ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଶୈଳବାଳା କଲେଜର ଜମି ଅଧିଗ୍ରହଣ ପ୍ରକ୍ରିୟା ସ୍ଥଗିତ

ଭୁବ‌ନେଶ୍ବର : କଟକର ଶୈଳବାଳା ମହିଳା କଲେଜର ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ବିଭିନ୍ନ ମହଲରେ ତୀବ୍ର ବିରୋଧ ହେଲା ପରେ ସରକାର ପଛକୁ ହଟିଛନ୍ତି। ଏହି ଅଧିଗ୍ରହଣ ପ୍ରକ୍ରିୟାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ କଲେଜ ପରିସରରେ ଥିବା ମଧୁସ୍ମୃତି କୋଠା, ଖେଳପଡ଼ିଆ ଓ ୪ ମହଲା ହଷ୍ଟେଲ୍‌କୁ ଅଧିଗ୍ରହଣ ପାଇଁ କରାଯାଇଥିବା ସଂକଳ୍ପପତ୍ର ଉପରେ ଏବେ ଆଉ କୌଣସି ପଦକ୍ଷେପ ନିଆଯିବ ନାହିଁ। ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ସଂସ୍କୃତି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

ଶୈଳବାଳା କଲେଜ ଯେଉଁ ଜାଗା ଉପରେ ନିର୍ମାଣ ହୋଇଛି, ତାହା ଥିଲା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସମ୍ପତ୍ତି। ତାଙ୍କ ଝିଅ ଶୈଳବାଳା ଦାସ ନାରୀ ଶିକ୍ଷାର ବିକାଶ ପାଇଁ ୧୯୫୨ ମସିହାରେ ଗିଫ୍ଟ ଡିଡ୍‌ରେ ଏହି ଜମିକୁ ସରକାରଙ୍କୁ ପ୍ରଦାନ କରିଥିଲେ। ଗିଫ୍ଟ ଡିଡ୍‌ରେ ଉଲ୍ଲେଖ ଥିଲା ଯେ ମଧୁସ୍ମୃତି ଭବନର ଉପର ମହଲାରେ ଥିବା ଦୁଇଟି କୋଠରୀକୁ ଛାଡ଼ି ଅନ୍ୟ ସମସ୍ତ ଗୃହକୁ ନାରୀ ଶିକ୍ଷା ପାଇଁ ବ୍ୟବହାର କରାଯିବ। ଏହି ଦୁଇଟି କୋଠରୀରେ ମଧୁ ବାବୁଙ୍କ ବ୍ୟବହୃତ ସାମଗ୍ରୀ ଲୋକଙ୍କ ଦର୍ଶନ ପାଇଁ ରଖାଯିବ।
ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ କଲେଜର ଏହି ଜମି ଅଧିଗ୍ରହଣ ପଛରେ ନିର୍ଦ୍ଦିଷ୍ଟ ଭାବେ କି ରହସ୍ୟ ରହିଥିଲା, ତାହା ସ୍ପଷ୍ଟ ହୋଇ ନ ଥିଲା। ଚଣ୍ଡୀମନ୍ଦିରର ଉନ୍ନତୀକରଣ ପାଇଁ ଏଥିରୁ କିଛି ଜମି ବ୍ୟବହାର ହେବା ନେଇ ଚର୍ଚ୍ଚା ଚାଲିଥିଲା। କିନ୍ତୁ ଏ ସମ୍ପର୍କରେ କୌଣସି ଅଧିକାରୀ ପାଟି ଫିଟାଉ ନ ଥିଲେ।

ତେବେ ଜମି ଅଧିଗ୍ରହଣ ଦ୍ବାରା କଲେଜ ପରିସର ସଙ୍କୁଚିତ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଥିଲା। ନାରୀ ଶିକ୍ଷାର ପ୍ରସାର ପାଇଁ ଦାନ ସୂତ୍ରରେ ମିଳିଥିବା ଏହି ଜାଗାକୁ ଅନ୍ୟ କାର୍ଯ୍ୟରେ ବ୍ୟବହାର ପାଇଁ ସରକାରଙ୍କ ଉଦ୍ୟମକୁ ସଚେତନ ନାଗରିକ ଓ ବୁଦ୍ଧିଜୀବୀମାନେ ଗ୍ରହଣ କରି ନ ଥିଲେ।ଫଳରେ କଲେଜର ଭବିଷ୍ୟତ ଅନ୍ଧକାରକୁ ଠେଲି ହେବାର ଆଶଙ୍କା ଦେଖାଦେଇଥିଲା। କଲେଜର ପୁରାତନ ଛାତ୍ରୀଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ନାଗରିକ ଏହାର ପ୍ରତିବାଦ କରିଥିଲେ। ଲଣ୍ଡନରେ ରହୁଥିବା ଶୈଳବାଳାଙ୍କ ନାତୁଣୀ ଅନିତା ଅମିର୍ତ୍ତ ସରକାରଙ୍କ ଏହି ନିଷ୍ପତ୍ତିର ପ୍ରତିବାଦ କରି ଏପରି ନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଶେଷରେ ସରକାର ତାଙ୍କ ନିଷ୍ପତ୍ତିରୁ ଓହରିଯାଇଛନ୍ତି।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି