ଅପରାଧ ରାଜ୍ୟ

ଶ୍ରୀମନ୍ଦିରରେ ମନିପର୍ସ ଲୁଟେରା ଗିରଫ

ପୁରୀ : ଶ୍ରୀମନ୍ଦିରକୁ ଦର୍ଶନ କରିବାକୁ ଆସିଥିବା ଜଣେ ଭକ୍ତଙ୍କ ପକେଟରୁ ମନିପର୍ସ ଲୁଟି ନେବା ଅଭିଯୋଗରେ ସିଂହଦ୍ବାର ଥାନା ପୁଲିସ ଜଣକୁ ଗିରଫ କରିଛି। ତା ନିକଟରୁ ପୁଲିସ ମନିପର୍ସ ଓ ୪୫୦୦ ଟଙ୍କା ଜବତ କରି ଏକ ମାମଲା ରୁଜୁ କରି ତାକୁ ଗିରଫ ପରେ କୋର୍ଟଚାଲାଣ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ଅନୁଗୁଳ ଜିଲ୍ଲା କୋଲିଏରି ଥାନା ଅନ୍ତର୍ଗତ ତାଳଚେର ରେଲୱେ କଲୋନିର ରବିଚନ୍ଦ୍ର ବେହେରା ଶ୍ରୀମନ୍ଦିରକୁ ଦର୍ଶନ ନିମନ୍ତେ ଯାଉଥିଲେ। ଏହି ସମୟରେ ସାତପାହଚରେ ଗହଳିର ସୁଯୋଗ ନେଇ ଅଭିଯୁକ୍ତ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ବଡ଼ଶଙ୍ଖ ଅଣ୍ଡାଗଳିର ଅକ୍ଷୟ ପରିଡ଼ା ଠେଲାପେଲା କରି ତାଙ୍କ ପକେଟରୁ ମନିପର୍ସ ଲୁଟି ନେଇଥିଲା। ଏହି ସମୟରେ ରବିଚନ୍ଦ୍ର ଚିତ୍କାର କରିବାରୁ ସେଠାରେ ଥିବା ସାଦାପୋଷାକଧାରୀ ପୁଲିସ ଅକ୍ଷୟକୁ ଧରିପକାଇଥିଲେ। ଏ ସମ୍ପର୍କରେ ରବିଚନ୍ଦ୍ର ସିଂହଦ୍ବାର ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଅକ୍ଷୟକୁ ଗିରଫ ପରେ ଆଜି କୋର୍ଟଚାଲାଣ କରିଛି। ତା ନିକଟରୁ ପୁଲିସ ରବିଚନ୍ଦ୍ରଙ୍କର ମନିପର୍ସ ଓ ୪୫୦୦ ଟଙ୍କା ଜବତ କରି ତାଙ୍କ ଜିମାରେ ଦେଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।