ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀମନ୍ଦିରରେ ଚାଲିଛି ଶ୍ରୀଜିଉଙ୍କ ସୁନା ଅଳଙ୍କାର ମରାମତି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ପୁରୀ : ଶ୍ରୀମନ୍ଦିର ନାଭିକଟା ମଣ୍ଡପରେ ଚାଲିଛି ଶ୍ରୀଜିଉଙ୍କ ଅଳଙ୍କାର ମରାମତି। ପ୍ରଥମେ ଦେବୀ ସୁଭଦ୍ରାଙ୍କ ସୁନା କିରୀଟ ମରାମତି କରାଯାଉଛି। କିରୀଟର ପାଖୁଡ଼ା ଓ ଅନ୍ୟାନ୍ୟ ଛୋଟମୋଟ ମରାମତି କାମ ଜାରି ରହିଛି। ପରବର୍ତ୍ତୀ ସମୟରେ ବଡ଼ଠାକୁର ଶ୍ରବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀପୟର ମରାମତି କରାଯିବ। ଏହାସହ ଅନ୍ୟାନ୍ୟ ମରାମତି କାମ ସମ୍ପନ୍ନ ହେବ। ଏଥିପାଇଁ ଭୁବନେଶ୍ବରରୁ ସ୍ବତନ୍ତ୍ର ବଣିଆ ଆସିଥିବା ବେଳେ ରତ୍ନଭଣ୍ଡାର ସବ୍‌କମିଟି ସହ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ଭଣ୍ଡାର ମେକାପଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ମରାମତି କାମ ଜାରି ରହିଛି।

ରଥଯାତ୍ରାରେ ସୁନାବେଶ ସମୟରେ ଲାଗି ଓ ଓଲାଗି ବେଳେ ଶ୍ରୀଜିଉଙ୍କୁ ସୁନା କିରୀଟ ସହ ଅନ୍ୟାନ୍ୟ ସୁନା ଅଳଙ୍କାରର କିଛି କିଛି ଅଂଶ ଭାଙ୍ଗିଯାଇଛି। ଶ୍ରୀମନ୍ଦିର ପରିଚାଳନା କମିଟି ଓ ରତ୍ନଭଣ୍ଡାର ସବ୍‌କମିଟି ଅନୁମତିକ୍ରମେ ଏହି ମରାମତି କାମ ଆରମ୍ଭ ହୋଇଛି।

ଚାଲିଛି ସୁଭଦ୍ରାଙ୍କ କିରୀଟ ସଜଡ଼ା
ପରେ ଶ୍ରୀପୟର ଓ ଅନ୍ୟାନ୍ୟ କାମ
ଭକ୍ତଙ୍କ ଦାନ ସୁନାରେ ହେଉଛି ମରାମତି

ମିଳିଥିବା ସୂଚନା ମୁତାବକ, ଦେବୀ ସୁଭଦ୍ରାଙ୍କ ସୁନାବେଶ କିରୀଟର କିଆ ପାଖୁଡ଼ା ଭାଙ୍ଗିଯାଇଥିଲା। ସେପଟେ ସୁନାବେଶରେ ଶ୍ରୀଜିଉ ପିନ୍ଧୁଥିବା ସୁବର୍ଣ୍ଣ ଅଳଙ୍କାର ଗଜପତି ମୁକୁନ୍ଦ ଦେବଙ୍କ ସମୟର। ଅଳଙ୍କାରଗୁଡ଼ିକ ପୁରୁଣା ଓ ଦୁର୍ବଳ ହୋଇଯାଇଥିବାରୁ ଅନେକ ସମୟରେ ଏସବୁ ଭାଙ୍ଗିରୁଜି ଯାଉଛି। ଏ ସଂପର୍କରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର କହିଛନ୍ତି, ୧୫ ଦିନ ତଳୁ ଶ୍ରୀଜିଉଙ୍କୁ ସୁନାବେଶ ଅଳଙ୍କାର ମରାମତି କାମ ଆରମ୍ଭ ହେଲାଣି। ପ୍ରଥମେ ଦେବୀ ସୁଭଦ୍ରାଙ୍କ କିରୀଟ ମରାମତି ଆରମ୍ଭ ହୋଇଥିବାବେଳେ ଏହାର ମରାମତି ସରିବାକୁ ଆହୁରି ୧୦ ଦିନ ଲାଗିବ। ପରେ ଶ୍ରୀପୟର ଓ ଅନ୍ୟାନ୍ୟ ସୁନା ଅଳଙ୍କାର ମରାମତି କାମ ହେବ। ଭକ୍ତମାନେ ହୁଣ୍ଡିରେ ପକାଉଥିବା ଦାନ ସୁନାରେ ଏହାର ମରାମତି କରାଯାଉଛି। ଏହି ମରାମତି ନିୟମିତ କାର୍ଯ୍ୟ। ଏଥିପାଇଁ ରତ୍ନଭଣ୍ଡାର ସବ୍‌କମିଟି ରହିଥିବା ବେଳେ ଏହି କମିଟିରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୁର୍ଗାପ୍ରସାଦ ଦାସମହାପାତ୍ର, ଜଗନ୍ନାଥ କର ପ୍ରମୁଖ ରହିଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସୂଚନାଯୋଗ୍ୟ, ଶ୍ରୀଜିଉଙ୍କ ସୁନାବେଶ ପାଇଁ ଗୋଟିଏ ସେଟ୍‌ ସୁବର୍ଣ୍ଣ ଅଳଙ୍କାର ରହିଛି। ରଥଯାତ୍ରା ସମୟରେ ସୁନାବେଶ ପାଇଁ ରତ୍ନଭଣ୍ଡାରରୁ ଏହି ଅଳଙ୍କାର ଅଣାଯାଇଥାଏ। ସୁନାବେଶ ସରିବା ପରେ ପୁନର୍ବାର ଏହାକୁ ରତ୍ନଭଣ୍ଡାରରେ ସୁରକ୍ଷିତ ରଖାଯାଇଥାଏ। ପ୍ରତିବର୍ଷ ସୁନାବେଶରେ ବ୍ୟବହାର ହେଉଥିବା ସୁନା ଅଳଙ୍କାର ୫ଶହ ବର୍ଷ ପୁରୁଣା ଓ ଯଦି ଅଳଙ୍କାର କିଛି ବି ଅସୁବିଧା ହୁଏ ଅବା କୌଣସି କାରଣରୁ ଭାଙ୍ଗିଯାଏ, ନୀତିକାନ୍ତି ପ୍ରଭାବିତ ହେବା ଆଶଙ୍କା ରହିଛି। ଏଣୁ ଆଉ ଏକ ସେଟ୍‌ ସୁନା ଅଳଙ୍କାର ତିଆରି କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି। ମହାପ୍ରଭୁଙ୍କ ରତ୍ନ ପଲଙ୍କ ହେଉ ଅବା ସ୍ବର୍ଣ୍ଣ ଅଳଙ୍କାର, ସବୁ ଗୋଟିଏ ଲେଖାଁଏ ସେଟ୍‌ ରହିଥିବାରୁ ଆଗାମୀ ଦିନରେ ତାହା ଭାଙ୍ଗି ଗଲେ ନୀତିକାନ୍ତି ପ୍ରଭାବିତ ହେବା ସ୍ବାଭାବିକ। ମହାପ୍ରଭୁଙ୍କ ରତ୍ନ ଭଣ୍ଡାରରେ ଅମାପ ରତ୍ନ ଅଳଙ୍କାର ରହିଥିବା ବେଳେ ସୁନାବେଶ ପାଇଁ ଆଉ ଗୋଟିଏ ସେଟ୍‌ ଅଳଙ୍କାର ତିଆରି କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ଭଣ୍ଡାର ମେକାପଙ୍କ ସହ ଅନ୍ୟ ସେବାୟତମାନେ ଅନୁରୋଧ କରିଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।