ନୂଆଦିଲ୍ଲୀ ୦୨/୦୮ : ଭଗବାନ ଶିବଙ୍କୁ ଉତ୍ସର୍ଗୀକୃତ ପବିତ୍ର ଶ୍ରାବଣ ମାସ ଚାଲିଛି। ବିଶ୍ୱାସ କରାଯାଏ ଯେ ଏହି ସମୟରେ ଶିବଲିଙ୍ଗ ଉପରେ ଜଳ ଅର୍ପଣ, ପୂଜା ଏବଂ ଉପବାସ କରିବା ଦ୍ୱାରା ଭଗବାନ ଶିବଙ୍କର ଅସିମ କୃପା ମିଳିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶ୍ରାବଣ ସୋମବାରରେ କିଛି ଉପାୟ କରିବା ଦ୍ୱାରା, କୁଣ୍ଡଳୀରେ ଚନ୍ଦ୍ର ଦୋଷ, ବ୍ୟବସାୟ ସହ ଜଡିତ ସମସ୍ୟା ଦୂର ହୋଇଥାଏ। ଏହା ସହିତ, ଘର ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ । ଆସନ୍ତୁ ଜାଣିବା ଏହି ଉପାୟଗୁଡିକ ବିଷୟରେ …

ଚନ୍ଦ୍ର ଦୋଷରୁ ମୁକ୍ତି ପାଇବା ପାଇଁ :
ଶ୍ରାବଣ ସୋମବାରରେ ‘ଚନ୍ଦ୍ରଶେଖର ସ୍ତୋତ୍ର’ ପାଠ କରନ୍ତୁ । ଏହା ବ୍ୟତୀତ, ରାମାୟଣର ଅଯୋଧ୍ୟା କାଣ୍ଡ ପାଠ କରନ୍ତୁ । ଏହାଦ୍ୱାରା କୁଣ୍ଡଳୀରେ ଚନ୍ଦ୍ର ଶକ୍ତିଶାଳୀ ହୋଇଥାଏ ଏବଂ ଚନ୍ଦ୍ର ଦୋଷରୁ ମୁକ୍ତି ମିଳିଥାଏ।
ଜୀବନର ସମସ୍ୟାରୁ ମୁକ୍ତି ପାଇବା ପାଇଁ :
ଯଦି ଆପଣଙ୍କ ଜୀବନ ସମସ୍ୟା ମଧ୍ୟରେ ଘେରି ରହିଛି, ତେବେ ଆପଣ ଜଳ ସମ୍ବନ୍ଧୀୟ ଉପାୟ ଗ୍ରହଣ କରିପାରିବେ । ଏଥିପାଇଁ ଏକ ଚାମଚ ହିମାଲୟନ୍ ଲୁଣକୁ ଏକ ଗ୍ଲାସ ପାଣିରେ ମିଶାନ୍ତୁ । ତା’ପରେ ଏହାକୁ ସେହି ଜାଗାରେ ରଖନ୍ତୁ ଯେଉଁଠାରେ ପରିବାର ସଦସ୍ୟ ଅଧିକ ବସନ୍ତି । ପରଦିନ ସକାଳେ ଏହାକୁ ଲୁଚାଇ ଡ୍ରେନରେ ଢାଳିଦିଅନ୍ତୁ । ଏହା ଦ୍ୱାରା ଜୀବନର ସମସ୍ୟା ଶୀଘ୍ର ଦୂର ହୋଇଥାଏ ।

ରୋଗରୁ ମୁକ୍ତି ପାଇବା ପାଇଁ :
ଯଦି ଘରର କୌଣସି ସଦସ୍ୟ ବାରମ୍ବାର ଅସୁସ୍ଥ ହେଉଥାନ୍ତି, ତେବେ ଶ୍ରାବଣ ସୋମବାର ଦିନ, ତାଙ୍କ ଦ୍ୱାରା ପଞ୍ଚାମୃତରେ ଶିବଲିଙ୍ଗ ଅଭିଷେକ କରାନ୍ତୁ । ବିଶ୍ୱାସ କରାଯାଏ ଭଗବାନ ଶିବ ଶୀଘ୍ର କୃପା କରି ରୋଗରୁ ମୁକ୍ତି ଦେଇଥାନ୍ତି ।
ବ୍ୟବସାୟରେ ହାନି ହେଉଥିଲେ :
ଯେଉଁମାନେ ବ୍ୟବସାୟରେ କ୍ରମାଗତ କ୍ଷତିର ସମ୍ମୁଖୀନ ହେଉଛନ୍ତି, ସେମାନେ ଶ୍ରାବଣର ପ୍ରତ୍ୟେକ ସୋମବାର ଦିନ ଶିବଲିଙ୍ଗରେ କ୍ଷୀର ମିଶ୍ରିତ ଜଳ ଚଢାନ୍ତୁ । ଏହା ପରେ ରୁଦ୍ରାକ୍ଷ ମାଳାରେ ୧୦୮ ଥର ‘ଓମ୍ ସୋମେଶ୍ୱରାୟ ନାମଃ’ ମନ୍ତ୍ର ଜପ କରନ୍ତୁ । ଆହୁରି ମଧ୍ୟ ଭଗବାନ ଶିବଙ୍କ ସାମ୍ନାରେ ବସି ‘ଦରିଦ୍ରଦହନ ଶିବ ସ୍ତୋତ୍ର’ ପାଠ କରନ୍ତୁ । ଏହାଦ୍ୱାରା ବ୍ୟବସାୟ ସହ ଜଡିତ ସମସ୍ୟା ଦୂର ହୋଇ ଆର୍ଥିକ ସ୍ଥିତି ଦୃଢ ହୋଇଥାଏ ।

