ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ଶୀତ ଦିନେ ଏହି ୪ଟି ଉପାୟରେ କେଶର ଯତ୍ନ ନିଅନ୍ତୁ, କରନ୍ତୁ ନାହିଁ ଏଭଳି ଭୁଲ୍

ଭୁବନେଶ୍ବର ୨୮।୧୨: ଶୀତ ଦିନେ ତ୍ବଚା ଶୁଖିବା ଏକ ସାଧାରଣ କଥା । ଏମିତିରେ ଲୋକମାନେ ଏହି ଦିନେ ସେମାନଙ୍କର ତ୍ବଚାର ବିଶେଷ ଯତ୍ନ ନିଅନ୍ତି । ଶୀତଦିନେ ଶୁଖିଲା ପବନ ତ୍ବଚାକୁ ଶୁଖାଇ ଦେଇଥାଏ । ଯଦି ଆମେ ଏହାର ଯତ୍ନ ନନେବା ତାହା ଶୁଖି ଫାଟିବା ଆରମ୍ଭ କରେ । ଅଧିକାଂଶ ଲୋକ ଶୀତଦିନେ ତ୍ବଚାର ଯତ୍ନ ନିଅନ୍ତି କିନ୍ତୁ କେଶ ପ୍ରତି ଧ୍ୟାନ ଦିଅନ୍ତି ନାହିଁ । ଶୀତଦିନେ ତ୍ବଚା ବ୍ୟତୀତ କେଶ ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ । ଶୀତ ଦିନେ ତ୍ବଚା ସହ କେଶର ଆର୍ଦ୍ରତା କମ୍ ହୋଇଯାଇଥାଏ । ଏହି କାରଣରୁ କେଶ ଶୁଷ୍କ ହେବା ସହ ସ୍କାଲପ ମଧ୍ୟ ଶୁଖିଯାଇଥାଏ ।

ଏଭଳି ପରିସ୍ଥିତିରେ, ଆସନ୍ତୁ ଜାଣିବା କିଛି ଟିପ୍ସ ବିଷୟରେ ଯାହାଦ୍ବାରା ଶୀତଦିନେ ଆପଣ ନିଜ କେଶର ବିଶେଷ ଯତ୍ନ ନେଇପାରିବେ…

ଅଲିଭ୍ ତେଲ ବ୍ୟବହାର କରନ୍ତୁ-

ଶୀତଦିନେ ଅଲିଭ୍ ତେଲ ବ୍ୟବହାର କଲେ କେଶ ସୁସ୍ଥ ରହିଥାଏ । ଦୁଇ ଚାମଚ ଅଲିଭ୍ ତେଲ ଗରମ କରି କେଶ ମୂଳକୁ ମାଲିସ୍ କରନ୍ତୁ । ଏହା କେଶ ମୂଳକୁ ଆର୍ଦ୍ର ରଖିବ । ଏହାଦ୍ବାରା ଆପଣଙ୍କ କେଶ କମ୍ ଉପୁଡିବ ।

ଲେମ୍ବୁ ଏବଂ ନଡିଆ ତେଲ-

ରୁପି ସମସ୍ୟାରୁ ରକ୍ଷା ପାଇବା ପାଇଁ ରାତିରେ ଲେମ୍ବୁ ରସ ଏବଂ ନଡିଆ ତେଲ ମିଶାଇ ମାଲିସ୍ କରନ୍ତୁ । ଏହାକୁ ରାତିସାରା ଛାଡିଦିଅନ୍ତୁ । ସକାଳେ ଶିକାକାଇ ସାମ୍ପୁ ବ୍ୟବହାର କରି ମୁଣ୍ଡ ଧୋଇ ଦିଅନ୍ତୁ । ରୁପିରୁ ମୁକ୍ତି ମିଳିବ ।

କେଶକୁ ବାନ୍ଧି ବାହାରକୁ ବାହାରନ୍ତୁ-

ଶୀତଦିନେ ଯେତେ ସମ୍ଭବ ଓଦା କେଶରେ ଘରୁ ବାହାରକୁ ଯାଆନ୍ତୁ ନାହିଁ । ସବୁବେଳେ କେଶକୁ ସଂପୂର୍ଣ୍ଣ ଶୁଖାନ୍ତୁ ଏବଂ ଘରୁ ବାହାରକୁ ଯାଆନ୍ତୁ । ଏହା କରିବା ଦ୍ବାରା ଆପଣ କେବଳ ଥଣ୍ଡା ଠାରୁ ରକ୍ଷା ପାଇବେ ନାହିଁ ବରଂ ଆପଣଙ୍କ କେଶ ମଧ୍ୟ ଶୁଷ୍କ ଏବଂ ଦୁର୍ବଳ ହେବ ନାହିଁ ।

ହେୟାର ଡ୍ରାୟର ବ୍ୟବହାର କମ୍ କରନ୍ତୁ-

ଶୀତଦିନେ କେଶ ଶୁଖାଇବା ପାଇଁ ହେୟାର ଡ୍ରାୟର ବ୍ୟବହାର କମ୍ କରନ୍ତୁ ନାହିଁ । କେଶକୁ ପ୍ରାକୃତିକ ଉପାୟରେ ଶୁଖାନ୍ତୁ । ଅତିଜରୁରୀ ସମୟରେ ଯଦି ଆପଣଙ୍କୁ ହେୟାର ଡ୍ରାୟର ବ୍ୟବହାର କରିବାକୁ ପଡିବ ତେବେ କେଶକୁ ଅଧିକ ଶୁଖାନ୍ତୁ ନାହିଁ ନଚେତ୍ କେଶ ନଷ୍ଟ ହୋଇପାରେ । ଏହା ସହ କେଶ ଜଟା ହେବାକୁ ଲାଗିଥାଏ ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ