ଦେଶ ବିଦେଶ ଧର୍ମ ରାଜ୍ୟ

ଶ୍ରୀମନ୍ଦିରରେ ପୁଣି ନୀତି ବିଭ୍ରାଟ : ଜଗମୋହନରେ ବାନ୍ତି କଲେ ଭକ୍ତ, ଗୋଟିଏ ଦିନରେ ୨ଥର ମହାସ୍ନାନ

ପୁରୀ ୦୬।୦୩ : ଶ୍ରୀମନ୍ଦିରରେ ପୁଣି ନୀତି ବିଭ୍ରାଟ । ସକାଳ ଧୂପ ପରେ ପୁଣି ଥରେ ନୀତି ବିଭ୍ରାଟ ହୋଇଛି । ଜଗମୋହନରେ ଜଣେ ବ୍ୟକ୍ତି ବାନ୍ତି କରିଦେଇଛନ୍ତି । ଯାହାଫଳରେ କି ମହାପ୍ରଭୁଙ୍କର ପୁଣି ଥରେ ମହାସ୍ନାନ କରାଯିବ ।

ଖବର ଅନୁଯାୟୀ, ଆଜି ପୁରୀ ଶ୍ରୀମନ୍ଦିରରେ ରକ୍ତ ଛିଟା ପଡିଥିଲା । ଶ୍ରୀମନ୍ଦିର ଭିତର କାଠ ନିକଟରେ ରକ୍ତର ଛିଟା ପଡିଥିବାj ଦେଖିବାକୁ ମିଳିଥିଲା । ତେବେ ରକ୍ତ ଛିଟା ପଡିଥିବାରୁ ପରମ୍ପରା ଅନୁସାରେ ମହାପ୍ରଭୁଙ୍କର ମହାସ୍ନାନ ସମ୍ପନ୍ନ ହୋଇଥାଏ । ସେଥିଲାଗି ଶ୍ରୀମନ୍ଦିରରେ ଶନିବାର ରକ୍ତଛିଟା ଦେଖାଯିବା ପରେ ମହାପ୍ରଭୁଙ୍କର ମହାସ୍ନାନ ଅନୁଷ୍ଠିତ ହୋଇଥିଲା ।

ତେବେ ଅବକାଶ ନୀତି ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ସମ୍ପନ୍ନ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା । ତେବେ ଏବ ପୁଣି ଥରେ ମହାପ୍ରଭୁଙ୍କର ମହାସ୍ନାନ କରାଯିବ । ଜଗମୋହନରେ ଜଣେ ଭକ୍ତ ବାନ୍ତି କରିବାକୁ ମହାପ୍ରଭୁଙ୍କ ମହାସ୍ନାନ କରାଯିବ । ତେବେ ଦେଖିବାକୁ ଗଲେ ଗୋଟିଏ ଦିନରେ ୨ ଥର ମହାସ୍ନାନ ହୋଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ