ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଶ୍ରୀନଗରରେ ଶହୀଦ ଯବାନଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳି: ଦୀପାବଳି ପୂର୍ବ ଦିନ ଦେଶ ରକ୍ଷା ପାଇଁ ଦେଇଥିଲେ ବଳିଦାନ

ଶ୍ରୀନଗର ୧୫/୧୧ : ଜାମ୍ମୁ କାଶ୍ମୀର କୁପବାଡାରେ ଶହୀଦ ହୋଇଥିବା ବିଏସଏଫ ସବ-ଇନ୍ସପେକ୍ଟର ରାକେଶ ଡୋଭାଲଙ୍କୁ ଆଜି ଶ୍ରୀନଗରରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ରାକେଶ ଡୋଭାଲ କୁପବାଡା ନୌଗାମ ସେକ୍ଟରରେ ଦେଶ ରକ୍ଷା ପାଇଁ ନିଜ ଜୀବନର ବଳିଦାନ ଦେଇଛନ୍ତି। ଶୁକ୍ରବାର ଦିନ ପାକିସ୍ତାନ ତରଫରୁ ଶୁଟ୍ଆଉଟ୍ ହୋଇଥିଲା। ଏତିକିବେଳେ ମୋର୍ଟାର ରାକେଶଙ୍କ ମୁଣ୍ଡରେ ବାଜିଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

୩୮ ବର୍ଷ ବୟସ୍କ ରାକେଶ ଡୋଭାଲଙ୍କ ଘର ଉତ୍ତରାଖଣ୍ଡ ଋଷିକେଶରେ। ସେ ବିଏସଏଫରେ ସବ-ଇନ୍ସପେକ୍ଟର ପଦବୀରେ ନିୟୋଜିତ ଥିଲେ। ସେ ଜାମ୍ମୁ କାଶ୍ମୀର ବାରମୁଳା ସେକ୍ଟରରେ ନିୟୋଜିତ ଥିଲେ। ରାକେଶଙ୍କ ମୃତ୍ୟୁ ଖବର ପାଇ ପରିବାରରେ ଶୋକର ଛାୟା ଖେଳିଯାଇଛି। ଶହୀଦ ରାକେଶ ଡୋଭାଲଙ୍କ ପାର୍ଥିବ ଶରୀରକୁ ଋଷିକେଶ ସ୍ଥିତ ତାଙ୍କ ପୈତୃକ ଘରକୁ ପଠାଯିବ। ଶହୀଦ ହେବା ଖବର ପାଇବାପରେ ଗ୍ରାମବାସୀ ରାକେଶଙ୍କ ପରିବାରକୁ ସାନ୍ତ୍ୱନା ଦେବାକୁ ତାଙ୍କ ଘରେ ପହଞ୍ଚିଛନ୍ତି। ଉତ୍ତରାଖଣ୍ଡ ବିଧାନସଭା ଅଧ୍ୟକ୍ଷ ପ୍ରେମଚାନ୍ଦ ଅଗ୍ରୱାଲ ମାମଲାରେ ପାକିସ୍ତାନକୁ ନିନ୍ଦା କରିଛନ୍ତି।

ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରେସି ପୁଣିଥରେ ଭାରତ ବିରୋଧରେ ବିଷ ଓଗାଳିଛନ୍ତି। ଏଲଓସିରେ ପାକିସ୍ତାନ ତରଫରୁ ହୋଇଥିବା ଶୁଟ୍ଆଉଟକୁ ନେଇ ଭାରତ କଡା ପଦକ୍ଷେପ ନେଇଛି। ବୈଦେଶିକ ମନ୍ତ୍ରାଳୟ ପାକିସ୍ତାନୀ ରାଜନେତାଙ୍କୁ ସତର୍କ କରାଇଛନ୍ତି। ପାକିସ୍ତାନର ଅସ୍ତ୍ରବିରତି ଉଲଙ୍ଘନକୁ ନେଇ ଭାରତ ବିରୋଧ ପ୍ରକାଶ କରିଛି।

ଜାମ୍ମୁ କାଶ୍ମୀର ଗୁରେଜ ସେକ୍ଟରରେ ଶହୀଦ ଯବାନ ଋଷିକେଶ ରାମଚନ୍ଦ୍ରଙ୍କ ପାର୍ଥିବ ଶରୀର ରବିବାର ଦିନ ତାଙ୍କ ପୈତୃକ ଗାଁରେ ପହଞ୍ଚିପାରେ। ମହାରାଷ୍ଟ୍ର କୋଲ୍ହାପୁର ନିବାସୀ ଜୋନ୍ଦଡେ, ମରାଠା ଲାଇଟ୍ ଇନ୍ଫଏଣ୍ଟ୍ରିରେ ନିୟୋଜିତ ଥିଲେ। ଗୁରେଜ ସେକ୍ଟରରେ ଯବାନ ନାୟକ ଭୂଷଣ ରମେଶରାଓ ମଧ୍ୟ ଶହୀଦ ହୋଇଛନ୍ତି। ରମେଶରାଓ ମରାଠା ଲାଇଟ୍ ଇନ୍ଫଏଣ୍ଟ୍ରିରେ ନିୟୋଜିତ ଥିଲେ। ପରିବାର ଲୋକ ଶହୀଦ ପୁଅର ପାର୍ଥିବ ଶରୀରକୁ ଅପେକ୍ଷା କରିଛନ୍ତି।

ଫୁରେଜ ସେକ୍ଟରରେ ଯବାନ ସୁବୋଧ ମଧ୍ୟ ଶହୀଦ ହୋଇଛନ୍ତି। ସୁବୋଧଙ୍କ ପାର୍ଥିବ ଶରୀର ରବିବାର ଦିନ ତାଙ୍କ ପୈତୃକ ଗାଁରେ ପହଞ୍ଚିବ। ଶହୀଦ ସୁବୋଧ ଘୋଷଙ୍କ ଘର ପଶ୍ଚିମବଙ୍ଗ ନାଦିଆ ଜିଲ୍ଲା ତେହତ୍ତାରେ। ନିକଟରେ ତାଙ୍କର ଏକ ଶିଶୁ ଜନ୍ମ ହୋଇଥିଲା। କିନ୍ତୁ ବାପା ହେବାର ଖୁସି ବେଶିଦିନ ରହିଲାନି। ଭାରତୀୟ ସେନାରେ ହାବିଲଦାର ଥିବା ହରଧନ ଚନ୍ଦ୍ର ରାୟ ଉରୀ ସେକ୍ଟରରେ ଶହୀଦ ହୋଇଛନ୍ତି। ଶହୀଦ ହରଧନ ଚନ୍ଦ୍ର ରାୟଙ୍କ ଘର ଆସାମ ଧୁବରୀ ଜିଲ୍ଲାରେ। ଶହୀଦଙ୍କ ପାର୍ଥିବ ଶରୀର ତାଙ୍କ ପୈତୃକ ଗାଁକୁ ପଠାଯିବ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ