କୋଣାର୍କ ୨୯।୬: ପ୍ରାଚୀକ୍ଷେତ୍ରରୁ ଶ୍ରୀକ୍ଷେତ୍ର ଯାଇଛି ଫଳଭାର । ସ୍ନାନ ପୂର୍ଣ୍ଣିମାରେ ମହାସ୍ନାନ ପରେ ଜ୍ବରରେ ପୀଡିତ ଶ୍ରୀଜିଉଙ୍କୁ ସୁସ୍ଥ କରିବା ପାଇଁ ଲାଗିଛନ୍ତି ଦଇତାପତି ସେବାୟତ । ବିଶ୍ବନିୟନ୍ତା ଅଣସର ଘରେ ଥିବା ବେଳେ ବିଭିନ୍ନ ନୀତିକାନ୍ତି କରାଯାଉଛି। ଏହି ଅବସରରେ ଶ୍ରୀଜିଉଙ୍କ ମାମୁଁ ଘର ମାଧବନନ୍ଦ ଓ କାକଟପୁର ପ୍ରାଚୀକ୍ଷେତ୍ର ବିଶ୍ଵାମିତ୍ର ମଠରୁ ବନୌସଦ୍ଧି, ବନ ସୁସ୍ବାଦୁ ଫଳଭାର ଶ୍ରୀକ୍ଷେତ୍ର ପଠାଯାଇଛି । ଏହାକୁ ଅଣସର ଭାର ବୋଲି କୁହାଯାଏ ।

ପ୍ରାଚୀ ତଟରେ ଥିବା ମଠ, ମନ୍ଦିର ଏବଂ ଗ୍ରାମାବାସୀଙ୍କଠାରୁ ସଂଗୃହୀତ ଆମ୍ବ, ପଣସ, ଖଜୁରୀ, ନଡିଆ, ସପୁରୀ, ସେଓ ଭଳି ଅନେକ ପ୍ରକାର ଫଳ ପୁରୀ ପଠାଯାଇଛି । ଏହି ଭାରକୁ ପୁରୀର ହାତି ଆଖଡା ମଠରେ ଶ୍ରୀମନ୍ଦିର ପ୍ରଶାସନ ଗ୍ରହଣ କରିବା ପରେ ଶ୍ରୀଜିଉଙ୍କୁ ଲାଗି କରାଯିବାର ପରମ୍ପରା ରହିଛି ।


