ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ଶୀତ ଦିନରେ ନିଶ୍ଚୟ ଖାଆନ୍ତୁ କରମଙ୍ଗା: ରହିଛି ଅନେକ ଉପାଦେୟ ଗୁଣ, ମିଳିବ ଫାଇଦା

ଭୁବନେଶ୍ୱର ୧୩/୦୧ : କରମଙ୍ଗା ଦେଖିବାକୁ ତାରା ଭଳି। ସେଥିପାଇଁ ତାକୁ ଷ୍ଟାର ଫ୍ରୁଟ୍ ମଧ୍ୟ କୁହାଯାଏ। କରମଙ୍ଗା ସାଧାରଣତଃ ଖଟା ଲାଗିଥାଏ। ଏଥିରେ ମିଠା ଖଟା ମଧ୍ୟ ପ୍ରସ୍ତୁତ କରାଯାଏ। ଏହି ଫଳରେ ଅନେକ ପୋଷାକ ତତ୍ତ୍ୱ ରହିଛି ଯାହା ଶରୀର ପାଇଁ ହିତକର ପ୍ରମାଣିତ ହୋଇଥାଏ। କରମଙ୍ଗାରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି। କରମଙ୍ଗାରେ କ୍ୟାଲୋରୀ କମ୍ ଏବଂ ଫାଇବର ଅଧିକ ମାତ୍ରରେ ରହିଛି। ଏଥିରେ ଭିଟାମିନ-ସି, ସୋଡିୟମ, ଖଣିଜ, ଭିଟାମିନ-ବି ଆଦି ଅନେକ ମହତ୍ତ୍ୱପୂର୍ଣ୍ଣ ଆଣ୍ଟିଅକ୍ସିଡେଣ୍ଟରେ ଭରପୁର। ସେଥିପାଇଁ ସ୍ୱାସ୍ଥ୍ୟ ପକ୍ଷେ ବହୁତ ଲାଭଦାୟକ।

ଏକ ରିପୋର୍ଟ ଅନୁଯାୟୀ, କରମଙ୍ଗା ଭିଟାମିନ-ସି ର ସ୍ରୋତ। ଭିଟାମିନ-ସି ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ। ଏହା ତ୍ୱଚାର ସୁଜନ ଦୂର କରିବାରେ ସାହାଯ୍ୟ କରିଥାଏ। ଏହା ଫ୍ଲୁ ଓ ସାମାନ୍ୟ ଥଣ୍ଡା-କାଶ ସହ ଲଢ଼ିବାରେ ମଧ୍ୟ ସାହାଯ୍ୟ କରିଥାଏ।


କରମଙ୍ଗାରେ ଭରପୁର ମାତ୍ରାରେ ପୋଟାସିୟମ ଓ ମହତ୍ତ୍ୱପୂର୍ଣ୍ଣ ଖଣିଜ ରହିଛି ଯାହା ରକ୍ତଚାପ ନିୟନ୍ତ୍ରଣ କରିଥାଏ। ଏଥିରେ କ୍ୟାଲସିୟମ ବି ଅଛି ଯାହା ହୃଦୟ ପାଇଁ ଲାଭଦାୟକ। ଏହା ହୃଦୟ ରୋଗର ଆଶଙ୍କା କମ କରିଥାଏ।


କରମଙ୍ଗା ଶରୀରରେ ରକ୍ତ ଶର୍କରା ଓ ଇନସୁଲିନ ସ୍ଥରକୁ ନିୟନ୍ତ୍ରଣ କରିଥାଏ। ଫାଇବର ଯୁକ୍ତ ଭୋଜନ ସେବନ କରିବ ଦ୍ୱାରା ମଧୁମେହକୁ ରୋକ ଯାଇପାରିବ। ଏହା ମଧୁମେହ ରୋଗୀଙ୍କ ପାଇଁ ବହୁତ ଲାଭଦାୟକ। କରମଙ୍ଗାରେ ଭରପୁର ମାତ୍ରାରେ ଫାଇବର ଥିବାରୁ ଏହା ପାଚନ ପ୍ରକ୍ରିୟାରେ ସୁଧାର ଆଣିଥାଏ। ଏହା କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦୂର କରିଥାଏ। କୋଷ୍ଠକାଠିନ୍ୟରେ ପୀଡିତ ବ୍ୟକ୍ତି ନିଶ୍ଚୟ କରମଙ୍ଗା ସେବନ କରିବ ଉଚିତ।

କରମଙ୍ଗା କେଶ ପାଇଁ ମଧ୍ୟ ଅତ୍ୟନ୍ତ ଉପାଦେୟ। କରମଙ୍ଗା ସେବନ ଦ୍ୱାରା କେଶ ଚମକଦାର ଓ ଘଞ୍ଚ ହୋଇଥାଏ।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ