ସ୍ୱାସ୍ଥ୍ୟ

ଶୀତ ଦିନରେ ଗୁଡ ଚା’ ପିଇବା ସ୍ୱାସ୍ଥ୍ୟ ପାଇଁ ହିତକର, ରହିଛି ଅନେକ ଫାଇଦା

ଭୁବନେଶ୍ୱର ୧୦/୧୧ : ଶୀତ ଋତୁରେ ଶକ୍ତି ବଢାଇବା ପାଇଁ ଗୁଡ ଚା’ ସବୁଠାରୁ ଭଲ ଅପ୍ସନ୍। ଖାଇବାରେ ଚିନି ବଦଳରେ ଗୁଡ ବ୍ୟବହାର କରିବା ସ୍ୱାସ୍ଥ୍ୟ ପକ୍ଷେ ହିତକର। ଓଜନ କମ୍ କରିବାଠୁ ଆରମ୍ଭ କରି ଅନେକ ରୋଗ ପାଇଁ ମଧ୍ୟ ଲାଭଦାୟକ। ପ୍ରତିରୋଧକ କ୍ଷମତା ବଢ଼ିବାରେ ମଧ୍ୟ ଗୁଡର ମହତ୍ତ୍ୱ ରହିଛି। ତେବେ ଥଣ୍ଡା ଦିନରେ ବା ଶୀତ ଋତୁରେ ଘରେ ଗୁଡ ଚା’ ତିଆରି କରି ସେବନ କରିବା ବହୁତ ଭଲ। ଜାଣନ୍ତୁ କିଭଳି କରିବେ ଏବଂ ଏହାର କଣ କଣ ଫାଇଦା ରହିଛି :

ସାମଗ୍ରୀ- କ୍ଷୀର, ଗୁଡ ଚା’ ପାଇଁ ଆବଶ୍ୟକ ଗୁଡ ପାଉଡର୍, ଚା’ ପତି, ଅଳେଇଚ, ପାନମଧୁରୀ, ଗୋଲମରିଚ ଗୁଣ୍ଡ ଓ ଅଦା। ସବୁକୁ ମିଶାଇ ଫୁଟେଇ ଦେବେ ଓ ଛାଣିବା ପରେ ଗୁଡ ମିଶାଇ ଫେଣ୍ଟିଦେବେ। ଚା’ରେ ଗୁଡ ପକାଇ କେବେ ବି ଫୁଟେଇବେନାହିଁ।


ଗୁଡ ଚା’ର କ’ଣ କ’ଣ ଫାଇଦା ଅଛି ଜାଣନ୍ତୁ :

ଚିନି ଖାଉଥିବା ଲୋକ ଥଣ୍ଡା ଦିନରେ ଚିନି ବଦଳରେ ଗୁଡ ଖାଇବା ଉଚିତ। ଏହାଦ୍ୱାରା ପେଟର ମେଦ କମ୍ ହୋଇଥାଏ ଓ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ। ଗୁଡ ଚା’ ପିଇବା ଦ୍ୱାରା ପାଚନ ତନ୍ତ୍ର ମଜବୁତ ହୋଇଥାଏ ଓ ଛାତିରେ ଜ୍ବଳନ ହୋଇନଥାଏ। ଗୁଡରେ ବହୁତ କମ୍ ମାତ୍ରାରେ କୃତ୍ରିମ ମିଠା ବା ସ୍ଵିଟନର୍ ଥାଏ। ଚିନି ତୁଳନାରେ ଗୁଡରେ ଅନେକ ଭିଟାମିନ୍ ଓ ମିନେରାଲ୍ସ ରହିଛି ଯାହା ସ୍ୱାସ୍ଥ୍ୟ ପାଇଁ ହିତକର। ସେଥିପାଇଁ ଥଣ୍ଡା ଦିନରେ ଗୁଡ ଚା’ ସେବନ କରିବା ବହୁତ ଲାଭଦାୟକ।


ଯଦି ଆପଣଙ୍କର ମାଇଗ୍ରେନ କିମ୍ବା ମୁଣ୍ଡବିନ୍ଧା ସମସ୍ୟା ରହିଛି ତାହେଲେ କ୍ଷୀରରେ ଗୁଡ ଚା’ ତିଆରି କରି ସେବନ କରିବା ଉଚିତ। ଏହାଦ୍ୱାରା ଆରାମ ମିଳିଥାଏ। ଯଦି ଆପଣଙ୍କର ରକ୍ତ ଅଭାବ ରହିଛି ତାହେଲେ ଗୁଡ ଖାଇବା ବହୁତ ଲାଭଦାୟକ ବୋଲି କୁହାଯାଏ। ଗୁଡରେ ବହୁ ପରିମାଣରେ ଲୌହ ରହିଛି ଯାହା ଶରୀରର ଲୌହ ଆବଶ୍ୟକତା ପୂରଣ କରିଥାଏ। ଶରୀରରେ ଲୌହର ଆବଶ୍ୟକତା ରହିଛି କାରଣ ଶରୀରର ବିଭିନ୍ନ ଅଙ୍ଗରେ ଏହା ଅକ୍ସିଜେନ୍ ପହଞ୍ଚାଇବା କାମ କରିଥାଏ।

ତେବେ ଯେକୌଣସି ଜିନିଷ ଅଧିକ ସେବନ କରିବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ଅଧିକ ଗୁଡ ସେବନ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହାନିକାରକ। ସୀମିତ ମାତ୍ରାରେ ହିଁ ଗୁଡ ସେବନ କରିବା ଉଚିତ।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।