ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଶେଷ ପର୍ଯ୍ୟାୟରେ ‘ଭାରତ ଯୋଡ଼ୋ’ ଯାତ୍ରା; ପ୍ରଥମ ଥର ପାଇଁ ଜ୍ୟାକେଟ୍‌ ପିନ୍ଧିଥିବାର ନଜର ଆସି‌ଲେ ରାହୁଲ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ନୂଆଦିଲ୍ଲୀ: କଡ଼ା ସୁରକ୍ଷା ମଧ୍ୟରେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରା ଜମ୍ମୁ କାଶ୍ମୀରରେ ପ୍ରବେଶ କରିଛି। ଜମ୍ମୁ କାଶ୍ମୀର ହେଉଛି ଭାରତ ଯୋଡ଼ୋ ଯାତ୍ରାର ଶେଷ ଗନ୍ତବ୍ୟ ସ୍ଥଳ। ଭାରତ ‌ଯୋଡ଼ୋ ଯାତ୍ରା ଏଠାରେ ଶେଷ ହେବ।

ରାହୁଲ ଜମ୍ମୁ-କଶ୍ମୀରର କାଠୁଆରେ ନିଜର ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ କରିଥିବା ବେଳେ ପ୍ରଥମ କରି ସେ ଜ୍ୟାକେଟ୍‌ ପିନ୍ଧିଥିବାର ନଜର ଆସିଛନ୍ତି। ପୂର୍ବରୁ ହାଡ଼ଭଙ୍ଗା ଶୀତରେ ବି ରାହୁଲ କେବଳ ଖଣ୍ଡିଏ ଟି-ସାର୍ଟ ପିନ୍ଧି ଖେଳୁଥିବାର ନଜର ଆସିଥିଲେ। କନ୍ୟାକୁମାରୀରେ ଯାତ୍ରା ଆରମ୍ଭ ହେବାକୁ ନେଇ ପଞ୍ଜାବ-ହିମାଚଳ ପର୍ଯ୍ୟନ୍ତ ରାହୁଲଙ୍କୁ କେବଳ ଟି-ସାର୍ଟରେ ଦେଖିବାକୁ ମିଳିଥିଲା। ଯହାକୁ ନେଇ ସେ ଖୁବ୍ ଚର୍ଚ୍ଚାରେ ରହିଥିଲେ।

ରାହୁଲଙ୍କୁ କେବଳ ଟି-ସାର୍ଟ ପିନ୍ଧିବା କାରଣରୁ ଅନେକ ଲୋକ ସମାଲୋଚନା ବି କରିଥିଲେ। କଂଗ୍ରେସକୁ ଛାଡ଼ି ଅନ୍ୟ ରାଜନୈନିକ ଦଳର ସଦସ୍ୟ ସବୁ କହିଥିଲେ ଯେ ‘ରାହୁଲ ଏମିତି କଣ ଖାଉଛନ୍ତି ‌ଯେ ତାଙ୍କ ଏତେ ଶୀତରେ ବି ଥଣ୍ଡା ଲାଗୁନାହିଁ।’ ଯାହାର ଉତ୍ତରରେ ରାହୁଲ କହିଥିଲେ, ‘ମୁୁଁ ଶୀତକୁ ଭୟ କରେ ନାହିଁ, ସେଥିପାଇଁ ମୋତେ ଥଣ୍ଡା ଲାଗୁନାହିଁ।’

ଜାମ୍ମୁ-କଶ୍ମୀରରେ ପ୍ରବେଶ କରିବା ଅବସରରେ ରାହୁଲ ଏକ ଜନସଭାରେ କହିଛନ୍ତି, ‘ ଆଜି ମୁଁ ମୋ ଘରକୁ ଆସିଛି କାରଣ ମୋ ପରିବାର ଜମ୍ମୁ କଶ୍ମୀରର।’ ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୭, ୨୦୨୨ରେ କନ୍ୟାକୁମାରୀରୁ ଯାତ୍ରା ଆରମ୍ଭ ହୋଇଥିଲା। ଜାନୁଆରି ୩୦‌ରେ ଯାତ୍ରା ଶ୍ରୀନଗରରେ ଶେଷ ହେବ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ