ରାଜ୍ୟ ସ୍ପେଶାଲ ରିପୋର୍ଟ

ଶୁଖିଲା ପଡ଼ିଛି ଇନ୍ଦ୍ରାବତୀ ଜଳଭଣ୍ଡାର, ଗଚ୍ଛିତ ଅଛି ମାତ୍ର ୧୮ପ୍ରତିଶତ ଜଳ+

ନବରଙ୍ଗପୁର : ସ୍ବଳ୍ପ ବୃଷ୍ଟି ଯୋଗୁ ନବରଙ୍ଗପୁର ଜିଲ୍ଲାରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେଲାଣି। ଶୁଖିଗଲାଣି ଚିରସ୍ରୋତା ନଦୀ, ନାଳ ଏବଂ ଅନ୍ୟାନ୍ୟ ଜଳଉତ୍ସ। ଇନ୍ଦ୍ରାବତୀ ଜଳଭଣ୍ଡାର ଅବସ୍ଥା ମଧ୍ୟ ଆଦୌ ଭଲ ନାହିଁ। ଆଗକୁ ବଡ଼ଧରଣର ଜଳସଂକଟ ନିଶ୍ଚିତ ବୋଲି ସଂକେତ ମିଳିସାରିଲାଣି। କାରଣ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଗଚ୍ଛିତ ରହିଛି ମାତ୍ର ୨୭୩୬୩ ହେକ୍ଟୋମିଟର ଜଳ। ଯାହାର ଜଳଭଣ୍ଡାରର ଜଳଧାରଣ କ୍ଷମତାର ମାତ୍ର ୧୮.୪୨ ପ୍ରତିଶତ। ଗତବର୍ଷ ଆଜିର ତାରିଖରେ ୪୬୪୯୯ ହେକ୍ଟୋମିଟର ଅର୍ଥାତ ୩୧.୩୦ ପ୍ରତିଶତ ଜଳ ଗଚ୍ଛିତ ରହିଥିଲା। ପ୍ରାୟ ୧୩ପ୍ରତିଶତ ଜଳ କମିଥିବାରୁ ବଡ଼ ବର୍ଷା ନହେଲେ ନିଅଣ୍ଟ ଭରଣା କରିବା ଅସମ୍ଭବ।

ଇନ୍ଦ୍ରାବତୀ ଜଳବିଦ୍ୟୁତ୍ ପ୍ରକଳ୍ପର ଜଳଭଣ୍ଡାର ଉପରମୁଣ୍ଡରେ ବର୍ଷା ପରିମାଣ ଯଥେଷ୍ଟ କମିଛି। ଗତବର୍ଷ କେବଳ ଜୁନ୍ ମାସରେ ଜଳଭଣ୍ଡାର ଅଞ୍ଚଳରେ ୨୪୧ମିମି ବର୍ଷା ହୋଇଥିବା ବେଳେ ଚଳିତବର୍ଷ ଜୁନ୍ ମାସରେ ୧୭୭ମିମି ଓ ଚଳିତ ମାସର ପ୍ରଥମ ୧୫ଦିନ ମଧ୍ୟରେ ମାତ୍ର ୫୧ମିମି ବର୍ଷା ହୋଇଛି। କେବଳ ଜଳଭଣ୍ଡାର ଅଞ୍ଚଳ ନୁହେଁ ଯେଉଁ ଅଞ୍ଚଳରୁ ଜଳଭଣ୍ଡାରକୁ ପାଣି ଆସୁଛି ସେଠାରେ ମଧ୍ୟ ବିଶେଷ ବର୍ଷା ନାହିଁ। ଜଳଭଣ୍ଡାର ଜଳଧାରଣ କ୍ଷମତା ୧ଲକ୍ଷ ୪୮ହଜାର ୫୫୦ହେକ୍ଟୋମିଟର (ଜଳସ୍ତର ୬୪୨ମିଟର)। ସାଧାରଣତଃ ଜୁଲାଇ ପହିଲାରେ ୬୩୮ମିଟର ପାଣି ଗଚ୍ଛିତ ରହିବା କଥା। କିନ୍ତୁ ଆଜିର ତାରିଖରେ ଜଳଭଣ୍ଡାରରେ ୭୨୯.୧୭ମିଟର ପାଣି ରହିଛି। ଅର୍ଥାତ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ପ୍ରାୟ ୯ମିଟର କମ ପାଣି ବର୍ତ୍ତମାନ ଜଳଭଣ୍ଡରରେ ରହିଛି। ସେହିପରି ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୨୯ କ୍ୟୁମେକ୍ ଜଳ ପ୍ରବେଶ କରୁଥିବା ବେଳେ ୭୯ କ୍ୟୁମେକ୍ ଜଳ ନିଷ୍କାସିତ ହେଉଛି। ପାୱାର ହାଉସରୁ ପ୍ରତି ସେକେଣ୍ଡରେ ୭୧ କ୍ୟୁମେକ୍ ଜଳ ମହାନଦୀ ବେସିନ୍‌ ଅନ୍ତର୍ଗତ ହାତୀନଦୀ ବେରେଜ୍‌କୁ ଯାଉଛି। ସେହିପରି ଇନ୍ଦ୍ରାବତୀ ନଦୀରେ ୫.୧୫ କ୍ୟୁାମେକ୍ ଜଳ ପ୍ରବେଶ ହେଉଥିବା ବେଳେ ଲିକେଜ୍ ଯୋଗୁ ୨.୫୦ କ୍ୟୁମେକ୍ ଜଳ ନିଷ୍କାସନ ହେଉଛି। ପ୍ରବେଶ କରୁଥିବା ପାଣି ଠାରୁ ଦୁଇ ଗୁଣ ଅଧିକ ନିଷ୍କାସିତ ହୋଉଥିବା ଜଣାପଡ଼ିଛି।

gapuphotography.com

ଇନ୍ଦ୍ରାବତୀ ପ୍ରକଳ୍ପ ଉପରମୁଣ୍ଡକୁ ଲାଗି କଳାହାଣ୍ଡି, କୋରାପୁଟ, ରାୟଗଡ଼ା ଜିଲ୍ଲାର କାଶୀପୁର, ଥୁଆମୂଳ ରାମପୁର ଓ ନବରଙ୍ଗପୁର ସୀମା ରହିଛି। ଯାହାର ପରିମାଣ ପ୍ରାୟ ୨୬୩୦ ବର୍ଗକିଲୋମିଟର ହୋଇଥିବା ବେଳେ ସେଥିରୁ ୧୧୦ ବର୍ଗକିଲୋମିଟର ପରିବ୍ୟାପ୍ତ ଅଞ୍ଚଳର ବର୍ଷା ଜଳ ଜଳଭଣ୍ଡାର ମଧ୍ୟରେ ଗଚ୍ଛିତ ହୋଇଥାଏ। ଜଳଭଣ୍ଡାର ଅଞ୍ଚଳରେ ଚଳିତ ବର୍ଷ ଜାନୁଆରି ମାସରୁ ଆଜି ପର୍ଯ୍ୟନ୍ତ ମାତ୍ର ୪୩୪.୪୦ ମିମି ବର୍ଷା ହୋଇଛି। ଯାହାଫଳରେ ଜଳଭଣ୍ଡାର ଜଳସ୍ତର କମିଥିବା କୁହାଯାଉଛି। ଏମିତି ସ୍ଥିତିରେ ବିଦ୍ୟୁତ୍ ଉତ୍ପାଦନ ସଂପୂର୍ଣ୍ଣ ପ୍ରଭାବିତ ହେବ ବୋଲି ଆକଳନ କରାଯାଉଛି। କଳାହାଣ୍ଡି ଜିଲ୍ଲାର ଜଳସେଚନକୁ ଆଧାର କରି ଏବଂ ଷ୍ଟେଟ ଲୋଡ୍‌ ଡେସ୍‌ପାଚ୍‌ ସେଣ୍ଟରର ଆବଶ୍ୟକ ମୁତାବକ ବିଦ୍ୟୁତ ଉତ୍ପାଦନ ହୋଇଥାଏ। ଏହିକ୍ରମରେ ମୁଖିଗୁଡା ସ୍ଥିତ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରୁ ପ୍ରତି ଘଣ୍ଟାରେ ୨୧୪ ମେଗାୱାଟ୍‌ ବିଦ୍ୟୁତ ଉତ୍ପାଦନ ହେଉଥିବା ସୂଚନା ମିଳିଛି। ବିଦ୍ୟୁତ ଉତ୍ପାଦନ ପରେ ନିଷ୍କାସିତ ପାଣି ମଙ୍ଗଳପୁର ବ୍ୟାରେଜରେ ଗଚ୍ଛିତ ହୋଇ ପରବର୍ତ୍ତୀ ସମୟରେ ହାତୀନଦୀ ଦେଇ ମହାନଦୀରେ ମିଶୁଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।