ସ୍ୱାସ୍ଥ୍ୟ

ଶୋଇବା ପୂର୍ବରୁ ଭୁଲରେ ବି ଏହିସବୁ ଖାଦ୍ୟ ସେବନ କରନ୍ତୁନି, ହେବ ନାହିଁ ନିଦ

ଭୁବନେଶ୍ୱର ୦୯/୧୧ : ବେଳେବେଳେ ଅଧା ରାତିରେ ସ୍ନାକ୍ସ ଖିଅବାକୁ ଇଚ୍ଛା ହୋଇଥାଏ। କିନ୍ତୁ ଏହି ଅଭ୍ୟାସ ସ୍ୱାସ୍ଥ୍ୟ ପାଇଁ ହାନିକାରକ। ରାତିରେ ଶୋଇବା ପୂର୍ବରୁ କିଛି ଖାଦ୍ୟ ସେବନ କରିବା ଅନୁଚିତ। କାରଣ ଏହା ଦ୍ୱାରା ନିଦ ବାଧା ପାଇଥାଏ। ସେଥିପାଇଁ ଶୋଇବା ପୂର୍ବରୁ ଏହିସବୁ ଖାଦ୍ୟ ଠାରୁ ଦୁରେଇ ରହିବା ଆବଶ୍ୟକ।


ପତ୍ରଯୁକ୍ତ ପନିପରିବା ଯେପରିକି କୋବି, ବନ୍ଧାକୋବି, ବ୍ରୋକୋଲି ସ୍ୱାସ୍ଥ୍ୟ ପାଇଁ ହିତକର କିନ୍ତୁ ଶୋଇବା ପୂର୍ବରୁ ଏସବୁ ଖାଇବା ଉଚିତ ନୁହେଁ। ଏହିସବୁ ଫାଇବର ଯୁକ୍ତ। ଶୋଇବା ସମୟରେ ଫାଇବର ଯୁକ୍ତ ଖାଦ୍ୟ ହଜମ କରିବାକୁ ଅଧିକ ସମୟ ଲାଗିଥାଏ। ଏହାଦ୍ୱାରା ପାଚନ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ହୋଇପାରେ। ଦିନବେଳେ ଏହିସବୁ ଖାଦ୍ୟ ଖାଇବା ହିତକର। କାରଣ ଦିନବେଳେ ଏସବୁ ହଜମ କରିବାକୁ ପର୍ଯ୍ୟାପ୍ତ ସମୟ ଥାଏ।


ଶୋଇବା ପୂର୍ବରୁ ଆଇସକ୍ରିମ ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି। କିନ୍ତୁ ଏହା ନିଦକୁ ବାଧା ଦେଇଥାଏ। ପାଣିର ଭଳି ଆଇସକ୍ରିମ ହଜମ କରିବା ପାଇଁ ମଧ୍ୟ ସମୟ ଲାଗିଥାଏ। ଫଳରେ ଭଲ ନିଦ ମଧ୍ୟ ହୋଇନଥାଏ। ସୁଗାର ଶରୀରରେ ଉର୍ଜା ବଢାଇବା କାମ କରିଥାଏ। ଯାହାଫଳରେ ସହଜରେ ନିଦ ହୋଇନଥାଏ। ସେଥିପାଇଁ ଶୋଇବା ପୂର୍ବରୁ ଆଇସକ୍ରିମ୍, କେକ୍, କ୍ୟାଣ୍ଡିବାର ଆଦି ସେବନ କରିବା ଅନୁଚିତ।

ରାତିରେ ଶୋଇବା ପୂର୍ବରୁ ଟମାଟୋ ମଧ୍ୟ ଖାଇବା ଉଚିତ ନୁହେଁ। ଏହା ନିଦ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଟମାଟୋରେ ଏମିନୋ ଏସିଡ ରହିଛି। ଏହା ମସ୍ତିସ୍କର ସକ୍ରିୟତାକୁ ବଢ଼ାଇ ଦେଇଥାଏ। ଯାହାଫଳରେ ନିଦ ବିଳମ୍ବରେ ହୋଇଥାଏ। ଖଟା ଫଳ ସ୍ୱାସ୍ଥ୍ୟ ପାଇଁ ହାନିକାରକ ନୁହେଁ କିନ୍ତୁ ଅତ୍ୟଧିକ ଭିଟାମିନ-ସି ଯୋଗୁଁ ଶୋଇବାରେ ସମସ୍ୟା ହୋଇଥାଏ। ଖଟା ଫଳ ହଜମ ନ ହେଲେ ଏସିଡ଼ିଟି ଓ ଛାତିରେ ଜ୍ବଳନ ହୋଇଥାଏ। ଫଳରେ ନିଦ ହୋଇନଥାଏ। ସେଥିପାଇଁ ରାତିରେ ଖଟା ଫଳ ଖାଇବା ଅନୁଚିତ।

ଅଧିକାଂଶ ଲୋକେ ରାତିରେ ମଦ ବା ଆଲକହଲ ପିଇ ଶୁଅନ୍ତି। ଏହାଦ୍ୱାରା ଦିନଯାକର ଥକାପଣ ଦୂର ହୋଇଥାଏ ବୋଲି କୁହନ୍ତି। କିନ୍ତୁ ଶୋଇବା ପୂର୍ବରୁ ଆଲକହଲ ନିଦକୁ ପ୍ରଭାବିତ କରିଥାଏ। ସେଥିପାଇଁ ରାତିରେ ଶୋଇବା ପୂର୍ବରୁ ଆଲକହଲ୍ ସେବନ କରିବା ଉଚିତ ନୁହେଁ। ଭଲ ନିଦ ନ ହେଲେ ଆର ଦିନ ଥକାପଣ ଅନୁଭୂତ ହୋଇପାରେ।


ରାତିରେ ଶୋଇବା ପୂର୍ବରୁ କେଫିନ୍ ଯୁକ୍ତ କୌଣସି ଜିନିଷ ସେବନ କରିବା ଉଚିତ ନୁହେଁ, ଏପରିକି ଚକଲେଟ୍ ମଧ୍ୟ ସେବନ କରିବା ଉଚିତ ନୁହେଁ। ଚକଲେଟରେ କେଫିନ୍ ଓ ଏମିନୋ ଏସିଡ୍ ରହିଛି ଯାହା ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ହାନିକାରକ। ସେଥିପାଇଁ ରାତିରେ ଚକଲେଟ୍ ଖାଇବା ବଦଳରେ ଦିନରେ ଖାଇବା ଉଚିତ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।