ଖେଳ ଦେଶ ବିଦେଶ

ଶୋଚନୀୟ ପରାଜୟ ପରେ ରାଗିଗଲେ ହିଟ୍‌ମ୍ୟାନ୍: କ୍ୟାମେରାରେ କହିଲେ ଜୋରରେ କୁହ, ଭିଡିଓ ଭାଇରାଲ୍…

ମୁମ୍ୱାଇ ୦୭/୦୪: ଇଣ୍ଡିୟାନ ପ୍ରିମିୟର ଲିଗର ସବୁଠୁ ସଫଳ ଟିମ୍ କହିଲେ ମୁମ୍ୱାଇ ଇଣ୍ଡିଆନ୍ସକୁ ବୁଝାଏ । କାରଣ ଟିମର ଜବରଦସ୍ତ ଫରଫାରମାସ୍ ପାଇଁ ସେ ସବୁରି ପ୍ରିୟ ଟିମ୍ । ହେଲେ ୨୦୨୨ ସିଜିନରେ ଟିମର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ରୋହିତ ଶର୍ମାଙ୍କ ଅଧିନାୟକତ୍ନରେ ୩ ମ୍ୟାଚ ଖେଳି ତିନୋଟି ଯାକ ମ୍ୟାଚ୍ ହାରିଛି ଟିମ୍ ।

ତୃତୀୟ ମୁକାବିଲାରେ ଦଳ କେକେଆରଠାରୁ ଶୋଚନୀୟ ପରାଜୟ ବରଣ କରିଛି । କୋଲକାତା ବିପକ୍ଷରେ ହାରିବା ପରେ ରୋହିତ ଶର୍ମା ନିଜ ଉପରେ କ୍ରୋଧ ସମ୍ୱରଣ କରିପାରିନଥିଲେ । ଯାହା ଏବେ ସୋସିଆଲ ମିଡିଆରେ ବାଇରାଲ ହେବାରେ ଲାଗିଛି । ମ୍ୟାଚ୍ ପରେ ତାଙ୍କୁ ସାମ୍ବାଦିକ ସମ୍ମିଳନୀକୁ ଡାକା ଯାଇଥିଲା । ସେ ଆସିଥିଲେ, କିନ୍ତୁ ଏଥର ହିଟ୍‌ ମ୍ୟାନ ଅଲଗା ଲୁକରେ ନଜର ଆସିଛନ୍ତି ।

କ୍ୟାମେରା ସାମ୍ନାରେ ହାଜର ହେବା ପରେ ରୋହିତ ନିଜକୁ ଆଡଜଷ୍ଟ କରୁଥିଲେ ଯେତେବେଳେ ଜଣେ ବ୍ୟକ୍ତି ଡାନି ମୋରିସନ୍ ତାଙ୍କୁ ପ୍ରଶ୍ନ ପଚାରିଥିଲେ । ରୋହିତ ବୋଧହୁଏ ତାଙ୍କ ପ୍ରଶ୍ନ ଶୁଣି ପାରିନଥିଲେ । ତାଙ୍କୁ ଜୋରରେ କହିବାକୁ କହିଥିଲେ । ଏହି କଥାଟି କ୍ୟାମେରାରେ କଏଦ ହୋଇଯାଇଥିଲା । ଏଥିରେ ଶୁଣିବାକୁ ମିଳିଥିଲା ଯେ, ରୋହିତ ସମ୍ପୂର୍ଣ୍ଣ ନିରାଶାରେ ଅଛନ୍ତି ।

ଏହି ପ୍ରଶ୍ନ ପଚାରିଥିବା ମୋରିସନ୍ ଏହାକୁ ପସନ୍ଦ କରୁନଥିଲେ ଏବଂ ବିରକ୍ତ ହୋଇଥିଲେ । ଯଦିଓ ସେ ତାଙ୍କ ପ୍ରଶ୍ନର ଉତ୍ତର ଚାହୁଁଥିଲେ, ତେଣୁ ସେ ଶାନ୍ତ ରହିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ