ଭୁବନେଶ୍ୱର : ଦୁନିଆରେ ସମସ୍ତଙ୍କୁ ଧନସମ୍ପତ୍ତି ଦରକାର । ଧନ ବିନା ଚଳିବା ମୁସକିଲ । ଧନ ବୃଦ୍ଧି ପାଇଁ ଧନର ଦେବୀ ମା’ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ । ଶୁକ୍ରବାର ଦିନ ମା’ ବୈଭବ ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ । ଶୁକ୍ରବାର ଦିନ ସଚ୍ଚୋଟ ମନରେ ମାଙ୍କୁ ଆରାଧନା କଲେ ମନୋସ୍କାମନା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି । ଧନ ପ୍ରାପ୍ତି ପାଇଁ ଶୁକ୍ରବାର ଦିନ ବିଧିବଦ୍ଧ ଭାବେ ମାଙ୍କ ପୂଜା କରିବା ଉଚିତ । ଜାଣନ୍ତୁ ସାମାନ୍ୟ ପୂଜାବିଧି :
ଶୁକ୍ରବାର ଦିନ ଘରେ ତୁଳସୀ ଗଛ ଲଗାନ୍ତୁ ଓ ନିୟମିତ ଜଳ ଅର୍ପଣ କରି ପୂଜା କରନ୍ତୁ
-ଶ୍ୱେତ ଚନ୍ଦନ ତିଳକ କରନ୍ତୁ
-ପାଣିରେ ଚନ୍ଦନ ମିଶାଇ ସ୍ନାନ କରନ୍ତୁ
-ରୁପା ଖଣ୍ଡ କିମ୍ବା ଚନ୍ଦନ କାଠ ନଦୀରେ ପ୍ରବାହିତ କରନ୍ତୁ
-ସୁଗନ୍ଧିତ ପଦାର୍ଥ ବ୍ୟବହାର କରନ୍ତୁ
-ସନ୍ତାନ ପ୍ରାପ୍ତି ପାଇଁ ଘରେ ପାରିଜାତ ଗଛ ଲଗାନ୍ତୁ ଏବଂ ନିଜ ସନ୍ତାନ ଭଳି ଗଛର ଯତ୍ନ ନିଅନ୍ତୁ
ଆଉ କଣ କରିବେ ଜାଣନ୍ତୁ :
– ଶୁକ୍ରବାର ଦିନ ସଫା ଧଳା ବସ୍ତ୍ର ପିନ୍ଧି ମା’ଙ୍କୁ ଆରାଧନା କରନ୍ତୁ । ମା’ଙ୍କ ପାଖରେ ପଦ୍ମ ଫୁଲ ଅର୍ପଣ କରନ୍ତୁ । ହଳଦିଆ କପଡାରେ ୫ଟି କଉଡ଼ି, କେଶର, ରୁପା ମୁଦ୍ରାକୁ ବାନ୍ଧି ନିଜ ଟ୍ରେଜେରୀରେ ରଖିଦିଅନ୍ତୁ । ଧନ ଅଭାବ ରହିବ ନାହିଁ ।
– ସ୍ୱାମୀ ସ୍ତ୍ରୀ ସମ୍ପର୍କ ଭଲ ନଥିଲେ ଶୁକ୍ରବାର ଦିନ ଶୟନକକ୍ଷରେ ପ୍ରେମୀ ଯୁଗଳଙ୍କ ଫଟୋ ଲଗାନ୍ତୁ ।
– ଯଦି କାମରେ ବାଧା ସୃଷ୍ଟି ହେଉଛି ତାହେଲେ ଶୁକ୍ରବାର ଦିନ କଳା ପିମ୍ପୁଡିଙ୍କୁ ଚିନି ଖାଇବାକୁ ଦିଅନ୍ତୁ ।
– ଶୁକ୍ରବାର ଦିନ ଲକ୍ଷ୍ମୀ ମନ୍ଦିରରେ ଶଙ୍ଖ, କଉଡ଼ି, ପଦ୍ମ ଓ ମିଠା ଅର୍ପଣ କରନ୍ତୁ । ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହେବ ।
– ସନ୍ଧ୍ୟା ସମୟରେ ଘର ଅନ୍ଧାର ରଖନ୍ତୁ ନାହିଁ । ସନ୍ଧ୍ୟା ସମୟରେ ଘରେ ଲାଇଟ ଲଗାନ୍ତୁ ।
– ଶୁକ୍ରବାର ଦିନ ସକାଳେ ଗୋମାତାଙ୍କୁ ରୁଟି ଖୁଆଇବା ଉଚିତ । ଏହାଦ୍ୱାରା ମା’ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଓ ମାଙ୍କ କୃପା ମିଳିଥାଏ ।
– ଘର ସବୁବେଳେ ସଫାସୁତୁରା ରଖିବା ଉଚିତ । ସନ୍ଧ୍ୟା ସମୟରେ ଘରେ ଝାଡୁ କରିବା ଉଚିତ ନୁହେଁ । ଏହାଦ୍ୱାରା ଘରର ଲକ୍ଷ୍ମୀ ବାହାରକୁ ଚାଲିଯାନ୍ତି ବୋଲି କୁହାଯାଏ ।
– ଶୁକ୍ରବାର ଦିନ ମୟୁର ନୃତ୍ୟ କରୁଥିବା ଜାଗାକୁ ଯାଇ ସେଠାରୁ ମାଟି ଆଣି ଏକ ନାଲି କପଡାରେ ବାନ୍ଧି ପୂଜା ସ୍ଥାନରେ ରଖିଦିଅନ୍ତୁ । ଏହାସ୍ଵର ଧନ ପ୍ରାପ୍ତି ହେବ ।