ଖେଳ ଦେଶ ବିଦେଶ

ଶ୍ବଶୁରଙ୍କୁ ଅର୍ଧଶତକ ଉତ୍ସର୍ଗ

କେକେଆର୍‌ର ଶନିବାର ବିଜୟରେ ଯୁବ ବ୍ୟାଟ୍ସମ୍ୟାନ୍ ନିତୀଶ ରାଣାଙ୍କର ନିର୍ଣ୍ଣାୟକ ଭୂମିକା ଥିଲା। ୪୨ ରନ୍‌ରେ ୩ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିବା କେକେଆର୍‌ ପାଇଁ ସୁନିଲ ନାରାୟଣଙ୍କ ସହ ମିଶି ସେ ହିଁ ଚତୁର୍ଥ ୱିକେଟ୍‌ରେ ଦ୍ରୁତ ଓ ମୂଲ୍ୟବାନ ୧୧୫ ରନ୍ ‌ଯୋଡ଼ିଥିଲେ। ମାତ୍ର ୫୩ ବଲ୍‌ରୁ ୧୩ ଚୌକା ଓ ୧ ଛକା ବଳରେ ୮୧ ରନ୍ କରିଥିବା ରାଣା ନିଜର ଏହି ସ୍ମରଣୀୟ ଅର୍ଧଶତକକୁ ଶ୍ବଶୁର ସୁରିନ୍ଦର ମାରୱାଙ୍କୁ ଉତ୍ସର୍ଗ କରିଥିଲେ। କର୍କଟ ରୋଗ ସହ ଦୀର୍ଘ ଦିନ ଧରି ଲଢ଼ିବା ପରେ ସୁରିନ୍ଦର ଶୁକ୍ରବାର ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ଓଭର ମଝିରେ ଜଣେ ସାଥୀ ଖେଳାଳି ସୁରିନ୍ଦର ଲେଖା ଥିବା ୬୩ ନମ୍ବର ଜର୍ସିକୁ ରାଣାଙ୍କୁ ହସ୍ତାନ୍ତର କରିଥିଲେ। ଏହାକୁ ଦେଖାଇ ନିଜ ଶ୍ବଶୁରଙ୍କ ପ୍ରତି ଥିବା ସମ୍ମାନ ଓ ଭଲପାଇବାକୁ ଦର୍ଶାଇଥିଲେ ସେ। ଚଳିତ ଆଇପିଏଲ୍‌ରେ ରାଣାଙ୍କର ଏହା ଦ୍ବିତୀୟ ଅର୍ଧଶତକୀୟ ପାଳି ଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ