ରାଜ୍ୟ

‘ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଲାଗୁ ହେଉ ଡ୍ରେସକୋଡ୍’

ପୁରୀ : ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଡ୍ରେସକୋଡ୍‌ ଲାଗୁ ଦାବି ଜୋର ଧରିଛି। ଶ୍ରୀମନ୍ଦିରର ବିଭିନ୍ନ ନିଯୋଗ ଏହା ସପକ୍ଷରେ ମତ ଦେଇଛନ୍ତି। ନଚେତ୍‌ ଶ୍ରୀମନ୍ଦିରରେ ଭକ୍ତଙ୍କ ଧାର୍ମିକ ଭାବନା କ୍ଷୁର୍ଣ୍ଣ ହେବ। ବିଶୃଙ୍ଖଳିତ ପରିବେଶ ସୃଷ୍ଟି ହେବ ବୋଲି ନିଯୋଗମାନେ ମତ ରଖିଛନ୍ତି। ଏ ସମ୍ପର୍କରେ ଖୁଣ୍ଟିଆ ନିଯୋଗ ବି ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖି ତୁରନ୍ତ ଡ୍ରୋସ୍‌କୋଡ୍‌ ଲାଗୁ ପାଇଁ ଦାବି କରିଛି।

ସେପଟେ ଭକ୍ତଙ୍କ ପାଇଁ ଡ୍ରେସକୋଡ୍‌ ଲାଗୁ ଉପରେ ବିଭିନ୍ନ ସମୟରେ ବୈଠକରେ ଆଲୋଚନା ହୋଇଛି, ଏ ଦିଗରେ ବିଚାରବିମର୍ଶ ଚାଲିଛି, ଖୁବଶୀଘ୍ର ଏହା ଲାଗୁ ହୋଇପାରେ ବୋଲି ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଭି ଏସ୍‌ ଚନ୍ଦ୍ରଶେଖର ରାଓ କହିଛନ୍ତି।ଅନ୍ୟପଟେ କିଛି ମାସ ହେଲାଣି ସେବାୟତଙ୍କ କ୍ଷେତ୍ରରେ ଡ୍ରେସ୍‌କୋଡ୍‌ ବ୍ୟବସ୍ଥା ଲାଗୁ ହୋଇଛି। ଶ୍ରୀମନ୍ଦିର ଗର୍ଭଗୃହ ଭିତରକୁ ନୀତିକାନ୍ତି ପାଇଁ ଯାଉଥିବା ସେବକ ପାରମ୍ପରିକ ପୋଷାକ ପରିଧାନ କରି ପ୍ରବେଶ କରିବାକୁ ନିୟମ ଲାଗୁ ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।