ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀମନ୍ଦିରରେ ଓଢ଼ଣ ଷଷ୍ଠୀ, ମହାପ୍ରଭୁଙ୍କୁ ଘୋଡ଼ଲାଗି

ପୁରୀ : ମହାପ୍ରଭୁଙ୍କ ମାନବୀୟ ଲୀଳାଖେଳର ଅଂଶବିଶେଷ ପ୍ରାବରଣ ବା ଓଢ଼ଣ ଷଷ୍ଠୀ ନୀତି ମଙ୍ଗଳବାର ଦିନ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି। ଶୀତରୁ ରକ୍ଷା ପାଇଁ ମହାପ୍ରଭୁଙ୍କୁ ଆଜିଠାରୁ ଘୋଡ଼ଲାଗି କରାଯାଇଛି। ସପ୍ତାହକୁ ୭ ରଙ୍ଗରେ ଘୋଡ଼ଲାଗି ହେଉଥିବା ମହାପ୍ରଭୁଙ୍କୁ ଆଜି ପ୍ରଥମ ଦିନରେ ୫ ରଙ୍ଗର ମିଶ୍ରିତ ରଙ୍ଗର ଘୋଡ଼ଲାଗି କରାଯାଇଛି। ଏହି ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି।

ଓଢ଼ଣ ଷଷ୍ଠୀ ମହାପ୍ରଭୁଙ୍କ ଦ୍ବାଦଶ ଯାତ୍ରା ମଧ୍ୟରେ ଅନ୍ୟତମ। ମହାପ୍ରଭୁ ଶୀତରୁ ରକ୍ଷା ପାଇବା ପାଇଁ ମଙ୍ଗଳବାରଠାରୁ ଶୀତବସ୍ତ୍ର ପରିଧାନ କରିଛନ୍ତି। ମାର୍ଗଶୀର ଶୁକ୍ଳ ଷଷ୍ଠୀକୁ ଓଢ଼ଣ ଷଷ୍ଠୀ କୁହାଯାଏ। ଏହି ନୀତି ଅନୁଯାୟୀ, ମଙ୍ଗଳବାର ସକାଳ ଧୂପ ସରିବା ପରେ ଭୋଗମଣ୍ଡପ ଘରେ ଅଧିବାସ ହୋଇ ରହିଥିବା ଘୋଡ଼ମାନଙ୍କୁ ଅଣାଯାଇ ଶ୍ରୀମନ୍ଦିର ଚାରିପାଖରେ ସାଢ଼େ ତିନି ଘେରା ଓ ରତ୍ନସିଂହାସନ ଚାରିପଟେ ସାଢ଼େ ଘେରା ପରିକ୍ରମା କରାଯାଇଥିଲା। ପରେ ଘୋଡ଼ଗୁଡ଼ିକୁ ରତ୍ନସିଂହାସନ ଉପରକୁ ନିଆଯାଇ ମହାପ୍ରଭୁଙ୍କୁ ଲାଗି କରାଯାଇଥିଲା। ଘୋଡ଼ଲାଗି ସରିବା ପରେ ଠାକୁରଙ୍କୁ ସୁବର୍ଣ୍ଣର ଅଳଙ୍କାର ପିନ୍ଧା ଯାଇଥିଲା। ପରେ ବନ୍ଦାପନା କରି ଅନ୍ୟାନ୍ୟ ନୀତି ସମ୍ପନ୍ନ କରାଯାଇଥିଲା।

ଘୋଡ଼ଲାଗି ନୀତି ଶେଷ ପର୍ଯ୍ୟନ୍ତ ପ୍ରତିଦିନ ଏହି ନୀତି ଚାଲିବ। ଏହି ଘୋଡ଼ଲାଗି ନୀତି ମାର୍ଗଶୀର ମାସ ଶୁକ୍ଳପକ୍ଷ ଷଷ୍ଠୀଠାରୁ ଆରମ୍ଭ ହୋଇ ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ପର୍ଯ୍ୟନ୍ତ ଚାଲିବ। ସାତବାରରେ ସାତପ୍ରକାର ଘୋଡ଼ ଠାକୁରଙ୍କୁ ଲାଗି କରିବାର ପରମ୍ପରା ରହିଛି। ରବିବାର ନାଲିବସ୍ତ୍ରର ଘୋଡ଼, ସୋମବାର କଳାଛିଟ ମିଶା ଧଳାବର୍ଣ୍ଣର ଘୋଡ଼, ମଙ୍ଗଳବାର ୫ ରଙ୍ଗ ମିଶା ଘୋଡ଼, ବୁଧବାର ନୀଳ ରଙ୍ଗର ଘୋଡ଼, ଗୁରୁବାର ହଳଦୀ ରଙ୍ଗର ଘୋଡ଼, ଶୁକ୍ରବାର ଧଳା ରଙ୍ଗର ଘୋଡ଼ ଓ ଶନିବାର କଳା ରଙ୍ଗର ଘୋଡ଼ ଲାଗି କରାଯିବାର ପରମ୍ପରା ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।