କଳା ଓ ସଂସ୍କୃତି ଧର୍ମ

ଶୀତ ଦିନେ କେଶ ଝଡ଼ିବା ଚିନ୍ତାର କାରଣ: ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଆପଣାନ୍ତୁ ଘରୋଇ ଉପଚାର

ଭୁବନେଶ୍ୱର ୨୩/୧୧ : ଶୀତ ଋତୁରେ ସାଧାରଣତଃ ମହିଳା ଓ ପୁରୁଷଙ୍କର କେଶ ଉପୁଡିବା ସମସ୍ୟା ଦେଖାଦେଇଥାଏ। ଏହାର ଅନେକ ଉପଚାର ରହିଛି କିନ୍ତୁ କେଉଁଟି ଉପଯୋଗୀ ତାହା ଜାଣିବା ଅତ୍ୟନ୍ତ ଆବଶ୍ୟକ। କେଶ ଉପୁଡିବା ସମସ୍ୟା ଆଜିକାଲି ପ୍ରାୟ ସବୁ ବୟସ ଲୋକଙ୍କର ଏକ ସାଧାରଣ ସମସ୍ୟା ହୋଇଗଲାଣି।

ମହିଳାମାନଙ୍କୁ ନିଜ କେଶକୁ ଲମ୍ବା ଓ ଚକଚକ କରିବାକୁ ବହୁତ ପସନ୍ଦ କରନ୍ତି। ଭଲ କେଶ ପାଇଁ ମହିଳାମାନେ ବହୁତ ପରିଶ୍ରମ ମଧ୍ୟ କରନ୍ତି। ତେବେ କେଶକୁ ସୁନ୍ଦର ଓ ମଜବୁତ କରିବାକୁ ତାର ସଠିକ ଯତ୍ନ ନେବା ମଧ୍ୟ ଆବଶ୍ୟକ। କେଶରେ ତେଲ ଲଗାଇବା, ନିୟମିତ ବ୍ୟବଧାନରେ ସଫା କରିବା ମଧ୍ୟ ଆବଶ୍ୟକ। କିନ୍ତୁ ଆଜିକାଲି ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ କେଶର ଯତ୍ନ ନେବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ। କେଶର ଜଳବାୟୁର ପ୍ରଭାବ ମଧ୍ୟ ପଡିଥାଏ। ସାଧାରଣତଃ ଥଣ୍ଡା ଦିନରେ କେଶ ଦୁର୍ବଳ ହୋଇ ଉପୁଡ଼ିଥାଏ।

ବିଶେଷଜ୍ଞଙ୍କ ଅନୁଯାୟୀ, ଯେଉଁମାନେ ମାନସିକ ସ୍ଥରରେ ଅଧିକ କାମ କରନ୍ତି, ଚିନ୍ତାଗ୍ରସ୍ତ ରୁହନ୍ତି ସେମାନଙ୍କ କେଶ ଅଧିକ ଉପୁଡ଼ିଥାଏ। ଏକ ଗବେଷଣାରୁ ଜଣାପଡିଛି ଯେ ଯେଉଁମାନେ ସପ୍ତାହକୁ ୫୨ ଘଣ୍ଟା କାମ କରନ୍ତି ସେମାନଙ୍କ କେଶ ସାପ୍ତାହିକ ୪୦ ଘଣ୍ଟା କାମ କରୁଥିବା ଲୋକଙ୍କ ତୁଳନାରେ ଅଧିକ ଝଡିଥାଏ।

ସୁସ୍ଥ ଓ ସୁନ୍ଦର କେଶ ପାଇଁ ଖାଦ୍ୟପେୟ ଓ ଜୀବନଶୈଳୀରେ ସନ୍ତୁଳନ ରଖିବା ଆବଶ୍ୟକ। କେଶ ଝାଡ଼ିବା ରୋକିବାକୁ ଅନେକ ଘରୋଇ ଉପଚାର ଉପଯୋଗୀ ପ୍ରମାଣିତ ହୋଇଥାଏ। ତେବେ ଥଣ୍ଡା ଯୋଗୁଁ କେଶ ଝାଡ଼ିବା ସମସ୍ୟା କିଛି ସରଳ ଉପାୟରେ ଦୂର କରାଯାଇପାରିବ।


କଖାରୁ ମଞ୍ଜି ତେଲ – ୧୦୦ ଗ୍ରାମ କଖାରୁ ମଞ୍ଜିକୁ ଗୁଣ୍ଡ କରିଦିଅନ୍ତୁ। ଏହି ପାଉଡରକୁ ୨୦୦ ମିଲିଗ୍ରାମ ସୋରିଷ ତେଲ ଓ ୧୦୦ ମିଲିଗ୍ରାମ ଅଁଳାରେ ମିଶାଇ ଗରମ କରିଦିଅନ୍ତୁ। ଥଣ୍ଡା ହେବାପରେ ତାକୁ ଛାଣି ଲଗାନ୍ତୁ। ଏହା କେଶ ଝାଡ଼ିବା କମ କରିଥାଏ।

ନଡ଼ିଆ ତେଲ ଓ ଲେମ୍ବୁ ରସ – ୫୦ ମିଲିଗ୍ରାମ ନଡ଼ିଆ ତେଲରେ ୫୦ ମିଲିଗ୍ରାମ ରାଶି ତେଲ ଓ ୨୫ ଗ୍ରାମ କାଷ୍ଟର ତେଲ ମିଶାଇ ଦିଅନ୍ତୁ। ଏହାକୁ ୨-୩ ମିନିଟ ଗରମ କରିଦିଅନ୍ତୁ। ଏହାପରେ ଏହି ତେଲରେ ୧୫ ଗ୍ରାମ ରସୁଣ ଛେଚି, ୧୫ ଗ୍ରାମ ଅଦା ଛେଚି ଓ ଦୁଇ ଚାମଚ ଲେମ୍ବୁ ରସ ମିଶାନ୍ତୁ। ଥଣ୍ଡା ହେବାପରେ କେଶରେ ଲଗାଇ ୨ ଘଣ୍ଟା ଛାଡି ଦିଅନ୍ତୁ। ଏହାପରେ ସଫା କରିଦିଅନ୍ତୁ। ଏହା କେଶକୁ ଘନ, ଲମ୍ବା ଓ ଚିକ୍କଣ କରିଥାଏ।

ନାଲି ଲଙ୍କା ଓ ଡାଲଚିନି ତେଲ – ୫୦ ଗ୍ରାମ ଲବଙ୍ଗ ପାଉଡର, ୫୦ ଗ୍ରାମ ଡାଲଚିନି ପାଉଡର, ୧୫ ଗ୍ରାମ ଲାଲ ଲଙ୍କା ଗୁଣ୍ଡକୁ ୧୦୦ ମିଲିଗ୍ରାମ ନଡ଼ିଆ ତେଲ ମିଶାଇ ଦିଅନ୍ତୁ। ଯେଉଁ ଜାଗାର କେଶ ବାଡ଼ୁନାହିଁ ସେହି ଜାଗାରେ ଏହି ତେଲକୁ ମାଲିସ କରନ୍ତୁ। ଏହି ତେଲକୁ ରାତିରେ ଲଗାଇ ସକାଳୁ କୌଣସି ଭଲ ସାମ୍ପୁରେ କେଶ ସଫା କରିଦିଅନ୍ତୁ।

ଆପଲ ହେୟାର ମାସ୍କ – ଗ୍ରୀନ ଆପଲର ପେଷ୍ଟ ତିଆରି କରନ୍ତୁ। ଏହି ପେଷ୍ଟକୁ ନଡ଼ିଆ ପାଣିରେ ମିଶାଇ କିଛି ସମୟ ପାଇଁ ଗରମ କରନ୍ତୁ। ଏହାପରେ ଚାଉଳ ଧୁଆ ପାଣି କିମ୍ବା ପେଜ ଓ ଭିଟାମିନ-ଇ କ୍ୟାପ୍ସୁଲ ମିଶାଇ ଦିଅନ୍ତୁ। ଥଣ୍ଡା ହେବାପରେ ଏହାକୁ କେଶ ମୂଳରେ ଏବଂ ପୁରା କେଶରେ ଭଲ ଭାବେ ଲଗାଇ ଦିଅନ୍ତୁ। ଘଣ୍ଟେ ପରେ କେଶକୁ କୌଣସି ଭଲ ସାମ୍ପୁରେ ସଫା କରିଦିଅନ୍ତୁ।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ