ଖେଳ ଦେଶ ବିଦେଶ

ଶୁଭମନଙ୍କ କ୍ୟାଚ୍ ଧରିଲେ ଦୀପକ ହୁଡ୍ଡା, ‘ଶତ୍ରୁ’ କୃଣାଳ ପାଣ୍ଡ୍ୟା କଲେ ଆଲିଙ୍ଗନ…

ନୂଆଦିଲ୍ଲୀ, ୨୯/୦୩: ଆଇପିଏଲରେ ସୋମବାର ମୁହାଁମୁହିଁ ହୋଇଥିଲେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଓ ଗୁଜୁରାଟ ଟାଇଟନ୍ସ । ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ୧୫୮ ରନ୍ କରିଥିଲା । ଜବାବରେ ଗୁଜୁରାଟ ୫ ଓ୍ୱିକେଟ ହରାଇ ମ୍ୟାଚ୍ ଜିତି ନେଇଥିଲା । ତେବେ ମ୍ୟାଚରେ ଏକ ଘଟଣା ଲକ୍ଷ୍ନୌର ଫିଲ୍ଡିଂ ବେଳେ ଘଟିଥିଲା ।

ଗୁଜୁରାଟର ବ୍ୟାଟିଂ ବେଳେ ପ୍ରଥମ ଓଭରରେ ହିଁ ଦଳକୁ ଝଟକା ଲାଗିଥିଲା । ଷ୍ଟାର୍ ବ୍ୟାଟର ଶୁଭମନ ଗିଲ୍ ଖାତା ନଖୋଲି ଆଉଟ୍ ହୋଇଥିଲେ । ଦୁଷ୍ମନ୍ଥା ଚମିରାଙ୍କ ବଲରେ ସେ ଦୀପକ ହୁଡ୍ଡାଙ୍କ ହାତରେ ଧରା ପଡି ପ୍ୟାଭିଲିୟନ ଫେରିଥିଲେ । ତେବେ ଯେତେବେଳେ ଦୀପକ କ୍ୟାଚ୍ ଧରିଥିଲେ ସେତେବେଳେ ତାଙ୍କ ପାଖରେ ଠିଆ ହୋଇଥିବା କୃଣାଲ ପାଣ୍ଡ୍ୟା ତାଙ୍କୁ ଆଲିଙ୍ଗନ କରିଥିଲେ ।

ଏହି ସେଲିବ୍ରେସନ ଖାସ୍ କାରଣ ଦୀପକ ହୁଡ୍ଡା ଓ କୃଣାଲଙ୍କର ଏକ ଇତିହାସ ରହିଛି । ଉଭୟଙ୍କ ମଧ୍ୟରେ ଅଧିକାଂଶ ସମୟରେ କ୍ରିକେଟ୍ ଗ୍ରାଉଣ୍ଡରେ ତିକ୍ତତା ଦେଖିବାକୁ ମିଳେ । ତେବେ ଉଭୟଙ୍କର ଆଳିଙ୍ଗନର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବରୋଦା ଟିମରେ ମୁହାଁମୁହିଁ ହୋଇଥିଲେ ଉଭୟ

ଉଭୟ ଖେଳାଳି ବରୋଦା ଟିମ୍‌ରୁ ଖେଳିଥାନ୍ତି । ଏକଦା କୃଣାଲ ଅଧିନାୟକ ଥିବା ବେଳେ ଦୀପକ ଉପ ଅଧିନାୟକ ଥିଲେ । ତେବେ ଉଭୟଙ୍କ ମଧ୍ୟରେ ଏପରି ସ୍ଥିତି ହୋଇଥିଲା ଯେ ଦୀପକ ଦଳ ଛାଡିଦେଇଥିଲେ । ଦୀପକ କୃଣାଳଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିଲେ । ଏପରିକି କୃଣାଳ ତାଙ୍କ କ୍ୟାରିଅର ଶେଷ କରିବା ନେଇ ଧମକ ଦେଇଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ