ରାଜ୍ୟ ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ଶୀତ ଦିନରେ ଉପଲବ୍ଧ ଏହିସବୁ ଶାଗ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ, ଅନେକ ଭିଟାମିନ୍‌ରେ ଭରପୁର

ଭୁବନେଶ୍ୱର ୦୭/୧୨ : ଶୀତ ଦିନରେ ବଜାରରେ ବିଭିନ୍ନ ପ୍ରକାର ଶାଗ ଉପଲବ୍ଧ ଯାହା ସ୍ୱାସ୍ଥ୍ୟକର। ଶାଗ ପ୍ରତିରୋଧକ କ୍ଷମତାକୁ ମଜବୁତ ମଧ୍ୟ କରିଥାଏ। ସେଥିପାଇଁ ଶାଗ ନିଶ୍ଚୟ ଖାଇବା ଉଚିତ। ଶାଗ ସ୍ୱାସ୍ଥ୍ୟ ପାଇଁ ହିତକର ହେବାସହ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ। ଶାଗରେ ବହୁତ କମ ମାତ୍ରାରେ କ୍ୟାଲୋରୀ ଥାଏ। ସେଥିପାଇଁ ଏହା ଓଜନ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଶାଗ ଖାଇବାରେ ମଧ୍ୟ ସ୍ୱାଦିଷ୍ଟ। ଶାଗରେ ଭିଟାମିନ, ଫାଇବର, ମିନେରାଲ୍ସ, ଆଣ୍ଟିଅକ୍ସିଡେଣ୍ଟ ଆଦି ଭରପୁର ମାତ୍ରାରେ ରହିଛି ଯେଉଁଥିପାଇଁ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ।

୧. ପାଳଙ୍ଗ ଶାଗ – ପାଳଙ୍ଗ ଶାଗରେ ଭରପୁର ମାତ୍ରାରେ ପୋଟାସିୟମ ଓ ଆଇରନ ରହିଛି। ଆଇରନ ଶରୀରର ରକ୍ତ ଅଭାବ ଦୂର କରିଥାଏ। ପାଳଙ୍ଗରେ ଭିଟାମିନ୍, ମିନେରାଲ୍ସ ଓ ଫାଇଟ୍ରୋ ନ୍ୟୂଟିଏଣ୍ଟ୍ସ ରହିଛି। ଶରୀରର ରକ୍ତ ସମସ୍ୟା ପାଇଁ ପାଳଙ୍ଗ ଅତ୍ୟନ୍ତ ଲାଭଦାୟକ।

୨. ଲେଉଟିଆ ଶାଗ – ଲେଉଟିଆ ଶାଗରେ କାର୍ବୋହାଇଡ୍ରେଟ, ପ୍ରୋଟିନ୍, କ୍ୟାଲସିୟମ୍, ଭିଟାମିନ-ଏ ଓ ଆଇରନ ପ୍ରଚୁର ପରିମାଣରେ ରହିଛି। ଏହା ଶରୀରରେ ଭିଟାମିନ ଅଭାବ ଦୂର କରିବାରେ ସାହାଯ୍ୟ କରିଥାଏ।

୩. ସୋରିଷ ଶାଗ – ସୋରିଷ ଶାଗରେ ବହୁତ କମ ମାତ୍ରାରେ କ୍ୟାଲୋରୀ ଓ ଫ୍ୟାଟ ରହିଛି। ଏଥିରେ କାର୍ବୋହାଇଡ୍ରେଟ୍, ପୋଟାସିୟମ୍, ଫାଇବର୍, ଭିଟାମିନ୍, ଆଇରନ୍ ଓ କ୍ୟାଲସିୟମ୍ ଭରପୁର ମାତ୍ରାରେ ରହିଛି। ସୋରିଷ ଶାଗ ସେବନ ଦ୍ୱାରା ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ। ଶୀତ ଦିନରେ ଦେଖାଦେଉଥିବା ଅନେକ ଶାରୀରିକ ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ।


୪. ବଥୁଆ ଶାଗ – ବଥୁଆ ଶାଗରେ ଭରପୁର ମାତ୍ରାରେ ଫାଇବର୍ ରହିଛି। ଏଥିରେ ଭିଟାମିନ-ଏ ଓ ପୋଟାସିୟମ୍ ମଧ୍ୟ ରହିଛି। ଏହା ପେଟ ପାଇଁ ଅତ୍ୟନ୍ତ ଲାଭଦାୟକ। ଏହା କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ। ଏଥିରେ କ୍ୟାଲସିୟମ୍ ଓ ପୋଟାସିୟମ୍ ଥିବା ଯୋଗୁଁ ହାଡ ମଜବୁତ କରିଥାଏ।


୫. ମେଥି ଶାଗ – ଶୀତ ଦିନରେ ମିଳୁଥିବା ଆଉ ଏକ ଶାଗ ହେଲା ମେଥି ଶାଗ। ମେଥି ଶାଗ ଖାଇବାରେ ଯେତିକି ସ୍ୱାଦିଷ୍ଠ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ହିତକର। ମେଥି ଶାଗ ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ।

ମେଥି ଶାଗ ପେଟ ସମ୍ବନ୍ଧୀୟ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ। ନିୟମିତ ମେଥି ଶାଗ ସେବନ ଦ୍ୱାରା ଥଣ୍ଡା କାଶ ହୋଇନଥାଏ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ