ଖେଳ ରାଜ୍ୟ ସ୍ପେଶାଲ ରିପୋର୍ଟ

ଶେଷ ହେଲା ବରମୁଣ୍ଡା ପ୍ରିମିୟର ଲିଗ୍‌ : ବରମୁଣ୍ଡା ବୁଲ୍‌ସ ଚାମ୍ପିଅନ୍

ଭୁବନେଶ୍ୱର ୨୭।୦୬: ଶେଷ ହେଲା ବରମୁଣ୍ଡା ପ୍ରିମିୟର ଲିଗ୍‌ର ୨ୟ ସିଜିନ୍‌। ବରମୁଣ୍ଡା ବୁଲ୍‌ସ ବରମୁଣ୍ଡା ପ୍ରିମିୟର ଲିଗ୍‌ର ଏହି ସଂସ୍କରଣରେ ଚାମ୍ପିଅନ୍‌ ହୋଇଛି । ପୁରସ୍କାର ସ୍ୱରୂପ ଚାମ୍ପିଅନ୍ ଟିମ୍‌କୁ ଟ୍ରଫି ସହ ୧୫ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ରନ୍‌ର୍ସ ଅପ୍‌ ଟିମକୁ ୧୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଛି ।

ନୀଳକଣ୍ଠେଶ୍ୱର କ୍ରିକେଟ୍‌ ଆସୋସିଏସନ୍‌ ପକ୍ଷରୁ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଥିଲା । ଗତ ୨୫ ତାରିଖରୁ ଆରମ୍ଭ ହୋଇଥିଲା ଏହି ଦିବାରାତ୍ର ଟୁର୍ଣ୍ଣାମେଣ୍ଟ । ୨ ଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୫ଟି ଟିମ୍‌ ଭାଗ ନେଇଥିଲେ । ୨୬ ତାରିଖ ଦିନ ଉଦ୍‌ଯାପନୀ ଉତ୍ସବ ତଥା ଫାଇନାଲ ମୁକାବିଲାରେ ଭୁବନେଶ୍ୱର ମହାନଗର ନିଗମ ୫୦ ନମ୍ବର ଓ୍ୱାର୍ଡର କର୍ପୋରେଟର ରାମଚନ୍ଦ୍ର ରଣସିଂହ ସମ୍ମାନିଥି ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଇଂ.ବାଦଲ କୁମାର ମହାନ୍ତି ଯୋଗଦେଇଥିଲେ ।

ବରମୁଣ୍ଡା ପ୍ରିମିୟର ଲିଗ୍‌ ଫାଇନାଲ ମୁକାବିଲାରେ ବରମୁଣ୍ଡା ବୁଲ୍‌ସ ଟିମ୍‌ ବିଜୟୀ ହୋଇଥିଲା । ବରମୁଣ୍ଡା ବୁଲ୍‌ସ ଚମ୍ପିଆନ୍‌ ହେବା ସହ ଟିମକୁ ୧୫ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଏହାସହ ରନର୍ସ ଅପ୍‌ ଟିମ୍ ୧୦ ହଜାର ଟଙ୍କାର ପୁରସ୍କାର ରାଶି ସହ ଟ୍ରଫି ପାଇଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ