ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଶେଷ ହେଉଛି କରୋନା ଭାଇରସର ସଂକ୍ରମଣ, ଶୀଘ୍ର ମିଳିବ ମୁକ୍ତି- ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

ନୂଆଦିଲ୍ଲୀ, ୦୭/୦୨: କମୁଛି କରୋନାର ପ୍ରକୋପ । ଅତିଶୀଘର ଦୂର ହୋଇଯିବ କୋଭିଡ-୧୯ ଭାଇରସ ସଙ୍କଟ । କରୋନା ଏବେ ଶେଷ ହେବାକୁ ଯାଉଛି । ଏନେଇ ସୂଚନା ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ହୁ ୟୁରୋପ କାର୍ଯ୍ୟାଳୟର ନିର୍ଦ୍ଦେଶକ ଡ. ହନସ୍ କ୍ଲୁଜ୍ ଏନେଇ ତଥ୍ୟ ଦେଇଛନ୍ତି ।

ସେ କହିଛନ୍ତି ଯେ, ୟୁରୋପୀୟ ଦେଶରେ ଏବେ କରୋନା ବିରୋଧରେ ନିର୍ଣ୍ଣାୟକ ଲଢେଇ ଚାଲିଛି । ଭାଇରାସ ଦ୍ୱାରା ମୃତକଙ୍କ ସଂଖ୍ୟା ବି କମିବାରେ ଲାଗିଛି । ଆଉ କିଛି ଦିନ ପରେ ୟୁରୋପ ମହାମାରୀ ବିପକ୍ଷରେ ବିଜୟ ହାସଲ କରିବ । ଯଦି ସବୁ ପଦକ୍ଷେପ ନିଆଯାଏ ତେବେ ମହାମାରୀର ଅନ୍ତ ଘଟିବ ।

କ୍ଲଜ୍ କହିଛନ୍ତି ଯେ, ଭାକସିନ୍ କାରଣରୁ ଅନେକ ସଂକ୍ରମିତ ହେବା ପରେ ସେମାନଙ୍କ ଠାରେ ଅଧିକ ରୋଗପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଛି । ଖରା ଦିନେ ଭାଇରସର ସଂକ୍ରମଣ କ୍ଷମତା ହ୍ରାସ ପାଇଛି । ଓମିକ୍ରନ୍ କାରଣରୁ ଲୋକେ କମ୍ ଗୁରୁତର ହେଉଛନ୍ତି । ଏବେ ୟୁରୋପରେ ଥଣ୍ଡା କମିବାରେ ଲାଗିଛି । ଧିରେଧିରେ ଗରମ ଆରମ୍ଭ ହୋଇଯିବ । କିଛି ମାସରେ ସେମାନଙ୍କୁ ମହାମାରୀରୁ ବ୍ରେକ୍ ମିଳିଯିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ୟୁରୋପ ମହାଦେଶର ଅନେକ ଦେଶ କରୋନା କଟକଣାକୁ ହଟାଇ ଦେଇଛନ୍ତି । ଗତ ସପ୍ତାହରେ ଇଂଲଣ୍ଡରେ ସମସ୍ତ ପ୍ରତିବନ୍ଧକ ହଟାଇ ଦିଆଯାଇଥିଲା । ଏବେ ବ୍ରିଟେନରେ କେଉଁ ଆଡେ ଯିବାକୁ ହେଲେ ଟିକା ସାର୍ଟିଫିକେଟର ଆବଶ୍ୟକତା ମଧ୍ୟ ନାହିଁ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ