ଖେଳ ଦେଶ ବିଦେଶ

ଶୋଚନୀୟ ପରାଜୟ ପରେ ଇଂଲଣ୍ଡକୁ ବି ନିଜ ପୂର୍ବତନ ଖେଳାଳିଙ୍କ ସମାଲୋଚନା, କହିଲେ- ଲଜ୍ଜା ଆସିବା ଉଚିତ୍

ନୂଆଦିଲ୍ଲୀ ୨୭।୦୨: ଅହମ୍ମଦାବାଦରେ ଶୋଚନୀୟ ପରାଜୟ ପରେ ଇଂଲଣ୍ଡ ଦଳ ଟାର୍ଗେଟ୍‌ରେ। ଇଂଲଣ୍ଡର ପୂର୍ବତନ ବ୍ୟାଟସମ୍ୟାନ ଜ୍ୟୋଫ ବୟକଟ୍ ତୃତୀୟ ଟେଷ୍ଟରେ ଇଂଲଣ୍ଡ ଦଳର ଚୟନ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଟର୍ଣ୍ଣିଂ ପିଚ୍‌ରେ ତିନି ଜଣ ଦ୍ରୁତ ବୋଲରଙ୍କୁ ସାମିଲ କରାଯିବା କାହାର ବିଚାର ଥିଲା। ଉକ୍ତ ବ୍ୟକ୍ତିଙ୍କୁ ଲଜ୍ଜା ଆସିବା ଦରକାର।

ଜ୍ୟୋଫ ବୟକଟ୍‌ କହିଛନ୍ତି, ଇଂଲଣ୍ଡ ଖେଳାଳି ଚିନ୍ତା କରୁଥିଲେ ଯେ ସେମାନେ ଅହମ୍ମଦାବାଦ ନୁହେଁ ଆଡିଲେଡ୍‌ରେ ପିଙ୍କ୍ ବଲ୍ ଟେଷ୍ଟ ଖେଳୁଛନ୍ତି। ଉଲ୍ଲେଖଯୋଗ୍ୟ, ଅହମ୍ମଦାବାଦ ଟେଷ୍ଟରେ ଇଂଲଣ୍ଡ ତିନି ଦ୍ରୁତ ବୋଲର ସହ ପଡିଆକୁ ଓହ୍ଲାଇଥିଲା। ଜେମ୍ସ ଆଣ୍ଡରସନ, ଷ୍ଟୁଆର୍ଟ ବ୍ରଡ୍ ଓ ଜୋଫ୍ରା ଆର୍ଚରଙ୍କୁ ଦଳ ତୃତୀୟ ଟେଷ୍ଟରେ ଖେଳାଇଥିଲା। ହେଲେ ଟର୍ଣ୍ଣିଂ ପିଚ୍‌ରେ ଏହି ତିନି ବୋଲର ପ୍ରଭାବହୀନ ରହିଥିଲେ।

ଏହା ପୂର୍ବରୁ ବୟକଟ୍ ଅହମ୍ମଦାବାଦ ପିଚ୍‌ ସପକ୍ଷରେ ମଧ୍ୟ ନିଜର ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ କୌଣସି ବି ଦେଶ ଯାହା ବି ପିଚ୍‌ ପ୍ରସ୍ତୁତ କରୁ, ଭାରତ ଭଲ ପ୍ରଦର୍ଶନ କରିଛି। ଫଳାଫଳ ଏବେ ସମସ୍ତଙ୍କ ସାମ୍ନାରେ। ସୂଚନାଯୋଗ୍ୟ, ଇଂଲଣ୍ଡ ଦଳ ଅହମ୍ମଦାବାଦର ପିଚ୍‌କୁ ପଢିବାରେ ବିଫଳ ହୋଇଛି। ଟର୍ଣ୍ଣିଂ ପିଚ୍‌ରେ ତିନି ଦ୍ରୁତ ବୋଲରଙ୍କୁ ଓହ୍ଲାଇବା ଭ୍ରମଣକାରୀ ଦଳର ରଣନୀତି ବିଫଳ ହୋଇଛି।

ଅନ୍ୟପଟେ ଭାରତ ଉକ୍ତ ମ୍ୟାଚ୍‌ରେ ତିନି ସ୍ପିନରଙ୍କୁ ଦଳରେ ସାମିଲ କରିଥିଲା। ଅକ୍ଷର ପଟେଲ୍ ମ୍ୟାଚ୍‌ରେ ୧୧ ଓ୍ଵିକେଟ୍ ନେଇଥିବା ବେଳେ ଅଶ୍ଵିନ ୭ ଓ୍ଵିକେଟ୍ ନେଇଥିଲେ। ଉଭୟ ବୋଲର ମିଶି ମ୍ୟାଚ୍‌ରେ ବିପକ୍ଷ ଦଳର ୧୮ ଓ୍ଵିକେଟ୍ ନେଇଥିଲେ।

ଦୁଇ ସ୍ପିନରଙ୍କ ସାହାଯ୍ୟରେ ଭାରତ ଅହମ୍ମଦାବାଦ ଟେଷ୍ଟକୁ ୧୦ ଓ୍ଵିକେଟ୍‌ରେ ଜିତିବାରେ ସଫଳ ହୋଇଛି। ୪ ମ୍ୟାଚ୍‌ ଟେଷ୍ଟ ସିରିଜ୍‌ରେ ଭାରତ ୨-୧ରେ ଅଗ୍ରଣୀ ହାସଲ କରିଛି। ଚତୁର୍ଥ ଟେଷ୍ଟ ମାର୍ଚ୍ଚ ୪ରୁ ଅହମ୍ମଦାବାଦରେ ଖେଳାଯିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ