ଖେଳ ଦେଶ ବିଦେଶ

ଶେଷ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଆଶ୍ଵସ୍ତିକର ଖବର, କୋଚ୍ ବିକ୍ରମ ରାଠୋର ଦେଲେ ସଙ୍କେତ- ଖେଳି ପାରନ୍ତି ଯଶପ୍ରୀତ ବୁମରା

ବ୍ରିସବେନ ୧୪।୦୧: ଅଷ୍ଟ୍ରେଲିଆ ବିପକ୍ଷ ବ୍ରିସବେନ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ବଡ ଆଶ୍ଵସ୍ତିକର ଖବର ଆସିଛି। ଦଳର ବ୍ୟାଟିଂ କୋଚ୍ ବିକ୍ରମ ରାଠୋର କହିଛନ୍ତି ଦ୍ରୁତ ବୋଲର ଯଶପ୍ରୀତ ବୁମରା ଡାକ୍ତରୀ ଦଳ ସହ ନିଜର ଫିଟନେସ୍‌ ଉପରେ କାମ କରୁଛନ୍ତି। ତାଙ୍କ ଖେଳିବା ଉପରେ ଚୂଡାନ୍ତ ନିଷ୍ପତ୍ତି ଶୁକ୍ରବାର ସକାଳେ ନିଆଯିବ।

ରାଠୋର ଭର୍ଚୁଆଲ କନଫରେନ୍ସରେ କହିଛନ୍ତି, ଡାକ୍ତରୀ ଦଳ ବୁମରାଙ୍କ ସହ ମିଶି କାମ କରୁଛନ୍ତି। ଆମେ କାଲି ସକାଳେ ଦେଖିବୁ ଯେ, ବୁମରା ଚତୁର୍ଥ ଟେଷ୍ଟ ପୂର୍ବରୁ ଫିଟ୍ ଅଛନ୍ତି କି ନାହିଁ। ଯଦି ସେ ଖେଳିବା ପାଇଁ ଫିଟ୍ ହେବେ ତେବେ ଖେଳିବେ। ଯଦି ଫିଟ୍ ନଥିବେ ତେବେ ଖେଳିବେ ନାହିଁ।

ରାଠୋର ଗୁରୁବାର କହିଛନ୍ତି ବୁମରାଙ୍କ ଆଘାତ ଉପରେ ନଜର ରଖା ଯାଇଛି। ଡାକ୍ତରୀ ଦଳ ତାଙ୍କ ଉପରେ ବିଶେଷ ନଜର ରଖିଛନ୍ତି। ମୋତେ ଏହା ଉପରେ ଟିପ୍ପଣୀ ଦେବା ଉଚିତ୍ ହେବନି। ଆମେ ତାଙ୍କୁ ଠିକ୍ ହେବା ପାଇଁ ଯେତେ ସମ୍ଭବ ସେତେ ସମୟ ଦେବୁ। ଆପଣଙ୍କୁ ଆସନ୍ତାକାଲି ସକାଳେ ଜଣା ପଡିବ ଯେ, ପଡିଆକୁ କେଉଁ କେଉଁ ୧୧ ଜଣ ଖେଳାଳି ଓହ୍ଲାଉଛନ୍ତି।

ରାଠୋର କହିଛନ୍ତି, ପ୍ରସ୍ତୁତିକୁ ନେଇ ଆପଣ ମଜବୁତ ହୋଇଥାନ୍ତି। ଆମକୁ ଆମର ଖେଳାଳିଙ୍କ ଉପରେ ପୂର୍ଣ୍ଣ ଭରସା ରହିଛି। ପ୍ରତି ଖେଳାଳିଙ୍କ ଉପରେ ଆମର ଭରସା ରହିଛି। ଦଳ ଏହା କରି ଦେଖାଇଛନ୍ତି ଯେ, ଗୋଟିଏ ଖରାପ ଇନିଂସରେ ସେମାନଙ୍କ କ୍ଷମତା ଉପରେ ସନ୍ଦେହ କରାଯାଇ ପାରିବ ନାହିଁ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ