ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରାବଣ ପ୍ରଥମ ସୋମବାର, ମହାଦେବଙ୍କୁ ଜଳଲାଗି ପାଇଁ ବିଭିନ୍ନ ଶୈବାଳୟରେ କାଉଡିଆଙ୍କ ଭିଡ଼

ଭୁବନେଶ୍ୱର ୧୮।୦୭ : ଆଜି ଶ୍ରାବଣର ପ୍ରଥମ ସୋମବାର। ଚଳଚଞ୍ଚଳ ବିଭିନ୍ନ ଶୈବପୀଠ। ଦେବ ଦେବ ମହାଦେବଙ୍କ ନିକଟରେ ଜଳଲାଗି କରୁଛନ୍ତି କାଉଡିଆ । ଭୋଳାନାଥଙ୍କୁ ଜଳଲାଗି କରିବା ପାଇଁ ବିଭିନ୍ନ ନଦୀ ଘାଟରୁ ଜଳ ଉଠାଇ ଶୈବପୀଠରେ ପହଞ୍ଚିଛନ୍ତି କାଉଡିଆ । ବୋଲବମ୍ – ହରହର ବମ୍ ଧ୍ବନୀରେ କମ୍ପୁଛି ପରିବେଶ। ସକାଳୁ ଲିଙ୍ଗରାଜ ମନ୍ଦିରରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଜଳଲାଗି କରିବାକୁ ଲମ୍ବା ଲାଇନରେ ଛିଡା ହୋଇଛନ୍ତି ଶ୍ରଦ୍ଧାଳୁ । କିଛି କାଉଡିଆ ଶ୍ରୀଲିଙ୍ଗରାଜଙ୍କୁ ଜଳଲାଗି କରି ସାରିଥିବା ବେଳେ ଆହୁରି ଅନେକ ଶ୍ରଦ୍ଧାଳୁ ଲାଇନରେ ଛିଡା ହୋଇଛନ୍ତି ।

ସେହିପରି ପୁରୀ ଶ୍ରୀଲୋକନାଥ ମନ୍ଦିରରେ ମଧ୍ୟ ଶ୍ରାବଣ ପ୍ରଥମ ସୋମବାରରେ ଗହଳି ଲାଗିଛି । ଶ୍ରୀଲୋକନାଥଙ୍କ ନୀତିକାନ୍ତି ପରେ ଜଳଲାଗି ଆରମ୍ଭ ହୋଇଛି। ଶ୍ରାବଣ ମାସ ସୋମବାରରେ ଜଳଲାଗି କଲେ ସକଳ ଦୂରାରୋଗ୍ୟ ଦୂର ହେବା ସହ ମନସ୍କାମନା ପୂରଣ ହେବାର ବିଶ୍ବାସ ରହିଛି। ଏଠାରେ କାଉଡିଆଙ୍କ ଜଳଲାଗି ଓ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। କରୋନା ପାଇଁ ୨ ବର୍ଷ ହେଲା ବୋଲବମ୍ ଯାତ୍ରାରେ ଲାଗିଥିଲା କଟକଣା । କିନ୍ତୁ ଏଥର ଅନୁମତି ମିଳିଥିବାରୁ କାଉଡିଆ ମାନେ ବି ବେଶ ଖୁସି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ