ପୁରୀ ୦୬।୦୩ : ଶ୍ରୀମନ୍ଦିରରେ ପୁଣି ନୀତି ବିଭ୍ରାଟ । ସକାଳ ଧୂପ ପରେ ପୁଣି ଥରେ ନୀତି ବିଭ୍ରାଟ ହୋଇଛି । ଜଗମୋହନରେ ଜଣେ ବ୍ୟକ୍ତି ବାନ୍ତି କରିଦେଇଛନ୍ତି । ଯାହାଫଳରେ କି ମହାପ୍ରଭୁଙ୍କର ପୁଣି ଥରେ ମହାସ୍ନାନ କରାଯିବ ।
ଖବର ଅନୁଯାୟୀ, ଆଜି ପୁରୀ ଶ୍ରୀମନ୍ଦିରରେ ରକ୍ତ ଛିଟା ପଡିଥିଲା । ଶ୍ରୀମନ୍ଦିର ଭିତର କାଠ ନିକଟରେ ରକ୍ତର ଛିଟା ପଡିଥିବାj ଦେଖିବାକୁ ମିଳିଥିଲା । ତେବେ ରକ୍ତ ଛିଟା ପଡିଥିବାରୁ ପରମ୍ପରା ଅନୁସାରେ ମହାପ୍ରଭୁଙ୍କର ମହାସ୍ନାନ ସମ୍ପନ୍ନ ହୋଇଥାଏ । ସେଥିଲାଗି ଶ୍ରୀମନ୍ଦିରରେ ଶନିବାର ରକ୍ତଛିଟା ଦେଖାଯିବା ପରେ ମହାପ୍ରଭୁଙ୍କର ମହାସ୍ନାନ ଅନୁଷ୍ଠିତ ହୋଇଥିଲା ।
ତେବେ ଅବକାଶ ନୀତି ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ସମ୍ପନ୍ନ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା । ତେବେ ଏବ ପୁଣି ଥରେ ମହାପ୍ରଭୁଙ୍କର ମହାସ୍ନାନ କରାଯିବ । ଜଗମୋହନରେ ଜଣେ ଭକ୍ତ ବାନ୍ତି କରିବାକୁ ମହାପ୍ରଭୁଙ୍କ ମହାସ୍ନାନ କରାଯିବ । ତେବେ ଦେଖିବାକୁ ଗଲେ ଗୋଟିଏ ଦିନରେ ୨ ଥର ମହାସ୍ନାନ ହୋଇଛି ।