ଅପରାଧ ରାଜ୍ୟ

ଶ୍ରୀକ୍ଷେତ୍ରରେ ବେଧଡକ ଚାଲିଛି ଧଳାଜହର କାରବାର: ୫ ଲକ୍ଷରୁ ଅଧିକ ବ୍ରାଉନସୁଗାର ଜବତ, ୩ ଗିରଫ

ପୁରୀ ୧୬/୦୯: ଶ୍ରୀକ୍ଷେତ୍ର ପୁରୀରେ ବଢିଛି ଧଳାଜହର କାରବାର । ଏହି ଅଭିଯୋଗରେ ଆଜି ୫ ଲକ୍ଷ ୭୫ ହଜାର ଟଙ୍କାର ବ୍ରାଉନ ସୁଗାର ଜବତ ସହ ତିନିଜଣ ବେପାରୀଙ୍କୁ ଗିରଫ କରିଛି ପୁରୀ ବଳିଆ ପଣ୍ଡା ଥାନା ପୋଲିସ ।

ଗିରଫ ଅଭିଯୁକ୍ତ ମାନେ ହେଲେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଚଢ଼େଇ ପଲ୍ଲୀ ଗ୍ରାମର ରାମକୃଷ୍ଣ ଲେଙ୍କା, ସରପଲ୍ଲୀ ଗ୍ରାମର ମିଲନ ବେହେରା ଓ ପୁରୀ ସଦର ନୂଆପାଟଣା ଗ୍ରାମର ମଦନ ମୋହନ ବରାଳ । ଅଭିଯୁକ୍ତଙ୍କ ଠାରୁ ପୋଲିସ ୫୭.୫ ଗ୍ରାମ ବ୍ରାଉନ ସୁଗାର ସହ ୧ ହଜାର ଟଙ୍କା ଜବତ କରିଛି । ଗୁରୁବାର ପୂର୍ବାହ୍ନରେ ଏହି ଅଭିଯୁକ୍ତ ମାନେ ବାଇକ ଯୋଗେ ନୂଆ ବାଇପାସ୍ ରୋଡରେ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଅନନ୍ୟା ଆପାର୍ଟମେଣ୍ଟ ନିକଟରୁ ଗିରଫ କରି କୋର୍ଟ ଚାଲାଣ କରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।