ଦେଶ ବିଦେଶ ସ୍ୱାସ୍ଥ୍ୟ

ଶୀତ ବଢିବା ସହ ଜାପାନରେ ବଢୁଛି Covid ସଂକ୍ରମଣ, ଗୋଟିଏ ଦିନରେ ୧ ହଜାର ୫୪୬ ସଂକ୍ରମିତ ଚିହ୍ନଟ

ଟୋକିଓ ୧୨।୧୧: ଶୀତ ଋତୁ ସହ ପୁଣି ଜାପାନକୁ ଫେରିଛି କରୋନା। ଉତ୍ତର ଜାପାନରେ ଋତୁ ପରିବର୍ତ୍ତନ ସହ ସଂକ୍ରମଣ ଦେଖା ଦେଇଥିବା ବେଳେ ସମଗ୍ର ଦେଶକୁ ବ୍ୟାପିଯିବାର ଏବେ ଆଶଙ୍କା କରାଯାଉଛି। ଉତ୍ତର ହକ୍କାଇଡୋ ଦ୍ୱିପରେ ୨୩୦ଟି ସଂକ୍ରମଣ ମାମଲା ଚିହ୍ନଟ ପରେ ବୁଧବାର ଗୋଟିଏ ଦିନରେ ୧ ହଜାର ୫୪୬ଟି ନୂଆ ମାମଲା ମିଳିଛି। ଯାହା ଗତ ଅଗଷ୍ଟ ମାସର ରେକର୍ଡକୁ ମଧ୍ୟ ଟପି ଯାଇଛି।

ଦେଶରେ ଶୀତ ଲହର ସାଙ୍ଗରେ କରୋନା ବ୍ୟାପିବାର ଏବେ ଆଶଙ୍କା କରାଯାଉଥିବା ବେଳେ କରୋନା ଭାଇରସ ସମ୍ପର୍କିତ ମାମଲା ତଦାରଖ ଦାୟିତ୍ୱରେ ଥିବା ମନ୍ତ୍ରୀ ୟାସୁଟୋସି ନିଶିମୁରା କଡ଼ା କଟକଣା ଲାଗୁ ଉପରେ ପ୍ରାଥମିକତା ଦେଇଛନ୍ତି। କୋଭିଡ-୧୯ ଏକ ନିଶ୍ୱାସପ୍ରଶ୍ୱାସ ଜନିତ ସଂକ୍ରମଣ ହୋଇଥିବାରୁ ସାରା ଦେଶକୁ ବ୍ୟାପିଯିବାକୁ ବେଶି ସମୟ ନେବନି। ଏଣୁ କେତେକ ଜିଲ୍ଲାରେ ରାତ୍ରି କାଳୀନ କଟକଣା ଲାଗୁ ନେଇ ନିଶିମୁରା ସଂକେତ ଦେଇଛନ୍ତି।


ବାର ଓ ଏହି ଭଳି ପ୍ରତିଷ୍ଠାନ ସାଙ୍ଗକୁ ଆଞ୍ଚଳିକ ରାଜଧାନୀମାନଙ୍କର ରାତ୍ରିକାଳୀନ କାର୍ଯ୍ୟକଳାପ ଉପରେ କଟକଣା ଲଗାଇବାକୁ କହିଛନ୍ତି। ଏଣୁ ଲୋକଙ୍କ ନାଇଟ୍‌ ଲାଇଫ ପୁଣି ଥରେ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି। ଜାପାନରେ ଏହା ପୂର୍ବରୁ ଦୁଇଟି କୋଭିଡ ଲହର ଆସି ସାରିଛି। ତେବେ ସରକାରଙ୍କ ସମୟୋଚିକ ପଦକ୍ଷେପ ଯୋଗୁ ପ୍ରତିଥର ବଢିବା ପୂର୍ବରୁ ସଂକ୍ରମଣକୁ ରୋକି ଦିଆଯାଇଛି। ସେହିପରି ଜାପାନରେ ସଂକ୍ରମିତଙ୍କ ସଂଖ୍ୟା ଓ ମୃତ୍ୟୁ ହାର ମଧ୍ୟ ବିଶ୍ୱର ଅନ୍ୟ ଦେଶଙ୍କ ତୁଳନାରେ କମ୍‌ ରହିଛି।

ତେବେ ଦେଶରେ ତୃତୀୟବାର ବ୍ୟାପୁଥିବା କୋଭିଡ ବିଶେଷ କରି ଯୁବ ବର୍ଗ ଯେଉଁମାନେ ସାମାଜିକ ଦୂରତ୍ୱ ପାଳନ କରୁନାହାନ୍ତି। ବିଦେଶରୁ ଆସିଥିବା ଲୋକେ ଯେଉଁମାନେ ଜାପାନୀ ଭାଷା ସହ ଅଭିଜ୍ଞ ନୁହନ୍ତି ଓ ଯେଉଁ ସବୁ କ୍ଷେତ୍ରରେ ଚିକିତ୍ସା ସେବା ସହଜ ଉପଲବ୍ଧ ନୁହେଁ ସେଠାରେ ଭୂତାଣୁ ବ୍ୟାପୁଥିବାର ଅଧିକାରୀକ ଭାବେ କୁହାଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ