ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀମନ୍ଦିରରେ ଆଜି ପୁଣି ବଡ଼ ମହାସ୍ନାନ: ଭକ୍ତଙ୍କ ଦର୍ଶନ ବନ୍ଦ

ପୁରୀ: ଶ୍ରୀମନ୍ଦିରରେ ଆଜି ପୁଣି ବଡ଼ ମହାସ୍ନାନ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି। ଏହି କାରଣରୁ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ତେବେ ମହାସ୍ନାନ ନୀତି ସରିବା ପରେପୁଣି ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ଜଣେ ଭକ୍ତ ଭିତରକାଠ ନିକଟରେ ବାନ୍ତି କରିବାରୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଏଣେ ମାର୍ଚ୍ଚ ୯ ତାରିଖ ବୁଧବାର ଫାଲଗୁନ ଶୁକ୍ଳ ସପ୍ତମୀ ତିଥିରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ହେବ। ଏହି ଉପଲ‌କ୍ଷେ ଆସନ୍ତା ୯ ତାରିଖରେ ସଂଧ୍ୟା ୫ଟାରୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରଖାଯାଇଛି। ଏହି ଦିନ ସଂଧ୍ୟା ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି। ରାତି ୮ଟାରେ ବନକଲାଗି ନୀତି ଶେଷ ପରେ ଦର୍ଶନ ସ୍ବାଭାବିକ ହେବ।

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ଭିତର କାଠ ଅଣସର ପିଣ୍ଡି ନିକଟରେ ଶୁକ୍ରବାର ଦିନ ରକ୍ତଛିଟା ପଡ଼ିବାରୁ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ହୋଇଥିଲା। ଏଥିପାଇଁ ଶୁକ୍ରବାର ଦିନ ଶ୍ରୀମନ୍ଦିରରେ ୩ ଘଣ୍ଟା ଦର୍ଶନ ବନ୍ଦ ରହିଥିଲା। ମହାସ୍ନାନ ନୀତି ଶେଷ ପରେ ସଂଧ୍ୟା ପ୍ରାୟ ସାଢ଼େ ୬ଟାରେ ଦର୍ଶନ ସ୍ବାଭାବିକ ‌‌ହୋଇଥିଲା।

ମୁତାବକ, ଶୁକ୍ରବାର ମଧ୍ୟାହ୍ନଧୂପ ଶେଷ ପରେ ଅପରାହ୍ଣ ୩ଟାରେ ଭକ୍ତଙ୍କ ଦର୍ଶନ ଚାଲିଥିଲା। ଭକ୍ତମାନେ ଭିତର କାଠରୁ ମହାପ୍ରଭୁଙ୍କ ଦର୍ଶନ କରୁଥିଲେ। ଏହି ସମୟରେ ଭିତର କାଠ ଅଣସର ପିଣ୍ଡି ତଳେ ରକ୍ତ ପଡ଼ିଥିବା ନୀତି ସଂପୃକ୍ତ ସେବାୟତମାନେ ଦେଖିଥିଲେ। ଏଣୁ ଅପରାହ୍ଣ ପ୍ରାୟ ୩ଟାରୁ ଦର୍ଶନ ଓ ନୀତିକାନ୍ତି ବନ୍ଦ ରଖି ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା। ସଂଧ୍ୟା ପ୍ରାୟ ୫ଟା ୫୦ରେ ମହାସ୍ନାନ ନୀତି ଶେଷ ପରେ ୬ଟା ୧୦ରୁ ଅନ୍ୟାନ୍ୟ ନୀତିକାନ୍ତି ଆରମ୍ଭ ହୋଇଥିଲା। ଏଣୁ ଏହି ସମୟରେ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରଖାଯାଇଥିଲା। ନୀତିକାନ୍ତି ଆରମ୍ଭ ପରେ ପୁନର୍ବାର ଦର୍ଶନ ଆରମ୍ଭ ହୋଇଥିଲା। ନୀତିକାନ୍ତି ସମୟରେ କୌଣସି ସେବାୟତ ‌ଆଘାତପ୍ରାପ୍ତ ହେବା ପରେ ପାଦରୁ ରକ୍ତ ଝରି ଏଭଳି ସ୍ଥିତି ଉପୁଜିଥିବା ଜଣାପଡ଼ିଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ