ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀମନ୍ଦିର ଇ-ହୁଣ୍ଡିକୁ ନେଇ ବିବାଦ, ଅଧାରୁ ବାତିଲ ହେଲା କାର୍ଯ୍ୟକ୍ରମ

ପୁରୀ : ଭକ୍ତଙ୍କ ଅନ୍‌ଲାଇନ୍‌ ଦାନ ଉଦ୍ଦେଶ୍ୟରେ ଆରମ୍ଭ ହେବାକୁ ଯାଉଥିବା ଶ୍ରୀମନ୍ଦିର ଇ-ହୁଣ୍ଡିକୁ ନେଇ ଆଜି ବିବାଦ ଦେଖାଦେଇଛି। ଶ୍ରୀମନ୍ଦିର ପରିଚାଳନା କମିଟି, ସେବାୟତଙ୍କ ବିରୋଧ ପାଇଁ ଶେଷ ମୁହୂର୍ତ୍ତରେ କାର୍ଯ୍ୟକ୍ରମକୁ ବାତିଲ୍‌ କରାଯାଇଛି।

ମିଳିଥିବା ସୂଚନା ମୁତାବକ, ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ସମସ୍ତ ଭକ୍ତ ଶ୍ରୀମନ୍ଦିର ହୁଣ୍ଡିରେ ଦାନ କରିବା ସମ୍ଭବ ହେଉନି। ଆଗ୍ରହ ଥି‌ଲେ ବି ଭିଡ଼ ଭିତରେ ଶ୍ରୀମନ୍ଦିର ଭିତରକୁ ଯାଇ ଦାନ କରିବା ଏମାନଙ୍କ ପକ୍ଷେ ସମ୍ଭବ ହେଉନି। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଓ ଏସ୍‌ବିଆଇ ମିଳିତି ଉଦ୍ୟମରେ ଇ-ହୁଣ୍ଡିର ସୁବିଧା ଆରମ୍ଭ କରିବାକୁ ଯୋଜନା କରାଯାଇଥିଲା। ଏଥିପାଇଁ ଏସ୍‌ବିଆଇ କ୍ୟୁଆର୍‌ କୋଡ୍‌ର ବ୍ୟବସ୍ଥା କରିଥିଲା। ଏହି କ୍ୟୁଆର୍‌ କୋଡ୍‌ ସ୍କାନ୍‌ କରି ଭକ୍ତ ଯେତେ ପରିମାଣର ଟଙ୍କା ଦାନ ସୂତ୍ରରେ ଦେବାକୁ ଚାହୁଁଥିବେ, ସେତେ ପରିମାଣର ଟଙ୍କା ଦେଇ ପାରିବାର ବ୍ୟବସ୍ଥା କରାଯାଇଥିଲା। ବିଶେଷ କରି ଅଳ୍ପ ଟଙ୍କା ଦାନ ପାଇଁ ଇଚ୍ଛା ପ୍ରକାଶ କରୁଥିବା ଭକ୍ତମାନେ ଏହାଦ୍ବାରା ଉପକୃତ ହୋଇପାରିଥାନ୍ତେ। ଏହି ଦାନ ଅର୍ଥ ଶ୍ରୀମନ୍ଦିର ପ୍ରଶାସନ ଦାନ ଆକାଉଣ୍ଟରେ ସିଧାସଳଖ ଜମା ହେବାର ବ୍ୟବସ୍ଥା କରାଯାଇଥିଲା। ସେହି ଅନୁଯାୟୀ ଶୁକ୍ରବାର ଦିନ ଶ୍ରୀମନ୍ଦିର ସିଂହଦ୍ବାରରେ ଭବ୍ୟ ସଭା ସହ ବ୍ୟାପକ ଆୟୋଜନ କରାଯାଇଥିଲା।

ଶୁକ୍ରବାର ଦିନ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ଏସ୍‌ବିଆଇ ଅଧିକାରୀଙ୍କ ଉପସ୍ଥିତିରେ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମା ଏହି କ୍ୟୁଆର କୋଡ୍‌ର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ କାର୍ଯ୍ୟକ୍ରମ ପାଇଁ ମଞ୍ଚ ପ୍ରସ୍ତୁତ ସହ ସମସ୍ତ ଆୟୋଜନ ଶେଷ ପରେ ହଠାତ୍‌ ସେବାୟତଙ୍କ ମହଲରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପରେ ଜିଲ୍ଲାପାଳ ବି ଏହି କାର୍ଯ୍ୟକ୍ରମକୁ ଆସିବାକୁ ସହମତି ପ୍ରକାଶ କରିନଥିଲେ। ତେଣୁ ଏହି ମହତ କାର୍ଯ୍ୟକୁ ବାତିଲ୍‌ କରି ଦିଆଯାଇଥିଲା। ଏ ସମ୍ପର୍କରେ ଏସ୍‌ବିଆଇ ପୁରୀର ମୁଖ୍ୟ ମହାପ୍ରବନ୍ଧକ ବିଜୟ ଶତପଥୀ କହିଛନ୍ତି, ଆଜି ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ହେବାର ଥିଲେ ବି ଶେଷ ମୁହୂର୍ତ୍ତରେ ତ୍ରୁଟି ପରିଲକ୍ଷିତ ହେବାରୁ ବାତିଲ୍‌ କରାଯାଇଛି। ଏହି ବ୍ୟବସ୍ଥା ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିରରେ ଲାଗୁ ହେବ ସତ, କିନ୍ତୁ ଉପଯୁକ୍ତ ଆଲୋଚନା ପର୍ଯ୍ୟାଲୋଚନା ହେବା ପରେ ବୋଲି ଶ୍ରୀ ଶତପଥୀ କହିଛନ୍ତି।

ଏ ସମ୍ପର୍କରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, ଏହା ଆମେ ଜାଣିନଥିଲୁ। ଏସ୍‌ବିଆଇ ନିଜ ତରଫରୁ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରିଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।