ପୁରୀ, : ପବିତ୍ର ମାଘ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ବୁଧବାର ଦିନ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମହାପ୍ରଭୁ ସୋଲ, ଜରି ଆଦିରେ ପ୍ରସ୍ତୁତ ଆୟୁଧ, ଅଳଙ୍କାର ପରିଧାନ କରି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏହି ଉପଲକ୍ଷେ ଆଜି ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ଦୁଇବର୍ଷ ପରେ ଭକ୍ତମାନେ ମନଭରି ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କରିବା ସହ କୋଟିପୂଣ୍ୟ ଲାଭ କରିଛନ୍ତି। ସେପଟେ ଆଜି ଅଗ୍ନି ଉତ୍ସବ ପୂର୍ଣ୍ଣିମା ପାଳିତ ହୋଇଯାଇଛି। ବିଭିନ୍ନ ସ୍ଥାନରେ ଅଗିଜଳା ନୀତି ଅନୁଷ୍ଠିତ ହୋଇଛି।

