ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରାବଣ ମାସ ଶେଷ ସୋମବାର, କାଉଡ଼ିଆ ଙ୍କ ଭିଡ଼

ଫିରିଙ୍ଗିଆ-କନ୍ଧମାଳ ଜିଲ୍ଲା ଚକାପାଦ ବିରୁପାକ୍ଷ ମନ୍ଦିର ଙ୍କ ଠାରେ ଶ୍ରାବଣ ମାସର ଶେଷ ସୋମବାର କାଉଡ଼ିଆ ଭକ୍ତ କାଉଡ଼ିଆ ପୋଷାକ ସହିତ ହାତରେ ବାହୁଙ୍ଗି ,ବାହୁଙ୍ଗି ରେ ଜଳ ଲାଗି ଜଳପୂର୍ଣ୍ଣ କଳସ ଧରି ବୋଲବମ୍ ହରହର ବମ୍ ନାରାରେ ଶତାଧିକ କାଉଡ଼ିଆ ଚକାପାଦ ବିରୁପାକ୍ଷ ପୀଠରେ ଜଳଲାଗି କରାଯାଇଛି । ଶ୍ରାବଣ ମାସ ରେ ମହାଦେବ ଙ୍କ ଜଳଲାଗି କରିବାରେ ସ୍ବତନ୍ତ୍ର ମହତ୍ ରହିଥିବା ବେଳେ ଏହାକୁ ନିଷ୍ଠାର ସହିତ ପାଳନ କରିଥାନ୍ତି ଭକ୍ତ । ଶନିବାର ରୁ ଯାତ୍ରା ଆରମ୍ଭ ହୋଇଥିବା ବେଳେ କାଉଡ଼ିଆ ଯାତ୍ରା ଶେଷ ସୋମବାର ରେ ବିରୁପାକ୍ଷ ମନ୍ଦିର ଦର୍ଶନ କରି ଜଳ ଲାଗି କରିଥିଲେ । ଶନିବାର ସକାଳ ୭:୩୦ ମିନିଟ ସମୟରେ କେଳାପଡା ପଞ୍ଚାୟତ ଗେରୁପଡା ନିକଟସ୍ଥ ଘାଇ ରୁ ଜଳ ଉଠାଇ ୪୦ ରୁ ଉର୍ଦ୍ଧ କାଉଡ଼ିଆ ଭକ୍ତ ଚକାପାଦ ଯାତ୍ରା ଆରମ୍ଭ କରିଥିଲେ । ଗେରୁପଡା ମାଁ ପିତା ବଳୀ ସାଂସ୍କୃତିକ କଳା ପରିଷଦ ଯୁବକ ସଂଘ ଦ୍ୱାରା ଆୟୋଜିତ ଏହି କାଉଡ଼ିଆ ଯାତ୍ରା ରେ ଉତ୍ସବ ବେହେରା,ବସନ୍ତ ସାହୁ,(ସଦା) ପ୍ରତାପ ବିଶ୍ଵୋଇ, ଜିତେନ୍ଦ୍ର ବେହେରା,ବାଦଲ ସାହୁ , ସାମନ୍ତ କୁମାର ସାହୁ,ବିନୀ ଦଳ ବେହେରା,ନିରୁପମା ବିଶ୍ଵୋଇ, ଭାଗିରଥି ବେହେରା, ଅଭିମନ୍ୟୁ ବେହେରା, ପ୍ରଦିପ ପାତ୍ର, ଆୟୋଜନ କରିଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ