ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
କଟକ: ବିଶିଷ୍ଟ କବି, କଥାକାର, ପ୍ରାବନ୍ଧିକ, ଅନୁବାଦକ ତଥା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ଡକ୍ଟର ଶ୍ରୀନିବାସ ଉଦ୍ଗାତା ଚଳିତବର୍ଷ ଗଙ୍ଗାଧର ରଥ ଫାଉଣ୍ଡେସନର ସର୍ବୋଚ୍ଚ ସମ୍ମାନ ‘ସାହିତ୍ୟ ଭାରତୀ ସମ୍ମାନ’ ପାଇବାକୁ ମନୋନୀତ ହୋଇଛନ୍ତି। ଜୀବନବ୍ୟାପୀ ସାରସ୍ବତ ସାଧନା ପାଇଁ ଡକ୍ଟର ଉଦ୍ଗାତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। କେନ୍ଦ୍ର ସାହିତ୍ୟ ଅକାଦେମିର ଅନୁବାଦ ପୁରସ୍କାର, ଇମ୍ଫାର ଶାରଳା ପୁରସ୍କାର, କୋଲକାତାର ବିଦ୍ୟାସାଗର ସମ୍ମାନ ଲାଭ କରିଥିବା ଡକ୍ଟର ଉଦ୍ଗାତା ଏପର୍ଯ୍ୟନ୍ତ ୩୨୩ ଖଣ୍ଡ ପୁସ୍ତକ ରଚନା କରିଛନ୍ତି। ଆସନ୍ତା ୧୯ ତାରିଖ ରବିବାର ସଂଧ୍ୟା ୬ଟା ୩୦ରେ କଳାବିକାଶ କେନ୍ଦ୍ର ପ୍ରେକ୍ଷାଳୟଠାରେ ଆୟୋଜିତ ସାରସ୍ବତ ସମାରୋହରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ସମ୍ମାନସ୍ବରୂପ ୧ ଲକ୍ଷ ଟଙ୍କା, କୋଣାର୍କ ମନ୍ଦିରର ରୌପ୍ୟ ପ୍ରତିରୂପ ପ୍ରଦାନ କରାଯିବ। ହାଇକୋର୍ଟର ବିଚାରପତି ଡକ୍ଟର ଜଷ୍ଟିସ୍ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଓ କବି ଅପର୍ଣ୍ଣା ମହାନ୍ତି ଅତିଥି ଭାବେ ଯୋଗଦେଇ ଶ୍ରୀ ଉଦ୍ଗାତାଙ୍କ ସମେତ ଅନ୍ୟ ପ୍ରତିଭାମାନଙ୍କୁ ସମ୍ମାନିତ କରିବେ।
ଫାଉଣ୍ଡେସନର ପ୍ରତିଷ୍ଠାତାଙ୍କ ନାମରେ ସ୍ଥାପିତ ‘ଗଙ୍ଗାଧର ରଥ ସ୍ମାରକୀ ସମ୍ମାନ’ ଏବର୍ଷ ବିଶିଷ୍ଟ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଡକ୍ଟର ଶ୍ୟାମାମଣୀ ଦେବୀଙ୍କୁ ପ୍ରଦାନ କରାଯିବ। ସମ୍ମାନ ସ୍ବରୂପ ତାଙ୍କୁ ଏକ ରୌପ୍ୟ ଫଳକ ସମେତ ମାନପତ୍ର ପ୍ରଦାନ କରାଯିବ। କାବ୍ୟ ସାହିତ୍ୟ ପ୍ରତି ବିଶେଷ ଅବଦାନ ପାଇଁ ବିଶିଷ୍ଟ କବି ଭଗବାନ ଜୟସିଂହଙ୍କୁ ସମ୍ମାନଜନକ ‘ଭାନୁଜୀ ରାଓ ସ୍ମାରକୀ ପୁରସ୍କାର’ ଏବଂ କଥା ସାହିତ୍ୟ କ୍ଷେତ୍ରରେ କୃତିତ୍ବ ପାଇଁ ବିଶିଷ୍ଟ କଥାକାର ମାନସୀ ଦାସଙ୍କୁ ‘ବୀଣାପାଣି ମହାନ୍ତି କଥା ସାହିତ୍ୟ ପୁରସ୍କାର’ ପ୍ରଦାନ କରାଯିବ। ଉଭୟ କବି ଶ୍ରୀ ଜୟସିଂହ ଓ କଥାକାର ମାନସୀ ଦାସଙ୍କୁ ୨୫ହଜାର ଟଙ୍କା ଲେଖାଏଁ ଓ ରୌପ୍ୟ ଉପଢ଼ୌକନ ପ୍ରଦାନ କରାଯିବ। ସେହିପରି, ଡକ୍ଟର ମୌସୁମୀ ପରିଡ଼ା ଓ କଥାକାର ରବିନାରାୟଣ ଦାଶ ଚଳିତବର୍ଷର ମର୍ଯ୍ୟାଦାଜନକ ‘ସୁବ୍ରତ ରଥ ସ୍ମାରକୀ ପୁରସ୍କାର’ ପାଇବାକୁ ମନୋନୀତ ହୋଇଛନ୍ତି। ପୁରସ୍କାରସ୍ବରୂପ ଉଭୟଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଓ ରୌପ୍ୟ ଉପଢ଼ୌକନ ପ୍ରଦାନ କରାଯିବ ବୋଲି ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନ ପକ୍ଷରୁ ଦରଘାବଜାରସ୍ଥିତ ଫାଉଣ୍ଡେସନର କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସଂପାଦିକା କଥାଶିଳ୍ପୀ ସୁସ୍ମିତା ରଥ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଫାଉଣ୍ଡେସନର ଟ୍ରଷ୍ଟି ଡାକ୍ତର ଜୟନ୍ତ ରଥ, ଉପଦେଷ୍ଟା ପ୍ରଫେସର ଡକ୍ଟର ବିଜୟାନନ୍ଦ ସିଂହ, ସଦସ୍ୟ ଆଇନଜୀବୀ ସଞ୍ଜୟ ରଥ, ଡାକ୍ତର ଅଳକା ରଥ, ଯୁବ ଅଧ୍ୟାପକ କମଳ ମାହୁନ୍ତ ପ୍ରମୁଖ ଉପସ୍ଥିତ ରହି ଆସନ୍ତା ୧୯ତାରିଖ ଉତ୍ସବ ବିଷୟରେ ସୂଚନା ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ ୧୯୯୬ରୁ ଫାଉଣ୍ଡେସନ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଉଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l