କଳା ଓ ସଂସ୍କୃତି ରାଜ୍ୟ

ଶ୍ରୀକ୍ଷେତ୍ରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ

ପୁରୀ: ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ଆଜି ଆସି ଶ୍ରୀକ୍ଷେତ୍ରରେ ପହଞ୍ଚିଛି ପ୍ରଥମ ପର୍ଯ୍ୟାୟ ରଥ କାଠ। ନୟାଗଡ଼ ଦଶପଲ୍ଲାସ୍ଥିତ ମହାବୀର ପୀଠରେ ପୂଜାର୍ଚ୍ଚନା ପରେ ପୂର୍ବାହ୍ଣରେ ନୟାଗଡ଼ ବନାଞ୍ଚଳରୁ ଶ୍ରୀକ୍ଷେତ୍ର ଅଭିମୁଖେ ରଥକାଠ‌ ବୋଝେଇ ଟ୍ରକ୍‌ ବାହାରିଥିଲା। ଆଜି ୩ଟି ଟ୍ରକ୍‌ରେ ମୋଟ ୬୩ ଖଣ୍ଡ କାଠ ରଥଖଳାରେ ପହଞ୍ଚିଛି। ରଥଖଳାରେ ପହଞ୍ଚିଥିବା ୬୩ ଖଣ୍ଡ କାଠ ମଧ୍ୟରୁ ୩୪ଟି ଅସନ ଓ ୨୯ଟି ଧଉରା କାଠ ଆସିଛି। ଶ୍ରୀପଞ୍ଚମୀ ଦିନ ବିଧି ପୂର୍ବକ ତିନି ରଥର ରଥକାଠ ଅନୁକୂଳ ପୂଜା କରାଯିବ। ବସନ୍ତ ପଞ୍ଚମୀ ଦିନ ୩ଟି ୧୨ ଫୁଟିଆ ଧଉରା କାଠକୁ ପୂଜା କରାଯିବ। ଆସନ୍ତା ରାମନବମୀ ଦିନ କଟକ ଖପୁରିଆ ସ’ମିଲ୍‌ରେ ରଥକାଠ ଚିରଟ ଅନୁକୂଳ ହେବ। ପବିତ୍ର ଅକ୍ଷୟ ତୃତୀୟାର ରଥଯାତ୍ରା ଲାଗି ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରାଯିବ। ପ୍ରତିବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ନୟାଗଡ଼ ବନଖଣ୍ଡର ଦଶପଲ୍ଲା ଜଙ୍ଗଲରୁ କାଠ ଆସିବାର ପରମ୍ପରା ଚାଲି ଆସିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,