ଖେଳ ଦେଶ ବିଦେଶ

ଶୁକ୍ରବାର ଭାରତ-ଇଣ୍ଡିଜ ଦ୍ୱିତୀୟ ଟି୨୦, ସିରିଜ୍ ବିଜୟ ଲକ୍ଷ୍ୟରେ ରୋହିତ ସେନା

ନୂଆଦିଲ୍ଲୀ,୧୮/୦୨: ଶୁକ୍ରବାର ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି୨୦ ମ୍ୟାଚ୍ । ୩ଟିକିଆ ଟି ଟ୍ବେଣ୍ଟି ସିରିଜ୍‌ର ଦ୍ବିତୀୟ ମୁକାବିଲା କୋଲକାତାର ଇଡେନ ଗାର୍ଡେନରେ ଖେଳାଯିବ । ଏହି ମ୍ୟାଚ୍‌କୁ ଜିତି ଭାରତ ସିରିଜ୍‌ କବ୍‌ଜା କରିବା ଲକ୍ଷ୍ୟରେ ଥିବାବେଳେ ବରାବର କରିବା ପାଇଁ ଓ୍ୱେଷ୍ଟ ଇଣ୍ଡିଜ ପ୍ରୟାସ କରିବ ।

ତେବେ ଦ୍ବିତୀୟ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ରେ ଉଭୟ ଟିମ୍‌ର ପ୍ଲେଇଂ ଇଲେଭେନ୍‌କୁ ନେଇ ଚର୍ଚ୍ଚା ଲାଗିରହିଛି । କାରଣ ଦ୍ବିତୀୟ ମ୍ୟାଚ୍‌ ହାଇଭୋଲଟେଜ୍‌ ହେବ । ଓ୍ବେଷ୍ଟଇଣ୍ଡିଜ୍‌ ସିରିଜ୍‌କୁ ଫେରିବାକୁ ଚାହୁଁଥିବା ବେଳେ ଭାରତ ମ୍ୟାଚ୍‌ ଜିତି ସିରିଜ୍‌ କବ୍‌ଜା କରିବାକୁ ଚାହିଁବ ।

ଭାରତୀୟ ଦଳ କଥା କହିବାକୁ ଗଲେ, ଦଳ ଦ୍ବିତୀୟ ଦିନିକିଆରେ କୌଣସି ପରିବର୍ତ୍ତନ କରିବାର ସମ୍ଭାବନା କମ୍ । କାରଣ ଦଳ ପ୍ରଥମ ମ୍ୟାଚ୍‌ ଜିତିସାରିଛି । ଶ୍ରେୟସ ଆୟର ଫର୍ମରେ ଥିବାରୁ ପରବର୍ତ୍ତୀ ମ୍ୟାଚ୍‌ରେ ତାଙ୍କୁ ଦଳରେ ସାମିଲ କରାଯାଇପାରେ । ଏ ନେଇ ଅଧିନାୟକ ରୋହିତ ଶର୍ମାଙ୍କ ନଜର ପ୍ଲେଇଂ ଇଲେଭେନ୍‌ ଉପରେ ରହିବ ।

ଅନ୍ୟପଟେ ଏବେ କାହାରିକୁ ବାହାରେ ବସାଇବା ମଧ୍ୟ ଚିନ୍ତାକରାଯାଇ ନପାରେ । କାରଣ ସୂର୍ଯ୍ୟକୁମାର ଯାଦବ ଏବଂ ଭେଙ୍କଟେଶ୍‌ ଆୟର ପ୍ରଥମ ମ୍ୟାଚ୍‌ରେ ଓ୍ବିନିଂ ଇନିଂସ ଖେଳିଥିଲେ । ତେଣୁ ଉଭୟଙ୍କ ମଧ୍ୟରୁ କାହାରିକୁ ବାହାରେ ବସାଇବା ସମ୍ଭବପର ନୁହେଁ । ସେହିପରି ଇଣ୍ଡିଜ ଟିମ୍ ମଧ୍ୟ ଟିମରେ ପରିବର୍ତ୍ତନ କରିବା ସମ୍ଭାବନା କମ୍ ରହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ