ରାଜ୍ୟ

ଶ୍ରୀମନ୍ଦିରରେ ଦଧିନଉତି ବାନ୍ଧିବା ଘଟଣା: ଛତ୍ରପୁରରୁ ଜଣେ ଅଟକ

ଛତ୍ରପୁର: ଶ୍ରୀମନ୍ଦିର ଉପରେ ଚଢି ଦଧିନଉତି ବାନ୍ଧିବା ଘଟଣାରେ ପୁରୀ ଶ୍ରୀମନ୍ଦିର ଥାନା ପୁଲିସ୍ ପକ୍ଷରୁ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଇଛି। ଅଟକ ବ୍ୟକ୍ତି ଜଣକ ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରର ଭାସ୍କରରାଓ ପେଟାସାହିର ବଳରାମ ମହାରଣା। 

ସୂଚନା ଅନୁସାରେ ବଳରାମ ବୁଧବାର ଦିନ ରାତ୍ର ସମୟରେ ଶ୍ରୀମନ୍ଦିର ଉପରକୁ ଚଢ଼ି ଦଧିନଉତି ବାନ୍ଧିଥିଲେ। ସେ ବ୍ରହ୍ମପୁରର ଏକ ମେଡିକାଲରେ ୧୦ ବର୍ଷ ଧରି ଚିକିତ୍ସା ହୋଇ ଆସୁଥିଲେ। ଗତ ମଙ୍ଗଳବାର ଦିନ ବିଳମ୍ବିତ ରାତ୍ରରେ ବଳରାମ ଖଣ୍ଡେ ଗାମୁଛା ଓ ଗୋଟିଏ ପାଣି ବୋତଲ ସାଙ୍ଗରେ ଧରି ଜୟ ଜଗନ୍ନାଥ…ଜୟ ଜଗନ୍ନାଥ କହି ଘରୁ ବାହାରି ଯାଇଥିଲେ। ସେ କୁଆଡ଼େ ଯାଉଛନ୍ତି ସେନେଇ ପରିବାର ଲୋକଙ୍କୁ କୌଣସି ସୂଚନା ଦେଇନଥିଲେ ବୋଲି ବଳରାମଙ୍କ ସ୍ତ୍ରୀ ସୁକାନ୍ତି ମହାରଣା କହିଛନ୍ତି। 

Chhatrapur

ବଳରାମ ଖଣ୍ଡେ ଗାମୁଛା ଓ ଗୋଟିଏ ପାଣି ବୋତଲ ସାଙ୍ଗରେ ଧରି ଜୟ ଜଗନ୍ନାଥ…ଜୟ ଜଗନ୍ନାଥ କହି ଘରୁ ବାହାରି ଯାଇଥିଲେ। ସେ କୁଆଡ଼େ ଯାଉଛନ୍ତି ସେନେଇ ପରିବାର ଲୋକଙ୍କୁ କୌଣସି ସୂଚନା ଦେଇନଥିଲେ।

ସେହିପରି ବଳରାମ ମହାରଣା ଜଣେ ଭଲ ଲୋକ। ସେ ଭଲ କାମ କରି ଅଂଚଳରେ ବେଶ୍ ସୁନାମ ଅର୍ଜନ କରିଛନ୍ତି। କିନ୍ତୁ ଗତ କିଛି ଦିନ ହେଲା ସେ ମାନସିକ ରୋଗରେପିଡୀତ ହୋଇ ଚିକିତ୍ସିତ ହେଉଥିଲେ ବୋଲି ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି। ଗୁରୁବାର ପୁଲିସ୍ ପକ୍ଷରୁ ବଳରାମଙ୍କ ପରିବାରକୁ ଏନେଇ ସୂଚନା ପ୍ରଦାନ ପରେ ବଳରାମଙ୍କ ପରିବାର ବର୍ଗ ବଳରାମଙ୍କୁ ଫେରାଇ ଆଣିବା ପାଇଁ ପୁରୀ ଯାଇଥିଲେ। ବଳରାମଙ୍କ ସ୍ତ୍ରୀ, ପୁଅ ଓ ପୁତୁରା ପୁରୀ ଅଭିମୁଖେ ବାହାରିଥିବା ସୂଚନା ମିଳିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।