ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ଶୁକଶାରି ମନ୍ଦିର ଖନନ: ମାଟି ତଳୁ ମିଳିଲା ବିଷ୍ଣୁ ମୂର୍ତ୍ତି

ପୁରୁଣା ଭୁବନେଶ୍ୱର: ଶୁକଶାରି ମନ୍ଦିର କଡ଼ରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା(ଏଏସ୍ଆଇ) ଦ୍ବାରା ଚାଲିଥିବା ଖନନ ବେଳେ ଏକ ପ୍ରାଚୀନ ବିଷ୍ଣୁ ମୂର୍ତ୍ତି ଉଦ୍ଧାର ହୋଇଛି। ମୂର୍ତ୍ତିଟି ପ୍ରାୟ ୧୪ ଶହ ବର୍ଷ ତଳର ବୋଲି ଏଏସ୍ଆଇ ପକ୍ଷରୁ କୁହାଯାଇଛି। ଶୁକଶାରି ମନ୍ଦିରର ପୂର୍ବ ପାର୍ଶ୍ବରେ ଥିବା ଗୌରୀଶଙ୍କର ମନ୍ଦିର କଡ଼ ଖନନ ବେଳେ ଏହି ପ୍ରାଚୀନ ମୂର୍ତ୍ତି ଉଦ୍ଧାର ହୋଇଛି।

ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ଏକାମ୍ର ବିକାଶ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବା ପରେ ଏଏସ୍ଆଇ ପକ୍ଷରୁ ୨୦୨୦ ମସିହାରୁ ଶୁକଶାରି ମନ୍ଦିର ଆଖପାଖ ଅଞ୍ଚଳରେ ଖନନ କାର୍ଯ୍ୟ କରାଯାଉଛି। ୨୦୨୧ ଡିସେମ୍ବର ୧୨ରେ ଏଠାରେ ଖନନ କାର୍ଯ୍ୟ ଚାଲୁଥିବା ବେଳେ ଗୋଟିଏ ନୂତନ ମନ୍ଦିର ଉଦ୍ଧାର ହୋଇଥିଲା। ମନ୍ଦିରଟି ପଶ୍ଚିମ ମୁହାଁ ହୋଇ ରହିଥିଲା। ଅକ୍ଟୋବର ୩୦ ରେ ମଧ୍ୟ ଅନ୍ୟ ଗୋଟିଏ ମନ୍ଦିର ଉଦ୍ଧାର ହୋଇଥିଲା। ଏହା ପୂର୍ବରୁ ମାଟି ତଳୁ ଦୁଇଟି ମନ୍ଦିରର ଅଁଳା ବେଢ଼ା ଉଦ୍ଧାର ହୋଇଥିଲା। ଆଗକୁ ଏହି ଖନନ କାଯ୍ୟ ଚାଲୁ ରହିବ ବୋଲି ଏଏସ୍ଆଇ ପକ୍ଷରୁ କୁହାଯାଇଛି। ଏଠାରୁ ଆହୁରି ଅନେକ ଭଗ୍ନାବଶେଷ ମିଳିବ ବୋଲି ପ୍ରତ୍ନତତ୍ତ୍ବବିତ୍ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଆଜି ବିଏମ୍‌ସି କମିସନର ସଞ୍ଜୟ ସିଂହ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଏକାମ୍ର ବିକାଶ କାର୍ଯ୍ୟର ସମୀକ୍ଷା କରିଥିଲେ। ଜମି ଅଧିଗ୍ରହଣ ନେଇ ରହିଥିବା ବିଭିନ୍ନ ସମସ୍ୟା ସମାଧାନ କରିବା ସହ ଏହା କିଭଳି ତ୍ବରିତ ହୋଇ ପାରିବ ସେ ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ