ଦେଶ ବିଦେଶ ପର୍ଯ୍ୟଟନ

ଶୌଚ ପାଇଁ ଯାଇଥିବା ବେଳେ ସର୍ପ ଦଂଶନରେ ପର୍ଯ୍ୟଟକ ଗୁରୁତର

ନୂଆଦିଲ୍ଲୀ: ଜଣେ ବ୍ୟକ୍ତି ଛୁଟି କଟାଇବାକୁ ଦକ୍ଷିଣ ଆଫ୍ରିକା ଯାଇଥିଲେ। ସେ ଜାଣି ନଥିଲେ ଯେ ଛୁଟିଦିନରେ ମଜା ନୁହେଁ, ସେ ଏକ ଯନ୍ତ୍ରଣାଦାୟକ ଅନୁଭୂତି ପାଇବେ ବୋଲି।
ପ୍ରକାଶିତ ଏକ ରିପୋର୍ଟ ମୁତାବକ, ଜଣେ ୪୭ ବର୍ଷ ବୟସ୍କ ବ୍ୟକ୍ତି ଛୁଟି କାଟିବା ପାଇଁ ଦକ୍ଷିଣ ଆଫ୍ରିକାରେ ପହଞ୍ଚିଥିଲେ । ସେଠାରେ ସେ ଶୌଚ ପାଇଁ ଯାଇଥିବା ବେଳେ ତାଙ୍କ ଗୁପ୍ତାଙ୍ଗକୁ ଏକ ବିଷଧର ସାପ କାମୁଡ଼ି ଦେଇଥିଲା।

କୁହାଯାଉଛି ଯେ ସାପଟି ଶୌଚାଳୟରେ ପୂର୍ବରୁ ଲୁଚି ରହିଥିଲା । ଯେମିତି ହିଁ ବ୍ୟକ୍ତି ଜଣକ ଶୌଚ ପାଇଁ ଯାଇଥିଲେ ସେ ଦଂଶନ କରିଥିଲା। ସାପ କାମୁଡ଼ିବା ପରେ ଉକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ସାପ କାମୁଡ଼ିବା ପରେ ଉକ୍ତ ବ୍ୟକ୍ତିଙ୍କ ଯନ୍ତ୍ରଣା ଅଣ୍ଟା ଦେଇ ପେଟ ଓ ଛାତି ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା। ଏହି ବ୍ୟକ୍ତିଙ୍କୁ ହେଲିକପ୍ଟର ଯୋଗେ ୩୫୦ କିଲୋମିଟର ଦୂରରେ ଥିବା ଟ୍ରମା ସେଣ୍ଟରକୁ ଚିକିତ୍ସା ପାଇଁ ନେବାକୁ ୩ ଘଣ୍ଟା ଲାଗିଥିଲା। ଡାକ୍ତର ଉକ୍ତ ବ୍ୟକ୍ତିଙ୍କ ଚିକିତ୍ସା ଜାରି ରଖିଛନ୍ତି।

ତେବେ ଡାକ୍ତରଙ୍କ କହିବାନୁସାରେ, ସର୍ପ ଦଂଶନ ଘଟଣା ସାଧାରଣତଃ ଆସିଥାଏ। କିନ୍ତୁ ଗୁପ୍ତାଙ୍ଗରେ ସର୍ପ ଦଂଶନ କ୍ବଚିତ ଶୁଣିବାକୁ ମିଳିଥାଏ। ତେବେ ବାରମ୍ବାର ପରାମର୍ଶ ଦିଆଯାଇଥାଏ କି କୌଣସି ଶୌଚାଳୟ ବ୍ୟବହାର କରିବା ପୂର୍ବରୁ ପାଣି ଢ଼ାଳିବା ନିହାତି ଆବଶ୍ୟକ। ଏହାଦ୍ବାରା ଯଦି ଶୌଚ ପ୍ୟାନରେ କୌଣସି ଜନ୍ତୁ ଥାଏ ତାହା ଜଣାପଡ଼ି ଯାଇଥାଏ।

NewsLaxmi7

About Author

You may also like

ପର୍ଯ୍ୟଟନ

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ଦୀର୍ଘଦିନ ପରେ କରୋନା କଟକଣା ମଧ୍ୟରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। କୋଭିଡ କଟକଣା ମାନି ଜାତୀୟ ଉଦ୍ୟାନରେ ବୁଲି
ପର୍ଯ୍ୟଟନ

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ, ଏହାର ଅଭିବୃଦ୍ଧି ପାଇଁ ଚଳିତବର୍ଷ ବଜେଟରେ 19 କୋଟି ଟଙ୍କା ବ୍ୟବସ୍ଥା

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ। 2019-20 ଆର୍ଥିକ ବର୍ଷରେ 46 ହଜାରରୁ ଅଧିକ ପର୍ଯ୍ୟଟକ ପରିବେଶ ପର୍ଯ୍ୟଟନର ସୁଯୋଗ ନେଇଥିଲେ। ଏଥିରୁ 6 କୋଟି 85 ଲକ୍ଷ