ଦେଶ ବିଦେଶ ମନୋରଞ୍ଜନ

ଶୋ’ରେ ଏଣ୍ଟ୍ରି କଲେ ନୂଆ ନଟୁ କାକା,ଫ୍ୟାନ୍ସ କହିଲେ-ପୁରୁଣାଙ୍କୁ ଭୁଲି ପାରିବୁନି

ମୁମ୍ବାଇ ୦୧।୦୭: ‘ତାରକ ମେହେତା କା ଓଲଟା ଚଷମା’ରେ ଜଣେ ନୂଆ କଳାକାରର ଧମାକାଦାର ଏଣ୍ଟ୍ରି ହୋଇଛି। ଏବେ ସମୟ ଆସି ଯାଇଛି ଯାହା ପାଇଁ ଅନେକ ଅପେକ୍ଷା ଥିଲା। ଘନଶ୍ୟାମ ନାୟକଙ୍କ ମୃତ୍ୟୁ ପରଠାରୁ ଏହି ଚରିତ୍ର ଶୋ’ରେ ଦେଖିବାକୁ ମିଳୁନଥିଲା।ଲୋକମାନେ ନୂଆ ନଟୁ କାକାଙ୍କୁ ବହୁତ ମନେ ପକାଉଥିଲେ। କିନ୍ତୁ ବର୍ତ୍ତମାନ ୯ ମାସ ପରେ ନୂଆ ନଟୁ କାକାଙ୍କୁ ଶୋ’ ଏଣ୍ଟ୍ରି କରାଯାଇଛି। ଏହି ସମୟରେ ନୂଆ ନଟୁ କାକାଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଅନେକ କଳାକାର ଶୋ’କୁ ଅଲବିଦା ଦେଇଛନ୍ତି। ବିଭିନ୍ନ କାରଣରୁ ଶୋ’ ଛାଡିବା କାରଣରୁ ଯୋଗୁଁ ଶୋ’ର ଟିଆରପି ଉପରେ ପ୍ରଭାବ ପଡିଥିଲା। ଯାହା ପରେ ନିର୍ମାତାମାନେ ସେହି ଚରିତ୍ରଗୁଡ଼ିକର ପ୍ରତ୍ୟାବର୍ତ୍ତନ ଉପରେ ଧ୍ୟାନ ଦେବା ଆରମ୍ଭ କରିଛନ୍ତି । ନଟୁ କାକା ଏବେ ଫେରିଛନ୍ତି ପହଞ୍ଚିଛନ୍ତି। ଯେଉଁଥିପାଇଁ ଖୁସିର ଲହରୀ ଖେଳିଯାଇଥିବାବେଳେ ଖୁବ୍‌ ଶୀଘ୍ର ଦୟାବେନଙ୍କୁ ମଧ୍ୟ ଶୋ’କୁ ଅଣାଯିବ ବୋଲି ଯୋଜନା ଚାଲିଛି। ଅନ୍ୟପଟେ, ଦିଶା ଏହି ଚରିତ୍ରରେ ଅଭିନୟ କରିବେ କି ନାହିଁ ତାହା ଉପରେ ସନ୍ଦେହ ରହିଛି, କିନ୍ତୁ ବର୍ତ୍ତମାନ ନିର୍ମାତାମାନେ ସ୍ପଷ୍ଟ କରିଛନ୍ତି ଯେ ସେମାନେ ଶୀଘ୍ର ଦୟାବେନ ଶୋ’କୁ ଫେରିବେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ