ରାଜ୍ୟ ସ୍ପେଶାଲ ରିପୋର୍ଟ

ଶେଷ ପର୍ଯ୍ୟାୟରେ ୧୨୩ ଫୁଟର ଧ୍ୟାନମଗ୍ନ ମହାଦେବଙ୍କ ମୂର୍ତ୍ତି ନିର୍ମାଣ କାର୍ଯ୍ୟ

ଯାଜପୁରସଦର : ସାରା ଓଡ଼ିଶା ଦେଖିବ ସୁଉଚ୍ଚ ଧ୍ୟାନମଗ୍ନ ଶିବ ମୂର୍ତ୍ତି। ଯାଜପୁରରେ ଚାଲିଥିବା ୧୨୩ ଫୁଟ ଉଚ୍ଚର ମହାଦେବଙ୍କ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ। ଏହା ରାଜ୍ୟର ସବୁଠାରୁ ଉଚ୍ଚ ମୂର୍ତ୍ତି ହେବ ବୋଲି ସୂଚନା ମିଳିଛି। ପୂର୍ବରୁ ରାଉରକେଲା ହନୁମାନ ବାଟିକାରେ ୭୫ ଫୁଟର ହନୁମାନ ମୂର୍ତ୍ତି ଓ କୋ‌ରାପୁଟର ଦାମନଯୋଡ଼ିରେ ୧୧୦ ଫୁଟ ଉଚ୍ଚତାର ହନୁମାନ ମୂର୍ତ୍ତି ରହିଛି।

ଯାଜପୁରରେ ମା ବିରଜାଙ୍କ ମନ୍ଦିର ରହିଥିବାବେଳେ ଦଶାଶ୍ବମେଧ ଘାଟ ରହିଛି। ଆଧ୍ୟାତ୍ମବାଦୀ ତଥା ଧର୍ମପ୍ରାଣ ଶ୍ରଦ୍ଧାଳୁଙ୍କୁ ଏହା ବିଭିନ୍ନ ସମୟରେ ଆକୃଷ୍ଟ କରିଆସୁଛି। ପବିତ୍ର ବୈତରଣୀ ନଦୀକୂଳରେ ଓଡ଼ିଶାର ସୁଉଚ୍ଚ ଧ୍ୟାନମଗ୍ନ ଶିବ ମୂର୍ତ୍ତି ନିର୍ମାଣ ଶେଷ ହେବାକୁ ଯାଉଛି। ଭୂମିଠାରୁ ୩୦ ଫୁଟ ଉଚ୍ଚତାରୁ ଏହାର ନିର୍ମାଣ ଆରମ୍ଭ ହୋଇଛି। ୫୦ରୁ ୬୦ ଶ୍ରମିକ କାମରେ ଲାଗିଛନ୍ତି। ଦିଲ୍ଲୀର ମାତୁରାମ ଆର୍ଟ ନାମକ ସଂସ୍ଥା ଏହାର ନିର୍ମାଣ କରୁଛି। ପ୍ରାରମ୍ଭିକ ଅଟକଳ ମୂଲ୍ୟ ୯ କୋଟି ୮୦ ଲକ୍ଷ ୪୨ହଜାର ଟଙ୍କାରେ କାମ ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ୭୦ ପ୍ରତିଶତ କାମ ସରିଥିବା ବେଳେ ୧୨ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇସାରିଥିବା ଜଣାଯାଇଛି। ମୂର୍ତ୍ତି ସଂପୂର୍ଣ୍ଣ ହେବାକୁ ୧୬ କୋଟିରୁ ଅଧିକ ଟଙ୍କା ଲାଗିବ ବୋଲି ଆକଳନ କରାଯାଇଛି।

ଏଭଳି ନିର୍ମାଣ ଏଠାରେ ପ୍ରଥମଥର ପାଇଁ ହେଉଥିବାରୁ ଏହାର ଫ୍ରେମ୍ ନିର୍ମାଣ ବହୁ ସମୟ ସାକ୍ଷେପ ଓ ବ୍ୟୟବହୁଳ ରହିଛି। ଫାଇଭର ଓ ଷ୍ଟିଲରେ ଏହାର ଫ୍ରେମ ନିର୍ମାଣ କରାଯାଉଛି। ଏହାକୁ ଖରା ଓ ବର୍ଷାରୁ ରକ୍ଷା କରିବା ପାଇଁ କପର‌ରେ ପୂରା ମୂର୍ତ୍ତିକୁ ଆଚ୍ଛ‌ାଦିତ କରାଯିବ। ଏହାର ଚାରିପଟେ ଅନେକ ପ୍ରକଳ୍ପ ନିର୍ମାଣ କରାଯାଉଛି। ଏହାକୁ ଶିବା ଗ୍ୟାଲେରି ନାମରେ ନାମିତ କରାଯିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।