ଖେଳ ଦେଶ ବିଦେଶ

ଶେଷ ଓଭରରେ ପଞ୍ଜାବ ହାତରୁ ମ୍ୟାଚ୍ ଛଡ଼ାଇନେଲେ କାର୍ତ୍ତିକ ତ୍ୟାଗୀ

ନୂଆଦିଲ୍ଲୀ: ପଞ୍ଜାବ କିଙ୍ଗସକୁ ପରାସ୍ତ କରିବା ସହିତ ଟୁର୍ଣ୍ଣାମେଣ୍ଟରେ ଚତୁର୍ଥ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ। ୧୮୬ ରନର ବିଶାଳ ଲକ୍ଷ୍ୟର ପିଛା କରୁଥିବା ପଞ୍ଜାବ ପକ୍ଷରୁ ଦୁଇ ଓପ୍ନର ଚମକ୍ରାର ବ୍ୟାଟିଂ କରିଥିଲେ । ପ୍ରଥମ ୱିକେଟରେ ଉଭୟ ଖେଳାଳି ୧୨୦ ରନ୍ ଯୋଡିଥିଲେ । ୪୯ ରନ୍ କରି କେ ଏଲ୍ ରାହୁଲ ଚେତନ ସାକାରିୟାଙ୍କ ବଲରେ ଆଉଟ ହୋଇଥିଲେ । ତେବେ ମୟଙ୍କ ଅଗ୍ରୱାଲ ଚମକ୍ରାର ବ୍ୟାଟିଂ କରି ୬୭ ରନ କରିଥିଲେ । ମାତ୍ର ୬ ରନ ମଧ୍ୟରେ ଦୁଇ ଓପ୍ନରଙ୍କ ୱିକେଟ ପତନ ଘଟିଥିବା ବେଳେ ସାମାନ୍ୟ ସଙ୍କଟରେ ପଡିଥିଲା କିଙ୍ଗସ । ତେବେ ନିକୋଲାସ ପୁରନ୍ ଏବଂ ଏଡେନ୍ ମାର୍କରାମଙ୍କ ମଧ୍ୟରେ ଅର୍ଦ୍ଧଶତକିୟ ଭାଗିଦାରୀ ଦଳକୁ ବିଜୟର ନିକଟବର୍ତୀ କରାଇଥିଲା।ଶେଷ ଓଭରରେ ବିଜୟ ପାଇଁ ୪ ରନ ଆବଶ୍ୟକ ଥିବା ବେଳେ କାର୍ତ୍ତିକ ତ୍ୟାଗୀ ମାତ୍ର ଏକ ରନ ଦେଇ ୨ଟି ୱିକେଟ ନେଇଥିଲେ।
ଟସ ହାରି ପ୍ରଥମେ ବ୍ୟାଟିଂ କରୁଥିବା ରାଜସ୍ଥାନ ପକ୍ଷରୁ ଦୁଇ ଓପ୍ନର ଏଭିନ ଲୁଇସ(୩୬) ଏବଂ ଯଶସ୍ୱୀ ଜୟସ୍ୱାଲ(୪୯)ଙ୍କ ମଧ୍ୟରେ ୫୪ ରନର ଭାଗିଦାରୀ ହୋଇଥିଲା । ଅଧିନାୟକ ସଞ୍ଜୁ ସାମସନ(୪) ବିଫଳ ହୋଇଥିଲେ ହେଁ ଲିଆମ ଲିଭିଙ୍ଗଷ୍ଟୋନ(୨୫) ଦଳୀୟ ସ୍କୋର ୧୧୬ରେ ପହଞ୍ଚାଇଥିଲେ । ଏହାପରେ ଦୁବାଇରେ ମହୀପାଲଙ୍କ ଦବଦବା ଦେଖିବାକୁ ମିଳିଥିଲା । ମାତ୍ର ୧୭ଟି ବଲ ଖେଳି ୨ଟି ଚୌକା ଓ ୪ ଛକ୍କା ସହିତ ସେ ୪୩ ରନ ସଂଗ୍ରହ କରିଥିଲେ । ତେବେ ମହୀପାଲଙ୍କ ୱିକେଟ ପତନ ପରେ ରାଜସ୍ଥାନ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ରିୟାନ ପରାଗ(୪), ରାହୁଲ ତେୱାତିୟା(୨) ଏବଂ କ୍ରିସ ମୋରିସ(୫) ବିଫଳ ହେବାରୁ ରାଜସ୍ଥାନ ମାତ୍ର ୧୮୫ ରନେରେ ସୀମିତ ରହିଥିଲା । ଅର୍ଶଦୀପ ସିଂ ୩୨ ରନରେ ୫ ୱିକେଟ ନେଇଥିବା ବେଳେ ମହମ୍ମଦ ଶାମି ୩ଟି ୱିକେଟ ନେଇଥିଲେ । ହରପ୍ରୀତ ବ୍ରାର ଏବଂ ଇଶାନ ପୋରେଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ