ଖେଳ

ଶ୍ରୀଜେସ ଓ ଦୀପିକାଙ୍କୁ ଖେଳରତ୍ନ ପାଇଁ ହକି ଇଣ୍ଡିଆର ସୁପାରିସ ହରମନପ୍ରୀତ, ବନ୍ଦନା, ନଭଜୋତଙ୍କୁ ଅର୍ଜୁନ ପାଇଁ ସୁପାରିସ: ବୀରେନ୍ଦ୍ର, ଦୀପଗ୍ରେସ୍‌ଙ୍କୁ ପୁଣି ଅଣଦେଖା

ନୂଆଦିଲ୍ଲୀ: ଓଡ଼ିଶା ହକି ଦେଇ ଆସୁଥିବା ସେବା ଏବଂ ଏଠାକାର ସରକାର କରୁଥିବା ସମର୍ଥନକୁ ତାଚ୍ଛଲ୍ୟ କରି ପୁଣି ଥରେ ରାଜ୍ୟର ଦୁଇ ଅଭିଜ୍ଞ ‌ତାରକା ବୀରେନ୍ଦ୍ର ଲାକ୍ରା ଓ ଦୀପଗ୍ରେସ୍ ଏକ୍କାଙ୍କୁ ଅର୍ଜୁନ ପୁରସ୍କାର ପାଇଁ ଅଣଦେଖା କରିଛି ହକି ଇଣ୍ଡିଆ। ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ବରିଷ୍ଠ ସଦସ୍ୟ ହୋଇଥିଲେ ମଧ୍ୟ ସେମାନଙ୍କଠାରୁ କନିଷ୍ଠ ଖେଳାଳିଙ୍କ ନାମ ଏହି ସମ୍ମାନଜନକ ପୁରସ୍କାର ପାଇଁ ସୁପାରିସ କରିଛି। ଯାହା ରାଜ୍ୟର ଅଗଣିତ ହକିପ୍ରେମୀଙ୍କୁ ପୁଣି ଥରେ ନିରାଶ କରିଛି। ଦୀପଗ୍ରେସ୍ ୨୦୦ରୁ ଅଧିକ ଓ ବୀରେନ୍ଦ୍ର ୧୯୦ରୁ ଅଧିକ ମ୍ୟାଚ୍‌ରେ ଭାରତର ପ୍ରତିନିଧିତ୍ବ କରିଛନ୍ତି। ଉଭୟ ସଂପ୍ରତି ଭାରତୀୟ ଅଲିମ୍ପିକ୍ସ ଦଳର ଉପଅଧିନାୟକ ଓ ଉପଅଧିନାୟିକା ଅଛନ୍ତି।

ସେପଟେ ସମ୍ମାନଜନକ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ହକି ଇଣ୍ଡିଆ ଭାରତୀୟ ପୁରୁଷ ଦଳର ଗୋଲ୍‌ରକ୍ଷକ ପିଆର୍‌ ଶ୍ରୀଜେସ ଏବଂ ପୂର୍ବତନ ମହିଳା ଖେଳାଳି ଦୀପିକାଙ୍କ ନାମ ସୁପାରିସ କରିଛି। ଏହା ବ୍ୟତୀତ ୧୦୦ରୁ ଅଧିକ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିବା ଡ୍ରାଗ୍‌ ଫ୍ଲିକର ବିସ୍ମୟ ହର୍‌ମନ୍‌ପ୍ରୀତ୍‌ ସିଂହ, ୨୦୦ରୁ ଅଧିକ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିବା ବନ୍ଦନା କାଟାରିୟା ଏବଂ ୧୫୦ରୁ ଅଧିକ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିବା ନଭ୍‌ଜୋତ୍ କୌରଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ମଧ୍ୟ ସୁପାରିସ କରିଛି। ସେହିଭଳି ଜୀବନବ୍ୟାପୀ ସାଧନା ପାଇଁ ପ୍ରଚଳିତ ଧ୍ୟାନଚାନ୍ଦ ପୁରସ୍କାର ନିମନ୍ତେ ପୂର୍ବତନ ତାରକା ଆର୍‌ପି ସିଂହ ଓ ଏମ୍‌ ଚନ୍ଦ୍ର ସାଙ୍ଗାଇ ଇବେମ୍‌ହଲଙ୍କ ନାମ ସୁପାରିସ କରିଥିଲା ବେଳେ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ପ୍ରଶିକ୍ଷକ ବିଜେ କାରିଆପ୍ପା ଓ ସିଆର୍‌ କୁମାରଙ୍କ ନାମ ସୁପାରିସ କରିଥିବା ହକି ଇଣ୍ଡିଆ ଘୋଷଣା କରିଛି।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ