ଅପରାଧ ଦେଶ ବିଦେଶ

ଶ୍ରୀନଗରରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ଆକ୍ରମଣ, ୯ ଜଣ ଆହତ ହସ୍ପିଟାଲରେ ଭର୍ତ୍ତି

ଶ୍ରୀନଗର ୨୨।୮: ଜମ୍ମୁକାଶ୍ମୀର ଶ୍ରୀନଗର ସହରର ନିଶାତ ଅଞ୍ଚଳରେ ଗ୍ରେନେଡ୍ ଆକ୍ରମଣ ହୋଇଛି । ଏହି ଆକ୍ରମଣ ଫଳରେ ୯ ଜଣ ଆହତ ହୋଇଛନ୍ତି ।ପୋଲିସ ଅଧିକାରୀ କହିଛନ୍ତି ଯେ, ରବିବାର ଦିନ ଆତଙ୍କବାଦୀମାନେ ଏକ ହ୍ୟାଣ୍ଡଗ୍ରେନେଡ୍ ଫିଙ୍ଗିଥିଲେ । ସେ କହିଛନ୍ତି ଯେ, ଡଲ୍ ହ୍ରଦ କୂଳରେ ଥିବା ମୋଗଲ ଗାର୍ଡେନ ନିକଟରେ ଏହି ଆକ୍ରମଣ ହୋଇଛି । ୭ ଜଣ ଆହତଙ୍କୁ ଏସଏଚଏମଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ୨ ଜଣଙ୍କୁ ଏସକେଆଇଏମଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ପୋଲିସ ଏହି ବିସ୍ଫୋରଣକୁ ନେଇ ମାମଲା ରୁଜୁ କରି ଆତଙ୍କବାଦୀଙ୍କୁ ଖୋଜିବାକୁ ଉଦ୍ୟମ ଆରମ୍ଭ କରିଛି ।

ସେପଟେ ପୁଲୱାମାରେ ସୁରକ୍ଷାକର୍ମୀ ପୁଣି ଥରେ ଆତଙ୍କବାଦୀଙ୍କ ଯୋଜନା ପଣ୍ଡ କରିଛନ୍ତି । ରବିବାର ଦିନ ସୁରକ୍ଷାକର୍ମୀ ଜିଲ୍ଲାରୁ ଉଦ୍ଧାର ହୋଇଥିବା ବିସ୍ଫୋରକ ଉପକରଣକୁ ନଷ୍ଟ କରି ଏକ ବଡ ଦୁର୍ଘଟଣାକୁ ଏଡାଇ ଦେଇଛନ୍ତି । କୁହାଯାଉଛି ଯେ, ଏହା ଦ୍ବାରା ଏକ ବଡ ଆତଙ୍କବାଦୀ ଆକ୍ରମଣ ହୋଇପାରିଥାନ୍ତା । ଯାହାକୁ ସୁରକ୍ଷାକର୍ମୀମାନେ ଭଣ୍ଡୁର କରିଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ସୁରକ୍ଷାକର୍ମୀ ପୁଲଓ୍ବାମା ତ୍ରାଲ ସ୍ଥିତ ବେହଗୁଣ୍ଡ ଅଞ୍ଚଳରୁ ପ୍ରାୟ ୧୦-୧୨ କିଲୋଗ୍ରାମ ଓଜନର ଆଇଇଡି ଉଦ୍ଧାର କରିଥିଲେ । କାଶ୍ମୀର ଜୋନ୍ ପୋଲିସ ଟ୍ବିଟ୍‌ ଯୋଗେ କହିଛନ୍ତି ଯେ, ତ୍ରାଲର ବେହଗୁଣ୍ଡ ଅଞ୍ଚଳରୁ ପ୍ରାୟ ୧୦-୧୨ କିଲୋଗ୍ରାମ ଆଇଇଡି ଉଦ୍ଧାର କରାଯାଇଛି । ପୋଲିସ ଏବଂ ସେନା ଏହାକୁ ନଷ୍ଟ କରିବାକୁ ନେଇ କାମ କରୁଛନ୍ତି । ଏକ ବଡ ଆତଙ୍କବାଦୀ ଆକ୍ରମଣକୁ ଏଡାଇ ଦିଆଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ