ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଶୀତ ଦିନରେ ନିଶ୍ଚୟ ଖାଆନ୍ତୁ ରସୁଣ: ଶରୀରକୁ ସୁସ୍ଥ ରଖିବା ସହ ଦୂର କରିଥାଏ ଅନେକ ସମସ୍ୟା

ଭୁବନେଶ୍ୱର ୨୪/୧୧ : ଶୀତ ଦିନ ଆରମ୍ଭ ହୋଇଯାଇଛି। ଶୀତ ଦିନରେ ଥଣ୍ଡା କାଶ ଏକ ସାଧାରଣ ସମସ୍ୟା। ସେଥିପାଇଁ ଏହି ଋତୁରେ ନିଜକୁ ସୁରକ୍ଷିତ ରଖିବାକୁ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ। ଶୀତ ଦିନରେ ରସୁଣ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର। ରସୁଣ ଖାଇବା ଦ୍ୱାରା ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ ଓ ଥଣ୍ଡା, କାଶ, ସଂକ୍ରମଣ ଭଳି ରୋଗ ଦୂର ହୋଇଥାଏ। ଡାକ୍ତର କୁହନ୍ତି ଯେ ରସୁଣ ଖାଇବା ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ। ରସୁଣ ଶରୀରକୁ ଗରମ ରଖିଥାଏ। ସେଥିପାଇଁ ଶୀତ ଦିନରେ ରସୁଣ ଖାଇବା ଉଚିତ। ରସୁଣ ସେବନ ଦ୍ୱାରା କେଉଁ କେଉଁ ଶାରୀରିକ ସମସ୍ୟା ଦୂର ହୋଇଥାଏ ଜାଣନ୍ତୁ :


ଥଣ୍ଡା–କାଶ – ଶୀତ ଦିନରେ ଅଧିକାଂଶ ଲୋକଙ୍କୁ ଥଣ୍ଡା କାଶ ହୋଇଥାଏ। କିନ୍ତୁ ରସୁଣ ସେବନ ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ। ରସୁଣ ଦ୍ୱାରା ପ୍ରତିରୋଧକ କ୍ଷମତା ମଜବୁତ ହୋଇଥାଏ। କଞ୍ଚା ରସୁଣ ଅତ୍ୟନ୍ତ ସ୍ୱାସ୍ଥ୍ୟକର।

ମଧୁମେହ – ଶୀତ ଦିନରେ ମଧୁମେହ ନିୟନ୍ତ୍ରଣ କରିବାକୁ ରସୁଣ ସବୁଠାରୁ ଉତ୍ତମ। ରସୁଣ ଏମିତି ଅନେକ ଗୁଣ ଅଛି ଯାହା ବ୍ଲଡ଼ ସୁଗାର ମାତ୍ରାକୁ ସନ୍ତୁଳିତ କରିଥାଏ। ରସୁଣ ସେବନ ଦ୍ୱାରା ଡାଏବେଟିସ ନିୟନ୍ତ୍ରଣରେ ରହେ।

ଉଚ୍ଚ ରକ୍ତଚାପ – ରସୁଣରେ ପୋଟାସିୟମ ମାତ୍ରା ଅଧିକ ରହିଥାଏ ଯାହା ଶରୀରରେ ରକ୍ତ ସଞ୍ଚାଳନକୁ ନିୟନ୍ତ୍ରଣ କରିଥାଏ। ଯାହାଫଳରେ ରକ୍ତଚାପ ନିୟନ୍ତ୍ରଣରେ ରହେ ଓ ଉଚ୍ଚ ରକ୍ତଚାପ ସମସ୍ୟାରୁ ମୁକ୍ତି ମିଳିଥାଏ। ଶୀତ ଦିନରେ ପ୍ରତିଦିନ ରସୁଣ ଖାଇବା ଉଚିତ।

ଦାନ୍ତ ବିନ୍ଧା – ରସୁଣରେ ଆଣ୍ଟି ବ୍ୟାକ୍ଟେରିଆଲ ତତ୍ତ୍ୱ ରହିଛି ଯାହା ଦାନ୍ତ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ। ରସୁଣ ଖାଇବା ଦ୍ୱାରା ଦାନ୍ତ ବିନ୍ଧାରୁ ଆଶ୍ବସ୍ତି ମିଳିଥାଏ। ରସୁଣକୁ ଲବଙ୍ଗ ସହ ଛେଚି ବିନ୍ଧା ହେଉଥିବା ଜାଗାରେ ଲଗାଇଲେ ତୁରନ୍ତ ଆରାମ ମିଳିଥାଏ।


ଗର୍ଭାବସ୍ଥାରେ ଲାଭଦାୟକ – ଗର୍ଭାବସ୍ଥା ସମୟରେ ନିୟମିତ ରସୁଣ ସେବନ କରିବା ଉଚିତ। ଏହା ଉଭୟ ଗର୍ଭସ୍ଥ ମହିଳା ଓ ଶିଶୁ ପାଇଁ ଲାଭଦାୟକ। ଏହା ଗର୍ଭସ୍ଥ ଶିଶୁର ଓଜନ ବଢାଇବାରେ ସାହାଯ୍ୟ କରେ।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ