସେହିଭଳି ଭିଡ଼ ଉତ୍ତରଦ୍ବାରରେ ବି ରହୁଛି। କିନ୍ତୁ ଉତ୍ତରଦ୍ବାରରେ ସିଂହଦ୍ବାର ଭଳି ପୁଲିସ ବ୍ୟବସ୍ଥା ନାହିଁ କି ଭକ୍ତଙ୍କୁ ଶୃଙ୍ଖଳିତ ଭାବେ ବଡ଼ଦାଣ୍ଡକୁ ବାହାରିବାକୁ କୌଣସି ବ୍ୟବସ୍ଥା କରାଯାଇନି। ସେପଟେ ଉତ୍ତରଦ୍ବାର ପ୍ରସ୍ଥାନ ଦ୍ବାର ହୋଇଥିବାବେଳେ ମହାପ୍ରସାଦ ବି ଏହି ଦ୍ବାର ଦେଇ ଯାଆସ କରୁଛି। ସିଂହଭାଗ ବରାଦି ଅବଢ଼ା ଏହି ବାଟରେ ବାହାରକୁ ଆସୁଛି। ଏଣୁ ବରାଦି ଅବଢ଼ା ନେବାକୁ ଅପରାହ୍ଣ ଗୋଟାଏରୁ ଡାଲା ଅଟୋ, ଯାତ୍ରୀବାହୀ ଅଟୋ, ଟ୍ରଲି ଆଦିର ଭିଡ଼ ଲାଗୁଛି। ମହାପ୍ରସାଦ ବାହାରିବା ସମୟ ନିର୍ଦ୍ଦିଷ୍ଟ ନ ଥିବାରୁ ଏମାନେ ଉତ୍ତରଦ୍ବାରରେ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଭିଡ଼ ଲଗାଉଛନ୍ତି।

ଆଗରୁ ଏହି ରାସ୍ତା ଚଉଡ଼ା ଥିଲା। ଭକ୍ତ, ଯାନବାହନ ଯାଆସରେ କୌଣସି ଅସୁବିଧା ନ ଥିଲା। କିନ୍ତୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ପାଇଁ ଦୋଳବେଦି କୋଣ ଦେଇ ଯାଇଥିବା ଏହି ରାସ୍ତାକୁ ଖୋଳି ଦିଆଯାଇଛି। ଦୋଳବେଦି ଅପରପାର୍ଶ୍ବରେ ଥିବା ରାସ୍ତାକୁ ସଂପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ଏଣୁ ଭକ୍ତ, ଯାନବାହନ ସବୁ ଗୋଟିଏ ରାସ୍ତାରେ ଯାଆସ କରୁଛନ୍ତି। ରାସ୍ତା ଯଦି ଭଲ ଥାଆନ୍ତା, କିଛି ଅସୁବିଧା ହୋଇନଥାନ୍ତା। କିନ୍ତୁ ଠିକା ସଂସ୍ଥା ଟାଟା ପ୍ରୋଜେକ୍ଟ ଲିମିଟେଡ୍‌ ଏହି ରାସ୍ତାକୁ ଖୋଳିଦେବା ପରେ ଆଉ ଭଲ ରାସ୍ତା କରିନି। ମାତ୍ର ୧୦ ଫୁଟିଆ ରାସ୍ତା ଯାଆସ ପାଇଁ ରହିଛି। ଭକ୍ତଙ୍କ ସହ ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ଯେ ରାସ୍ତା ଖୋଳି ଦେଲେ ବି ଯଦି ଗାଡ଼ିମୋଟର ପାଇଁ ଭିନ୍ନ ରାସ୍ତା ଓ ଭକ୍ତଙ୍କ ଯାଆସ ପାଇଁ ଭିନ୍ନ ପାଦଚଲା ରାସ୍ତା ବ୍ୟବସ୍ଥା କରାଯାଇଥାନ୍ତା ତେବେ କିନ୍ତୁ ଅସୁବିଧା ହୋଇନଥାନ୍ତା। ଅନ୍ୟପଟେ ଯେଉଁ ରାସ୍ତା ଯାଆସ ପାଇଁ କରାଯାଇଛି, ତାକୁ ଚଉଡ଼ା କରି ଦେଇଥିଲେ, ଅଧା ସମସ୍ୟା ସମାଧାନ ହୋଇଯାଆନ୍ତା। କିନ୍ତୁ ଠିକା ସଂସ୍ଥା ସେଭଳି କିଛି ନ କରିବାରୁ ସଂକୁଚିତ ରାସ୍ତାରେ ଗାଡ଼ିମୋଟର, ଭକ୍ତମାନେ ଯାଆସ କରୁଛନ୍ତି। ଏହି ଭିଡ଼ ଭିତରେ ଦିନ ଦ୍ବିପ୍ରହରରେ ବି ଠିକା ସଂସ୍ଥାର ରୋଲର, ଜେସିବି, ଟ୍ରକ୍‌ ଆଦି ବଡ଼ ବଡ଼ ଗାଡ଼ି ଯା’ଆସ କରୁଛି। ଭିଡ଼ ଭିତରେ ଗାଡ଼ି ଚାଲୁଥିବାରୁ କୌଣସି ମୁହୂର୍ତ୍ତରେ ଏହା ଭକ୍ତଙ୍କ ଉପରେ ମାଡ଼ିଯିବାର ଆଶଙ୍କା ରହିଛି। ସେପଟେ ରାସ୍ତା ଉପରେ ଟ୍ରକ୍‌ ପାର୍କିଂ ହେଉଛି। ଫଳରେ ଏହି ରାସ୍ତାରେ ଭିଡ଼ ଅସମ୍ଭାଳ ହୋଇପଡ଼ୁଛି। ବଡ଼ଦାଣ୍ଡରୁ ଦୋଳବେଦି କୋଣ, ଉତ୍ତରଦ୍ବାର ଦେଇ ଗଡ଼ନ୍ତି ଛକରେ ପହଞ୍ଚିବାକୁ ଘଣ୍ଟାଏରୁ ଅଧିକ ସମୟ ଲାଗିଯାଉଛି। ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।