ଦେଶ ବିଦେଶ ମନୋରଞ୍ଜନ

ଶେହନାଜ୍‌ଙ୍କୁ ପୁଣି ହେଲା ପ୍ରେମ ! ରାଘବ ଜୁଆଲ୍‌ଙ୍କୁ କରୁଛନ୍ତି ଡେଟ୍‌

ମୁମ୍ଵାଇ ୧୮।୦୮: ପଞ୍ଜାବର କ୍ୟାଟ୍ରିନା ଶେହଜାନ୍‌ ଗିଲ୍‌। ସେ ପୁଣିଥରେ ମନୋରଞ୍ଜନ ଦୁନିଆର ଶୀର୍ଷରେ ଅଛନ୍ତି। ସିଦ୍ଧାର୍ଥ ଯିବା ପରେ ସେ ଧିରେ ଧିରେ କାମକୁ ଫେରିଥିଲେ। ହେଲେ ବର୍ତ୍ତମାନ ଶେହନାଜ୍‌ଙ୍କୁ ନେଇ ଏମିତି ଖବର ଆସିଛି । ଯାହା ସବୁଆଡେ ଆଲୋଚନାର ବିଷୟ ପାଲଟିଛି । କୁହାଯାଉଛି କି ଶେହନାଜ ପ୍ରେମରେ ଉବୁଟୁବୁ ହେଉଛନ୍ତି। ତାଙ୍କ ଜୀବନରେ ଜଣେ ବିଶେଷ ବ୍ୟକ୍ତି ପ୍ରବେଶ କରିଛନ୍ତି।

ସଲମାନ ଖାନଙ୍କ ଆଗାମୀ ଫିଲ୍ମ କଭି ଇଦ୍ କଭି ଦିୱାଲୀରେ ଶେହନାଜ୍‌ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। କୁହାଯାଉଛି କି ଶେହନାଜ ଜଣେ ବ୍ୟକ୍ତିଙ୍କୁ ଡେଟିଂ କରୁଥିବା ଖବର ସାମ୍ନାକୁ ଆସିଛି। ଅଭିନେତ୍ରୀ ପ୍ରସିଦ୍ଧ ହୋଷ୍ଟ ତଥା ଡ୍ୟାନ୍ସର ରାଘବ ଜୁୟାଲଙ୍କୁ ଡେଟ କରୁଛନ୍ତି। ରାଘବ ଜୁୟାଲ ମଧ୍ୟ ସଲମାନ ଖାନଙ୍କ କଭି ଇଦ୍ କଭି ଦିୱାଲିରେ ଶେହନାଜଙ୍କ ସହ କାମ କରୁଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢୁଥିବାର ଜଣାପଡିଛି। ଉଭୟଙ୍କୁ ପ୍ରାୟତଃ ଅନେକ ସ୍ଥାନରେ ଏକାଠି ଦେଖିବାକୁ ମିଳୁଛି।

କିଛି ସମୟ ପୂର୍ବରୁ ଶାହନାଜ ଏବଂ ରାଘବଙ୍କର ଫଟୋ ଭାଇରାଲ୍‌ ହୋଇଥିଲା। ହେଲେ ବର୍ତ୍ତମାନ ଡେଟିଂ ଖବରକୁ ନେଇ ଉଭୟ ପକ୍ଷର କୌଣସି ବିବୃତ୍ତି ମିଳିନାହିଁ। କିନ୍ତୁ ଶେହନାଜଙ୍କୁ ଦେଖି ବର୍ତ୍ତମାନ ଲାଗୁଛି ଯେ ସେ ନିଜ ଜୀବନରେ ଧୀରେ ଧୀରେ ଆଗକୁ ବଢୁଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ