ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀଜିଉଙ୍କ ସୁନାବେଶ ଆଜି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ପୁରୀ :‌ ମଙ୍ଗଳବାର ପବିତ୍ର ଦୋଳପୂର୍ଣ୍ଣିମା। ଏହି ଉପଲକ୍ଷେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। ଚୂଡ଼ାନ୍ତ ନୀତି ଅନୁଯାୟୀ ସକାଳ ୮ଟାରୁ ଶ୍ରୀଜିଉଙ୍କ ସୁନାବେଶ ତଥା ରାଜାଧିରାଜ ବେଶ ଆରମ୍ଭ ହେବ। ସକାଳ ୯ଟା ଭିତରେ ବେଶ ‌ଶେଷ ପରେ ଭକ୍ତମାନେ ଶ୍ରୀଜିଉଙ୍କୁ ସୁନାବେଶରେ ଦର୍ଶନ କରିପାରିବେ। ରାତି ୧୦ଟା ୩୫ରେ ସୁନାବେଶ ଓଲାଗି ହେବ। ମହାପ୍ରଭୁଙ୍କ ଦୋଳପୂର୍ଣ୍ଣିମା ନୀତି ପାଇଁ ଭଗ୍ନ‌ ଦୋ‌ଳବେଦିକୁ ମରାମତି କରାଯାଇଛି। ଦୋଳବେଦି ଓ ପାଚେରିକୁ ରଙ୍ଗ ଦେଇ ନୂଆରୂପ ଦିଆଯାଇଛି। ‌ଦୋଳବେଦି ପରିକ୍ରମା ପଥ ବି ମରାମତି କରାଯାଇଛି। ସେପଟେ ପ୍ରତିବର୍ଷ ଭଳି ଶ୍ରୀମନ୍ଦିରରୁ ବିମାନରେ ବାହାରି ପୂର୍ବ-ଉତ୍ତର ଦ୍ବାର କୋଣ ଦେଇ ପ୍ରଭୁ ଦୋଳଗୋବିନ୍ଦଙ୍କ ସହ ଶ୍ରୀଦେବୀ ଓ ଭୂଦେବୀ ଦୋଳବେଦିକୁବିଜେ କରିବେ। ଠାକୁର ଓ ଠାକୁରାଣୀଙ୍କ ଏହି ଯା’ଆସ ରାସ୍ତାର ବି ମରାମତି କରାଯାଇଛି।.

ଚୂଡ଼ାନ୍ତ ନୀତି ଅନୁଯାୟୀ, ରାତି ୩ଟାରେ ଦ୍ବାରଫିଟା ପରେ ଅନ୍ୟାନ୍ୟ ନୀତି ଆରମ୍ଭ ହେବ। ସାଢ଼େ ୬ଟାରେ ସର୍ବାଙ୍ଗ ଓ ନୂଆଲୁଗା ଲାଗି ବେଶ ପରେ ଖଇକୋରା ଭୋଗ, ଭିତର ବେଢ଼ା ଶେଷ ହୋଇ ସକାଳ ୮ଟାରେ ନାଭିକଟା ମଣ୍ଡପକୁ ଦିଅଁ ବିଜେ କରିବେ। ସକାଳ ୮ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ରାଜାଧିରାଜ ବେଶ ତଥା ସୁନାବେଶ ନୀତି ଅନୁଷ୍ଠିତ ହେବ। ୯ଟା ୪୫ରେ ନାଭିକଟା ମଣ୍ଡପ ନୀତି ଶେଷ ପରେ ପୂର୍ବାହ୍ନ ୧୦ଟାରେ ବିମାନକୁ ଦିଅଁ ବିଜେ କରିବେ। ସାଢ଼େ ୧୦ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ବିମାନ ବେଢ଼ା ନୀତି ଅନୁଷ୍ଠିତ ହେବ। ପୂର୍ବାହ୍ଣ ୧୦ଟାରୁ ଭୋଗମଣ୍ଡପ ନୀତି ଆରମ୍ଭ ହୋଇ ସାଢ଼େ ଗୋଟାଏରେ ଶେଷ ହେବ। ମଧ୍ୟାହ୍ନ ସାଢ଼େ ୧୨ଟାରେ ଦୋଳବେଦିକୁ ପ୍ରଭୁ ଦୋଳଗୋବିନ୍ଦଙ୍କ ସହ ଶ୍ରୀଦେବୀ ଓ ଭୂଦେବୀଙ୍କ ବିମାନ ବିଜେ କରିବ। ୧୨ଟା ୪୫ରେ ବେଢ଼ା ଶେଷ ପରେ ୧୨ଟା ୫୦ରେ ଦୋଳିକୁ ଦିଅଁ ବିଜେ କରିବେ। ଅପରାହ୍ଣ ୧ଟା ୧୦ରେ ମଇଲମ ଓ ମହାସ୍ନାନ ପରେ ୧ଟା ୨୦ରେ ବେଶ ଓ ଅନ୍ୟାନ୍ୟ ନୀତି ବଢ଼ିବ।

ଅପରାହ୍ଣ ସାଢ଼େ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଭକ୍ତମାନେ ସାହାଣମେଲା ଦର୍ଶନ କରିପାରିବେ। ୮ଟା ୨୫ରେ ବନ୍ଦାପନା ଓ ରାଜନୀତି ପରେ ୮ଟା ୪୦ରେ ଛେରା ପହଁରା ନୀତି ଅନୁଷ୍ଠିତ ହେବ। ପରେ ଅନ୍ୟାନ୍ୟ ନୀତି ବଢ଼ି ରାତି ସାଢ଼େ ୯ଟାରେ ଦିଅଁଙ୍କ ବାହୁଡ଼ା ବିଜେ ନୀତି ଅନୁଷ୍ଠିତ ହେବ। ରାତି ୧୦ଟାରେ ଶ୍ରୀମନ୍ଦିର ବେଢ଼ା ପରିକ୍ରମା ଶେଷ ପରେ ଭୋଗ ଓ ବନ୍ଦାପନା ନୀତି ଅନୁଷ୍ଠିତ ହେବ। ବିମାନ ସହ ଭିତରକାଠକୁ ଦିଅଁ ବିଜେ ପରେ ଶ୍ରୀଦେବୀ ଓ ଭୂଦେବୀ ସିଂହାସନକୁ ଓ ଦୋଳଗୋବିନ୍ଦ ଦକ୍ଷିଣ ଘରକୁ ବିଜେ କରିବେ। ପରେ ରାତି ୧୦ଟା ୩୫ରେ ରାଜାଧିରାଜ ବେଶ ଓଲାଗି, ସାଢ଼େ ୧୧ଟାରେ ମହାସ୍ନାନ ନୀତି ଶେଷ ହେବ। ରାତି ପ୍ରାୟ ୩ଟା ୧୫ରେ ବଡ଼ସିଂହାର ବେଶ ଓ ସାଢ଼େ ୩ଟାରେ ବଡ଼ସିଂହାର ଭୋଗ ଲାଗି ହେବ। ରାତି ୩ଟା ୪୫ରେ ରାତ୍ର ପହୁଡ଼ ହେବ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।