ଦେଶ ବିଦେଶ ମନୋରଞ୍ଜନ

ଶ୍ରୀଦେବୀଙ୍କ ସହ ତୁଳନା କରି ଟ୍ରୋଲ୍ ହେଲେ କଙ୍ଗନା

ବିବାଦୀୟ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାଵତ୍ ପୁଣିଥରେ ଟ୍ରୋଲର ଶିକାର ହୋଇଛନ୍ତି। କେତେବେଳେ ନିଜକୁ ଟମ୍ କ୍ରୁସ୍‌ଙ୍କଠାରୁ ଭଲ ଷ୍ଟଣ୍ଟମ୍ୟାନ୍ ତ କେତେବେଳେ ନିଜକୁ ମେର୍‌ଲି ଷ୍ଟ୍ରିପ୍‌ଙ୍କଠାରୁ ଭଲ ଅଭିନେତ୍ରୀ ବୋଲି କହୁଥିବା କଙ୍ଗନା ନିଜକୁ ଶ୍ରୀଦେବୀଙ୍କଠାରୁ ଭଲ କମେଡ଼ି କରୁଥିବା ନେଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। ତେବେ କଙ୍ଗନା‌ଙ୍କ ଏହି ପୋଷ୍ଟକୁ ତାଙ୍କ ପ୍ରଶଂସକମାନେ ପସନ୍ଦ କରିଥିବା ବେଳେ ଅନେକ ୟୁଜର୍ସ ତାଙ୍କୁ ଉପହାସ କରିଛନ୍ତି। ‘ତନୁ ୱେଡ୍ସ ମନୁ’ ଚଳଚ୍ଚିତ୍ରରୁ ତାଙ୍କ ସିନେ କ୍ୟାରିୟର୍‌ ଭିନ୍ନ ମୋଡ଼ ନେଇଥିଲା। ତେବେ ନିକଟରେ ଏହି ଚଳଚ୍ଚିତ୍ରକୁ ୧୦ବର୍ଷ ପୂରୁଥିବାରୁ ସେ ଟ୍ବିଟର୍‌ରେ ପୋଷ୍ଟ କରିବା ସହ ନିଜର ଅଭିନୟ ଉପରେ କିଛି କଥା ଉଲ୍ଲେଖ କରିଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ